ବିଜେପୁରରେ ‘ସେକ୍ସିବିଲି’ ! ଦେଖନ୍ତୁ କିଛି ଝଲକ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେପୁରରେ ‘ସେକ୍ସିବିଲି’। ବୁଲୁଛି ଆଉ ଲୋକଙ୍କ ଗହଳରେ ଚକ୍କର କାଟୁଛି। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ତେବେ ଜମାରୁ ଦ୍ୱନ୍ଦ୍ୱରୁ ରୁହନ୍ତୁ ନାହିଁ। କଥା ହେଉଛି ଓଡ଼ିଆ ଫିଲ୍ମର  ଚକଲେଟରେ ଆଇଟମ୍‌ ସଙ୍ଗର ସେକ୍ସି ବିଲି ମିଆଁଓ ମିଆଁଓରେ ଠୁମକା ଲଗାଇଥିବା ବିଦୁସ୍ମିତା ମନ୍ତ୍ରୀ ଏବେ ବିଜେପୁର ଉପ ନିର୍ବାଚନ ପ୍ରଚାରରେ ମାତିଛନ୍ତି। ତାଙ୍କୁ ଦେଖିବା ପାଇଁ ଖୁବ୍‌ ଭିଡ଼ ବି ଜମୁଛି। ଗତକାଲି  ବିଦୁସ୍ମିତା ବିଜେପି ପ୍ରାର୍ଥୀ ଅଶୋକ […]

bidu copy

Rakesh Mallick
  • Published: Tuesday, 20 February 2018
  • , Updated: 20 February 2018, 08:16 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେପୁରରେ ‘ସେକ୍ସିବିଲି’। ବୁଲୁଛି ଆଉ ଲୋକଙ୍କ ଗହଳରେ ଚକ୍କର କାଟୁଛି। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ତେବେ ଜମାରୁ ଦ୍ୱନ୍ଦ୍ୱରୁ ରୁହନ୍ତୁ ନାହିଁ। କଥା ହେଉଛି ଓଡ଼ିଆ ଫିଲ୍ମର  ଚକଲେଟରେ ଆଇଟମ୍‌ ସଙ୍ଗର ସେକ୍ସି ବିଲି ମିଆଁଓ ମିଆଁଓରେ ଠୁମକା ଲଗାଇଥିବା ବିଦୁସ୍ମିତା ମନ୍ତ୍ରୀ ଏବେ ବିଜେପୁର ଉପ ନିର୍ବାଚନ ପ୍ରଚାରରେ ମାତିଛନ୍ତି। ତାଙ୍କୁ ଦେଖିବା ପାଇଁ ଖୁବ୍‌ ଭିଡ଼ ବି ଜମୁଛି। ଗତକାଲି  ବିଦୁସ୍ମିତା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଗିରିଧର ଗମାଙ୍ଗଙ୍କ ସହ ବିଦୁସ୍ମିତା ଦଳୀୟ ପାର୍ଥୀଙ୍କ ପାଇଁ ବରପାଲି ବ୍ଲକରେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ କରିଛନ୍ତି।

ଅନ୍ୟପକ୍ଷରେ ଉପନିର୍ବାଚନ ପାଇଁ ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ହାତରେ ଆଉ ମାତ୍ର ୪ ଦିନ ରହିଛି। ଫଳରେ ବିଭନ୍ନ ଦଳ ପକ୍ଷରୁ ପ୍ରଚାର ପ୍ରସାର ସରଗରମ ହୋଇଛି। ସଭା, ଶୋଭାଯାତ୍ରା ଏବଂ ରୋଡ଼ ଶୋରେ କମ୍ପୁଛି ବିଜେପୁର। ନେତା ମନ୍ତ୍ରୀଙ୍କ ଅଭିନେତା ଓ ଅଭିନେତ୍ରୀଙ୍କ ହାଲାବୋଲା ବିଜେପୁର ପରିବେଶକୁ ରଙ୍ଗିନ କରିଦେଇଛି।

ସତେ ଯେମିତି ବିଜେପୁର ଦ୍ୱିତୀୟ ରାଜଧାନୀ ପାଲଟିଛି। ଅତ୍ୟନ୍ତ ନିପଟମଫସଲ ଅଞ୍ଚଳ ଭାବେ ଅପରିଚିତ ଏହି ବିଜେପୁର ଏବେ ସହରର ଭ୍ରମ ସୃଷ୍ଟି କରିଛି। ଏଠି ଏବେ ମାଳ ମାଳ ନେତା ଓ ମନ୍ତ୍ରୀଙ୍କ ସୁଅ ଛୁଟୁଛି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଚାଲିଛି ହାଇଭୋଲଟେଜ କ୍ୟାମ୍ପେନ।

ଶକ୍ତି ପ୍ରଦର୍ଶନ ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ରଣନୀତି ଆପଣାଇଛନ୍ତି । ହେଭିୱେଟ ନେତାଙ୍କ ଠାରୁ ଆରମ୍ଭ କରି ଓଲିଉଡ ଷ୍ଟାରଙ୍କୁ ବିଜେପୁରରେ ଡେରା ପକାଇଛନ୍ତି। ଏହିପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସାଂସଦ ଅନୁଭବ ମହାନ୍ତି, ସାଂସଦ ସିଦ୍ଧାନ୍ତ ମହାନ୍ତି ଏବଂ ଅରିନ୍ଦମଙ୍କ ଭଳି ଓଲିଉଡ ଷ୍ଟାର ପ୍ରଚାର ମଇଦାନକୁ  ଓହ୍ଲାଇଥିଲେ। ଆଉ ବିଜେଡିକୁ କାଉଣ୍ଟର କରିବା ପାଇଁ ବିଜେପି ପକ୍ଷରୁ  ଓଲିଓଡ ଅଭିନେତ୍ରୀ ଅପରାଜିତା ମହାନ୍ତି, ପିଙ୍କି ପ୍ରଧାନ, ମହାଶ୍ୱେତା ରାୟ, ଅନୁଚୌଧୁରୀ ପ୍ରଚାର କରିଥିବା ବେଳେ ଗତକାଲି ବିଦୁସ୍ମିତା ମନ୍ତ୍ରୀ ପ୍ରଚାର କରିଛନ୍ତି। ତେବେ କଂଗ୍ରେସ  ଏକ୍ଷେତ୍ରରେ ବ୍ୟତିକ୍ରମ ଅଛି। ଏହି ଦଳ ବିନା କୌଣସି ସିନେ ଷ୍ଟାରଙ୍କ ବ୍ୟତୀତ ନିଜ ଦମରେ ପ୍ରଚାର କରୁଛି।

Related story