ଗଞ୍ଜେଇ ରାକେଟ୍‌ରେ ବିହାରୀ ମହିଳା

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗଞ୍ଜେଇ ରାକେଟ୍‌ରେ ସାମିଲ ଅଛନ୍ତି ବିହାରୀ ମହିଳା। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଟନେଲ କ୍ୟାମ୍ପ ଅଞ୍ଚଳରେ ଅବକାରୀ ବିଭାଗ ଓ ପୁଲିସ୍‌ ଚଢ଼ଉ ବେଳେ ଏପରି ଗଞ୍ଜେଇ ରାକେଟର ପର୍ଦ୍ଦାଫାଶ ହୋଇଛି। ଏକ ଗାଡ଼ିରେ ୨ ବିହାରୀ ମହିଳାଙ୍କ ସମେତ ୫ ଜଣ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡ଼ିଥିଲେ। ଅବକାରୀ ବିଭାଗ ଓ ପୁଲିସ୍‌ ଆଖିରେ ଧୂଳି ଦେବାକୁ ସେମାନେ  ଗାଡ଼ି ତଳେ ଏକ ଚାମ୍ବର କରି […]

mkl-1-1

Niharika Rout
  • Published: Friday, 27 December 2019
  • , Updated: 27 December 2019, 08:16 AM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗଞ୍ଜେଇ ରାକେଟ୍‌ରେ ସାମିଲ ଅଛନ୍ତି ବିହାରୀ ମହିଳା। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଟନେଲ କ୍ୟାମ୍ପ ଅଞ୍ଚଳରେ ଅବକାରୀ ବିଭାଗ ଓ ପୁଲିସ୍‌ ଚଢ଼ଉ ବେଳେ ଏପରି ଗଞ୍ଜେଇ ରାକେଟର ପର୍ଦ୍ଦାଫାଶ ହୋଇଛି। ଏକ ଗାଡ଼ିରେ ୨ ବିହାରୀ ମହିଳାଙ୍କ ସମେତ ୫ ଜଣ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡ଼ିଥିଲେ।

ଅବକାରୀ ବିଭାଗ ଓ ପୁଲିସ୍‌ ଆଖିରେ ଧୂଳି ଦେବାକୁ ସେମାନେ  ଗାଡ଼ି ତଳେ ଏକ ଚାମ୍ବର କରି ଗଞ୍ଜେଇକୁ ଛୋଟ ଛୋଟ ପ୍ୟାକେଟରେ ରଖି ଚାଲାଣ କରୁଥିଲେ । ଗାଡ଼ିରୁ ୧୧୨ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇ  ଚିତ୍ରକୋଣ୍ଡାରୁ ବିହାର ଚାଲାଣ ହେଉଥିଲା । ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ । ରାକେଟର ଚେର କୁଆଡ଼େ ଲମ୍ବିଛି ତାହାର ଖୋଳତାଡ଼ କରୁଛି ଅବକାରୀ ବିଭାଗ ।

Related story