ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରାଜକିଶୋର ଦାସ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର: ଦଳର ସାଙ୍ଗଠନିକ ନିର୍ବାଚନ ଲାଗି ବିଜେପି ପ୍ରକ୍ରିୟା ଆରମ୍ଭ କରିଛି । ଏ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ସାଙ୍ଗଠନିକ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ରାଜକିଶୋର ଦାସଙ୍କୁ ଦଳର ରିଟର୍ଣ୍ଣିଂ ଅଫିସର ଭାବେ ଘୋଷଣା କରାଯାଇଛି। ଦଳୀୟ ନିଷ୍ପତ୍ତି ଅନୁସାରେ ଆସନ୍ତା ଡିସେମ୍ୱର ସୁଦ୍ଧା ବିଜେପିର ସାଙ୍ଗଠନିକ ନିର୍ବାଚନ ଶେଷ କରାଯିବ। ବିଜେପିର ସାଙ୍ଗଠନିକ […]

bjp

Rakesh Mallick
  • Published: Thursday, 24 September 2015
  • , Updated: 24 September 2015, 10:16 AM IST

ଭୁବନେଶ୍ୱର: ଦଳର ସାଙ୍ଗଠନିକ ନିର୍ବାଚନ ଲାଗି ବିଜେପି ପ୍ରକ୍ରିୟା ଆରମ୍ଭ କରିଛି । ଏ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ସାଙ୍ଗଠନିକ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ରାଜକିଶୋର ଦାସଙ୍କୁ ଦଳର ରିଟର୍ଣ୍ଣିଂ ଅଫିସର ଭାବେ ଘୋଷଣା କରାଯାଇଛି। ଦଳୀୟ ନିଷ୍ପତ୍ତି ଅନୁସାରେ ଆସନ୍ତା ଡିସେମ୍ୱର ସୁଦ୍ଧା ବିଜେପିର ସାଙ୍ଗଠନିକ ନିର୍ବାଚନ ଶେଷ କରାଯିବ। ବିଜେପିର ସାଙ୍ଗଠନିକ ନିର୍ବାଚନ ୫ଟି ସ୍ତରରେ କରାଯିବ। ପ୍ରଥମେ ବୁଥ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି, ରାଜ୍ୟ ସମିତି ଓ ଶେଷରେ ରାଷ୍ଟ୍ରୀୟ ସମିତି ନିର୍ବାଚନ କରାଯିବା ପରମ୍ପରା ରହିଛି। ଆଜିର ବୈଠକରେ ଦଳର ସାଙ୍ଗଠନିକ ନିର୍ବାଚନ ପ୍ରସଙ୍ଗ ସମେତ ରାଜ୍ୟର ସାଂପ୍ରତିକ ସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇଥିଲା।

Related story