ହାତରେ ଧରି ସାଲାଇନ୍‌ ଦେଲେ, ପକେଟରୁ ବାହାରକଲେ ବିଜେପି ପତାକା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଥିବା ବ୍ୟକ୍ତି ଜଣକ ଏବେ ଚର୍ଚ୍ଚାରେ।  ସଭାସ୍ଥଳରୁ ପୋଲିସ ଅଭିଯକ୍ତଙ୍କୁ ଗିରଫ କରି ଆଣିଥିବା ବେଳେ ପ୍ରଥମେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ବେଡ୍‌ ନ ଥିବାରୁ ଅଭିଯୁକ୍ତ ଜଣଙ୍କୁ ତଳେ ସୁଆଇ ସାଲାଇନ୍‌ ଲଗାଇଥିଲେ ଡାକ୍ତର । ଏଣେ ଷ୍ଟାଣ୍ଡ ନ ଥିବାରୁ ଖୋଦ୍‌ ପୋଲିସ ଭାଇ ହାତରେ ଧରିଥିଲେ ସାଲାଇନ୍‌। ଏହାପରେ ଅଭିଯୁକ୍ତଙ୍କୁ ବରପାଲିରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅଭିଯୁକ୍ତଙ୍କ ପକେଟରୁ ବିଜେପି ପତାକା […]

rr

Rakesh Mallick
  • Published: Tuesday, 20 February 2018
  • , Updated: 20 February 2018, 09:11 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଥିବା ବ୍ୟକ୍ତି ଜଣକ ଏବେ ଚର୍ଚ୍ଚାରେ।  ସଭାସ୍ଥଳରୁ ପୋଲିସ ଅଭିଯକ୍ତଙ୍କୁ ଗିରଫ କରି ଆଣିଥିବା ବେଳେ ପ୍ରଥମେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ବେଡ୍‌ ନ ଥିବାରୁ ଅଭିଯୁକ୍ତ ଜଣଙ୍କୁ ତଳେ ସୁଆଇ ସାଲାଇନ୍‌ ଲଗାଇଥିଲେ ଡାକ୍ତର । ଏଣେ ଷ୍ଟାଣ୍ଡ ନ ଥିବାରୁ ଖୋଦ୍‌ ପୋଲିସ ଭାଇ ହାତରେ ଧରିଥିଲେ ସାଲାଇନ୍‌। ଏହାପରେ ଅଭିଯୁକ୍ତଙ୍କୁ ବରପାଲିରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଅଭିଯୁକ୍ତଙ୍କ ପକେଟରୁ ବିଜେପି ପତାକା ମିଳିଛି ବୋଲି ବରପାଲି ଥାନା ଆଇଆଇସି ସୁବ୍ରତ ବେହେରା ସୂଚନା ଦେଇଛନ୍ତି । ଅଭିଯୁକ୍ତ କହିଛନ୍ତି ସେ ଏହି ସଭାକୁ ନିଜ ଇଚ୍ଛାରେ ଆସିଥିଲେ। ତାଙ୍କୁ କେହି ଏଠାକୁ ପଠାଇ ନାହାନ୍ତି । ମାତ୍ର ୩ ଜଣଙ୍କ ପ୍ରେରଣା ପାଇ ସେ ଚପଲ ଫିଙ୍ଗିଥିଲେ। ଏହି ତିନିଜଣ ବିଜେପି, ବିଜେଡି ଅଥବା କଂଗ୍ରେସର ହୋଇଥାଇ ପାରନ୍ତି ବୋଲି ସେ କହିଛନ୍ତି।

Related story