ଗାଁରେ ସବୁ ସରକାରୀ ଘର, କଲେଜକୁ କ୍ୱାରେଣ୍ଟାଇନ୍‌ ସେଣ୍ଟର କରାଯାଉ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଆଗକୁ ସମସ୍ୟା ଭୟଙ୍କର ହେବ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟକୁ ୭ରୁ ୮ ଲକ୍ଷ ପ୍ରବାସୀ ଓଡ଼ିଆ ଆସିଲେ କ୍ୱାରେଣ୍ଟାଇନ୍‌ରେ ରହିବେ।  ଗ୍ରାମାଞ୍ଚଳରେ ଥିବା ସମସ୍ତ ସରକାରୀ ଘର ଓ କଲେଜରେ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା କରାଯାଉ। ସେମାନେ ଆସିବା ପରେ ସେମାନଙ୍କ ଜୀବିକା ପାଇଁ  ଯୋଜନା ହେଉ ବୋଲି ବିଜୟ ମହାପାତ୍ର କହିଛନ୍ତି। MGNREGAରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧ ଲକ୍ଷ ୬୧ […]

n-09

n-09

Tapas Behera
  • Published: Thursday, 30 April 2020
  • Updated: 30 April 2020, 04:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଆଗକୁ ସମସ୍ୟା ଭୟଙ୍କର ହେବ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟକୁ ୭ରୁ ୮ ଲକ୍ଷ ପ୍ରବାସୀ ଓଡ଼ିଆ ଆସିଲେ କ୍ୱାରେଣ୍ଟାଇନ୍‌ରେ ରହିବେ।  ଗ୍ରାମାଞ୍ଚଳରେ ଥିବା ସମସ୍ତ ସରକାରୀ ଘର ଓ କଲେଜରେ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା କରାଯାଉ। ସେମାନେ ଆସିବା ପରେ ସେମାନଙ୍କ ଜୀବିକା ପାଇଁ  ଯୋଜନା ହେଉ ବୋଲି ବିଜୟ ମହାପାତ୍ର କହିଛନ୍ତି। MGNREGAରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧ ଲକ୍ଷ ୬୧ ହଜାର ଏବଂ ୨୦୧୯-୨୦ରେ ୪୭ ହଜାର ଲୋକଙ୍କୁ ଶହେ ଦିନର କାମ ଦେଇଥିଲେ। ଏବେ  ୭ ଲକ୍ଷ ଲୋକ ଫେରୁଛନ୍ତି। ସେମାନଙ୍କୁ କାମ କେମିତି ଯୋଗାଇ ଦେବେ ବୋଲି ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି। ଏଥିଲାଗି ସରକାର ସମ୍ବେଦନଶୀଳ ହୋଇ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରନ୍ତୁ ।

ଯେଉଁ ରାଜ୍ୟରେ ଶ୍ରମିକ ଫସି ରହିଛନ୍ତି ସେ ରାଜ୍ୟ ସହ କଥା ହୋଇ ସେଠାରେ ବନ୍ଦ କାରଖାନା ଖୋଲିବା ବ୍ୟବସ୍ଥା କରନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି। ଅର୍ଥନୀତି ଚଳଚଞ୍ଚଳ ନହେଲେ ସ୍ଥିତି ଭୟଙ୍କର ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ରାଜ୍ୟକୁ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନମନ୍ତ୍ରୀ ପଦ୍ମନାଭ ବେହେରା । ସମସ୍ତ ଲୋକେ ଫେରିବାକୁ ବ୍ୟଗ୍ର ସେମାନଙ୍କ ପାଇଁ ପୃଥକବାସ ବ୍ୟବସ୍ଥା କରାଯାଉଛି। ସେମାନଙ୍କୁ କାମ ଦେବାରେ ଅସୁବିଧା ହେବନି । ଲକଡାଉନ ଉଠିବା ପରେ ପ୍ରବାସୀଙ୍କୁ ବସ୍‌ରେ ଆଣିବା ବ୍ୟବସ୍ଥା ହୋଇ ପାରେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos