ରାଜ୍ୟପାଳଙ୍କୁ ଭେଟିଲା  ରାଜ୍ୟ ବିଜେପି ପ୍ରତିନିଧି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ତେଜୁଛି ବିଜେପୁର ରାଜନୀତି। ଦଳ ଦଳ ମଧ୍ୟରେ ଉଗ୍ର ହେଉଛି ଆରୋପ୍ ପ୍ରତ୍ୟାରୋପ। ଆଜି ବିଜେଡି ଗୋଟିଏ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିବା ବେଳେ ରାଜ୍ୟ ବିଜେପି କାଉଣ୍ଟର କରି ଆଉ ଏକ ପ୍ରସଙ୍ଗରେ  ରାଜ୍ୟପାଳଙ୍କୁ ଭେଟିଛି। ଫେସବୁକ୍‌ରେ ଭାଇରାଲ ହୋଇଥିବା ଏକ ଭିଡିଓ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ  ଓ ପୋଲିସ ଡିଜି ଙ୍କ ପାଖରେ ଅଭିଯୋଗ କରିଛି ବିଜେଡି।   ଏହି ନକାରାତ୍ମକ ଭିଡିଓରେ ବିଜେଡିର ଦଳୀୟ ପତାକା […]

Governor-726x430

Rakesh Mallick
  • Published: Wednesday, 07 February 2018
  • , Updated: 07 February 2018, 11:07 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ତେଜୁଛି ବିଜେପୁର ରାଜନୀତି। ଦଳ ଦଳ ମଧ୍ୟରେ ଉଗ୍ର ହେଉଛି ଆରୋପ୍ ପ୍ରତ୍ୟାରୋପ। ଆଜି ବିଜେଡି ଗୋଟିଏ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିବା ବେଳେ ରାଜ୍ୟ ବିଜେପି କାଉଣ୍ଟର କରି ଆଉ ଏକ ପ୍ରସଙ୍ଗରେ  ରାଜ୍ୟପାଳଙ୍କୁ ଭେଟିଛି। ଫେସବୁକ୍‌ରେ ଭାଇରାଲ ହୋଇଥିବା ଏକ ଭିଡିଓ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ  ଓ ପୋଲିସ ଡିଜି ଙ୍କ ପାଖରେ ଅଭିଯୋଗ କରିଛି ବିଜେଡି।   ଏହି ନକାରାତ୍ମକ ଭିଡିଓରେ ବିଜେଡିର ଦଳୀୟ ପତାକା ଓ ଶଙ୍ଖ ଚିହ୍ନ ରହିଛି ବୋଲି ମଧ୍ୟ ଅଭିଯୋଗ କରିଛି ବିଜେଡି।   ବୁଧବାର ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଭିଡିଓ କୁ ବିଜେପିର ଜଣେ କର୍ମୀ ସଦାଶିବ ଜେନା ଫେସବୁକରେ ପୋଷ୍ଟକରିଥିବା ସହିତ ଏହା ବିଜେପୁର ଉପନିର୍ବାଚନ ପାଇଁ  ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରଛନ୍ତି ।

ତେଣୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେଡି।   ସେହିଭଳି ସଂଧ୍ୟାରେ ପୋଲିସ ଡିଜିଙ୍କୁ ଭେଟି ସମାନ ଅଭିଯୋଗ କରିଛି ବିଜେଡି। ଫେସବୁକରେ ତୁରନ୍ତ ଏହି ଭିଡିଓକୁ ବନ୍ଦ କରିବା ସହିତ ସାଇବର କ୍ରାଇମ ଆଇନ୍‌ ଅନୁଯାଇ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ  ଦାଦି କରିଛନ୍ତି।  ଏହାର ଜବାବ ରଖିଛି ବିଜେପି । ନବ କୁମାର ନାୟକଙ୍କୁ ରାଜ୍ୟ ନିର୍ବାଚନ  କମିସନର ନିଯୁକ୍ତି ନେଇ କଡ଼ା ସମାଲୋଚନା କରିଛି ରାଜ୍ୟ ବିଜେପି। ଏ ନେଇ ବିଜେପି ଉପାଧ୍ୟକ୍ଷ ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳ ଆଜି ରାଜ୍ୟପାଳ ଏସ.ସି. ଜମିରଙ୍କୁ ଭେଟିଛି। ଆଗାମୀ ୨୦୧୯ ପୌର ନିର୍ବାଚନକୁ ନଜରରେ ରଖି ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଏହି ନିଯୁକ୍ତି ଦିଆଯାଇଛି ବୋଲି ଅଭିଯୋଗ କରିଛି ବିଜେପି।

Related story