- Videos
- Politics
- ଭାଣ୍ଡିଆ ହେଲେ ମାଜିଷ୍ଟ୍ରେଟ୍, ଯୁବକ କହିଲେ ମୋ ଗାଡ଼ି ଚେକ୍ କରିବା ଆଗରୁ ତୁମ ପରିଚୟ ଦେଖାଅ, ଦେଖନ୍ତୁ ଭିଡିଓ
ଭାଣ୍ଡିଆ ହେଲେ ମାଜିଷ୍ଟ୍ରେଟ୍, ଯୁବକ କହିଲେ ମୋ ଗାଡ଼ି ଚେକ୍ କରିବା ଆଗରୁ ତୁମ ପରିଚୟ ଦେଖାଅ, ଦେଖନ୍ତୁ ଭିଡିଓ
- Published: Wednesday, 21 February 2018
- , Updated: 21 February 2018, 05:51 PM IST
<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଏବେ ସୋସିଆଲ ମିଡିଆରେ ଏକ ଭିଡଓ ଘୁରି ବୁଲୁଛି । ଯାହା ଖୁବ୍‌ କୌତୁହଳ ହୋଇଛି। ଏହି ଭିଡିଓରେ ଜଣେ ପୋଲିସ ଏବଂ ମାଜିଷ୍ଟ୍ରେଟ୍‌ କିଭଳି ହଟହଟା ହେଉଛନ୍ତି ତାହା ଦେଖିବାକୁ ମିଳିଛି। କଥାବାର୍ତ୍ତା ଓ ଆଲୋଚନାକରୁ ଭିଡିଓଟି ବିଜେପୁର ସମ୍ପର୍କିତ ବୋଲି ଜଣାପଡ଼ିଛି। ଘଟଣାଟି ଏମିତି। ଏବେ ବିଜେପୁରରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲୁଛି। ଜଣେ ଯୁବକ ଗେରୁଆ ବସ୍ତ୍ରରେ ଥିବା ସହ ନିଜକୁ ଜଣେ ବିଜେପି ନେତା ବୋଲି ଦାବି କରିଛନ୍ତି। ଯୁବକ ଜଣକ ପ୍ରଚାର ପାଇଁ ନିଜ କାରରେ ବିଜେପୁର ଯାଉଥିବା କହୁଛନ୍ତି। ହେଲେ ବାଟରେ ତାଙ୍କୁ ପୋଲିସ ଅଟକାଉଛି । ଆଉ ତାଙ୍କ କାର ଯାଞ୍ଚ ପାଇଁ କହୁଛନ୍ତି। ହେଲେ ଯୁବକ ଜଣକ ଛାଡ଼ିବା ମୁଡରେ ନ ଥିଲେ। ପ୍ରଥେମ ଗାଡ଼ି ଯାଞ୍ଚ ପୂର୍ବରୁ ପୋଲିସର ପରିଚୟ ମାଗୁଛନ୍ତି। ସମ୍ପୃକ୍ତ ପୋଲିସ ଅଧିକାରୀ ଜଣକ ନିଜକୁ ଆଇଆଇସି ବୋଲି କହୁଛନ୍ତି। ଆଉ ସାଙ୍ଗରେ ମାଜିଷ୍ଟ୍ରେଟ ଥିବା କହୁଛନ୍ତି।</p>
<p>ହେଲେ ଯୁବକ ଜଣକ କହୁଛନ୍ତି ମୁଁ କେମିତି ବିଶ୍ୱାସ କରିବି। ମୁଁ ପରିଚୟପତ୍ର ଦେଖିବାକୁ ଚାହେଁ। ପରେ ପାଖରେ ଥିବା ଗାଡ଼ିରୁ ଅନ୍ୟ ଜଣେ ଆସି ନିଜକୁ ମାଜିଷ୍ଟ୍ରେଟ ବୋଲି ପରିଚୟ ଦେଉଛନ୍ତି । ଆଉ ନିର୍ବାଚନ ଦାୟିତ୍ୱରେ ଥିବା କହୁଛନ୍ତି। ହେଲେ ଯୁବକଙ୍କର ଜିଦ୍ ସେ ଆଇ କାର୍ଡ଼ ଦେଖିବେ। ପରେ ମାଜିଷ୍ଟ୍ରେଟ ପରିଚୟ ଦେଇଥିବା ବ୍ୟକ୍ତି ଜଣକ ନିଜ ମୋବାଇଲରେ ସେଭ୍‌ ହୋଇ ଥିବା କପି ରେ ନିଜର ପରିଚୟ ଦେଖାଇଥିଲେ। କହିଥିଲେ ମୁଁ ଆଦିତ୍ୟ କୁମାର ପଣ୍ଡା। ହେଲେ ତାଙ୍କ ଦାୟିତ୍ୱ ବରପାଲିରେ ଥିବା ଉଲ୍ଲେଖ ରହିଛି। କିନ୍ତୁ ସେ ବିଜେପୁରରେ ଚେକ୍‌ କରୁଥିବାରୁ ବିଜେପି ନେତା ଜଣକ ତାଙ୍କୁ ପ୍ରଶ୍ନ କରିଥିଲେ। କହିଥିଲେ ଆପଣଙ୍କ ଡ୍ୟୁଟି ବରପାଲିରେ ରହିଛି। ଏହା ହେଉଛି ବିଜେପୁର ବ୍ଲକ। ଆପଣ ବରପାଲିରେ ଚେକ୍‌ କରନ୍ତୁ ବୋଲି ଯୁବକ ଜଣକ କହିଥିଲେ। ଆଉ ଆଦିତ୍ୟ କୁମାର ପଣ୍ଡା ସରି କହି ଭୁଲ ମାଗିଥିଲେ। ପରେ ଯୁବକ ଜଣକ ପଳାଇ ଆସିଥିଲେ। ଏହାର ସୁଟିଂ ହୋଇଥିବା ଭିଡିଓଟି ଫେସବୁକ୍‌ରେ ଏବେ ପ୍ରବଳମାତ୍ରାରେ ସେୟାର ହେଉଛି।</p>