ବିଜେପୁର ଉପନିର୍ବାଚନ ଦ୍ୱନ୍ଦ୍ୱ: ୬ ମାସର ଗଣିତକୁ ନେଇ କଳି ଝଗଡ଼ା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ନେଇ ଦ୍ୱନ୍ଦ୍ୱ। ନିର୍ବାଚନ ପାଇଁ ପଦ୍ମ ଘୁଞ୍ଚି ଘୁଚି ଯାଉଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଏହି ଦ୍ୱନ୍ଦ୍ୱକୁ ଅଧିକ ବଢାଇଛି। ବିଜେପୁର ଆସନ ଖାଲି ନେଇ ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପାଇବାର ୬ ମାସ ନା କୋର୍ଟରେ ମାମଲା ଫଇସଲା ହେବାଠାରୁ ୬ ମାସ ଭିତରେ ନିର୍ବାଚନ ହେବ, ବର୍ତ୍ତମାନ ତା ହିଁ ପାଲଟିଛି ବଡ଼ ପ୍ରଶ୍ନ। ଅଗଷ୍ଟ ୨୨ ତାରିଖରେ ସୁବଳ ସାହୁଙ୍କ ଦେହାନ୍ତ […]

bijipur-byelection-confusation

Rakesh Mallick
  • Published: Wednesday, 03 January 2018
  • , Updated: 03 January 2018, 09:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ନେଇ ଦ୍ୱନ୍ଦ୍ୱ। ନିର୍ବାଚନ ପାଇଁ ପଦ୍ମ ଘୁଞ୍ଚି ଘୁଚି ଯାଉଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଏହି ଦ୍ୱନ୍ଦ୍ୱକୁ ଅଧିକ ବଢାଇଛି। ବିଜେପୁର ଆସନ ଖାଲି ନେଇ ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପାଇବାର ୬ ମାସ ନା କୋର୍ଟରେ ମାମଲା ଫଇସଲା ହେବାଠାରୁ ୬ ମାସ ଭିତରେ ନିର୍ବାଚନ ହେବ, ବର୍ତ୍ତମାନ ତା ହିଁ ପାଲଟିଛି ବଡ଼ ପ୍ରଶ୍ନ।

ଅଗଷ୍ଟ ୨୨ ତାରିଖରେ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା। ଅଗଷ୍ଟ ୨୪ ତାରିଖରେ ବିଜେପୁର ଆସନ ଖାଲି ହେବା ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା।

ସେପଟେ ବିଜେପୁର ଉପନିର୍ବାଚନ ଅନିୟମିତା ନେଇ କୋର୍ଟରେ ଚାଲିଥିବା ମାମଲାର ଅକ୍ଟୋବର ୧୬ ତାରିଖରେ ଫଇସଲା ହେଲା। ତେବେ ସେଇଦିନଠାରୁ ୬ମାସର ହିସାବ ନିଆଯିବ କି? ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନାକୁ ଆଧାର କଲେ ନିର୍ବାଚନ ପାଇଁ ଏପ୍ରିଲ ପର୍ଯ୍ୟନ୍ତ ସମୟ ରହିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡି.ଏନ୍ ଗୁପ୍ତା କହିଛନ୍ତି।

ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି। ୨୭୦ ବୁଥ୍ ପାଇଁ ଭିଭିପିଏଟ୍ ମେସିନ୍ ଗୁଜରାଟରୁ ଅଣାଯାଇଛି। ଭିଭିପିଏଟ୍ ଓ ଇଭିଏମ୍‌ ପ୍ରଥମ ପର୍ଯ୍ୟାୟ ଚେକିଂ ଚାଲିଛି। ୨୦ ପ୍ରତିଶତ ଅଧିକ ଭିଭିପିଏଟ୍, ଇଭିଏମ୍ ମଧ୍ୟ ଅଣାଯାଇଛି। ନିର୍ବାଚନ ଦାୟିତ୍ୱରେ ରହିବାକୁ ଥିବା ଅଧିକାରୀଙ୍କୁ ପ୍ରଶିକ୍ଷଣ ବି ସରିଲାଣି। ବିଜେପୁର ନିର୍ବାଚନମଣ୍ଡଳୀରେ ୧ଲକ୍ଷ ୧୪ ହଜାର ୭୨୦ ପୁରୁଷ ଓ ୧ ଲକ୍ଷ ୪ ହଜାର ୮୫୩ ମହିଳା ଭୋଟର୍ ଅଛନ୍ତି।

ସେପଟେ ନିର୍ବାଚନ ବିଳମ୍ୱକୁ ନେଇ ମୁହାଁମୁହିଁ ତିନି ପ୍ରମୁଖ ରାଜନୈତିକ ଦଳ। ବିଳମ୍ବ ପାଇଁ  ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ନେଇ ଆରୋପ ପ୍ରତ୍ୟୋରୋପ ଲାଗି ରହିଛି।

ବିଜେଡି ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି-“ଖାଲି ପଡ଼ିବାର ୬ ମାସ ଭିତରେ ନିର୍ବାଚନ କରିବାର ନିୟମ ରହିଛି। ବୋଧହୁଏ କେଉଁଠି ନା କେଉଁଠି ନିର୍ବାଚନ କମିଶନଙ୍କୁ ବିଜେପି ପ୍ରଭାବିତ କରୁଥିବା ଅନୁମାନ କରାଯାଉଛି।”

କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ କହିଛନ୍ତି-“ସାମ୍ୱିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଖାଲି ପଡ଼ିଥିବା ସ୍ଥାନରେ ୬ ମାସ ଭିତର ନିର୍ବାଚନ ହେବ। ତେଣୁ ଏପରିସ୍ଥିତିରେ କେଉଁ ତାରିଖ କଥା କାହିଁକି ଉଠୁଛି।”

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି-“ରାଜ୍ୟ ସରକାର ସବୁ ଜାଣି ନଜାଣିବାର ଅଭିନୟ କରୁଛି। ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେଡି ଏପରି ପ୍ରହେଳିକା ରଚୁଛି।”

Related story