ବିଜେପୁର ଭୋଟ୍‌; ବିଜେଡି ଆଗୁଆ

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ବିଧାନସଭା ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡ ଓ  ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି  ୪୭୮୮ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଥିଲା। ରୀତା ସାହୁଙ୍କୁ ୭୦୦୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୨୨୧୭ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୩୧୭ ଖଣ୍ଡ ଭୋଟ୍ ମିଳିଥିଲା। ଦ୍ୱିତୀୟ […]

bjd

bjd

Jyoshna Pradhan
  • Published: Thursday, 24 October 2019
  • Updated: 24 October 2019, 10:07 AM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ବିଧାନସଭା ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡ ଓ  ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି।

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି  ୪୭୮୮ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଥିଲା। ରୀତା ସାହୁଙ୍କୁ ୭୦୦୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୨୨୧୭ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୩୧୭ ଖଣ୍ଡ ଭୋଟ୍ ମିଳିଥିଲା।

ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୯୮୯୭ ଖଣ୍ଡ ଭୋଟରେ ଆଗୁଆ ରହିଛି। ବିଜେଡି ୧୪୨୭୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୪୩୭୮ ଓ କଂଗ୍ରେସକୁ ମିଳିଛି ୫୬୯ ଖଣ୍ଡ ଭୋଟ। ।

ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲ୍ ଓ ଗୋଟିଏ ରାଉଣ୍ଡ ଟେବୁଲର ବ୍ୟବସ୍ଥା କରାଯାଇଛି। ସମୁଦାୟ ୨୧ଟି ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ପ୍ରତି ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ୍ ଓ ମାଇକ୍ରୋ ଅବଜରଭର୍ ରହିଛନ୍ତି। ସମଗ୍ର ଆରଏମସି ପରିସରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୧ ପ୍ଲାଟୁନ୍ ଓଏସ୍ଏପି, ୧ କଂପାନୀ ସିଆରପିଏଫ୍ ଓ ସ୍ଥାନୀୟ ପୁଲିସର ପାଟ୍ରୋଲିଂ ଦଳ ନିୟୋଜିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos