- Videos
- Politics
- ପୋଲିସ କହିଲା- ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକର ପଲିଟିକାଲ ଲିଙ୍କ ନାହିଁ
ପୋଲିସ କହିଲା- ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକର ପଲିଟିକାଲ ଲିଙ୍କ ନାହିଁ
- Published: Wednesday, 21 February 2018
- , Updated: 21 February 2018, 01:26 PM IST
<p>ବରଗଡ଼ (ଓଡ଼ିଶା ରିପୋର୍ଟର): ଗତକାଲି ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ କାର୍ତ୍ତିକ ମେହେର ନାମକ ଜଣେ ଯୁବକ ଚପଲ ଫିଙ୍ଗିଥିଲେ। ଏହି ଘଟଣାକୁ ନେଇ ବିଜେଡି ବିଜେପି ଉପରେ ଦୋଷ ଲଦୁଛି। ଏପରିକି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ ଅନ୍ୟ ଦୁଇ ଜଣଙ୍କ ପ୍ରରୋଚନାରେ କାର୍ତ୍ତିକ ଏହି କାମ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନିଜେ ଅଶୋକ ଖଣ୍ଡନ କରିଥିବା ବେଳେ ପଦ୍ମପୁର ଆଇଆଇସି ମଧ୍ୟ ଅସ୍ୱୀକାର କରିଛନ୍ତି।</p>
<p>ଆଇଆଇଓ ଯଶୋବନ୍ତ ପ୍ରଧାନୀ କହିଛନ୍ତି, “ଅଭିଯୁକ୍ତ କାର୍ତ୍ତିକ ମେହେରର ଘର ପଦ୍ମପୁର ଥାନା ବୁଦ୍ଧାପାଲିରେ। ସେ ଟିକେ ଆଡ଼ବାୟା ଓ ମେଣ୍ଟାଲ ପ୍ରକୃତିର ପିଲା। ୨୦୧୪ରେ ଅଣ୍ଡା ମାଡ଼ ନେଇ ତାଙ୍କ ନାଁରେ ଅଭିଯୋଗ ଥିଲା। ସାଧାରଣ ଚାଷୀ ପରିବାର ପିଲା କାର୍ତ୍ତିକ। ତା’ର କିଛି ପଲିଟିକାଲ୍ ଲିଙ୍କ୍ ନାହିଁ।”</p>
<p>&nbsp;</p>