ବିଜୁପଟ୍ଟନାୟକ ବିମାନବନ୍ଦରରେ ବିମାନଯାତ୍ରୀଙ୍କ ସଂଖ୍ୟା ୨୫% ବଢିଛି

ଭୁବନେଶ୍ୱର:ଅନ୍ତର୍ଜାତୀୟ ବିମାନବନ୍ଦର ମାନ୍ୟତା ପାଇବା ପରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବମାନବନ୍ଦରରେ ବଢିଛି ବିମାନଯାତ୍ରୀଙ୍କ ସଂଖ୍ୟା। ଏଥିସହ ବିମାନ ଚଳାଚଳ ଏବଂ ବିମାନରେ ଯାଉଥିବା ସାମଗ୍ରୀର ମଧ୍ୟ ଅଭିବୃଦ୍ଧି ଘଟିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ଭୁବନେଶ୍ୱର ବିମାନବନ୍ଦରରେ ୧୫,୨୫୯ଟି ବିମାନ ଚଳାଚଳ କରିଥିବା ବେଳେ ୨୦୧୫-୧୬ରେ ୧୭,୨୫୭ରେ ପହଞ୍ଚିଛି। ସେହିଭଳି ୨୦୧୪-୧୫ରେ ଏହି ସଂଖ୍ୟା ୧୫,୬୨,୧୮୩ ଜଣ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ଯାତ୍ରା କରିଥିବା ବେଳେ ୨୦୧୫-୧୬ରେ ଏହି ସଂଖ୍ୟା ୧୯,୫୭,୯୬୧ରେ ପହଞ୍ଚିଛି। ବିମାନରେ ଯାଉଥିବା ସାମଗ୍ରୀ […]

Capture

Rakesh Mallick
  • Published: Wednesday, 04 May 2016
  • , Updated: 05 May 2016, 01:40 AM IST

ଭୁବନେଶ୍ୱର:ଅନ୍ତର୍ଜାତୀୟ ବିମାନବନ୍ଦର ମାନ୍ୟତା ପାଇବା ପରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବମାନବନ୍ଦରରେ ବଢିଛି ବିମାନଯାତ୍ରୀଙ୍କ ସଂଖ୍ୟା। ଏଥିସହ ବିମାନ ଚଳାଚଳ ଏବଂ ବିମାନରେ ଯାଉଥିବା ସାମଗ୍ରୀର ମଧ୍ୟ ଅଭିବୃଦ୍ଧି ଘଟିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ଭୁବନେଶ୍ୱର ବିମାନବନ୍ଦରରେ ୧୫,୨୫୯ଟି ବିମାନ ଚଳାଚଳ କରିଥିବା ବେଳେ ୨୦୧୫-୧୬ରେ ୧୭,୨୫୭ରେ ପହଞ୍ଚିଛି। ସେହିଭଳି ୨୦୧୪-୧୫ରେ ଏହି ସଂଖ୍ୟା ୧୫,୬୨,୧୮୩ ଜଣ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ଯାତ୍ରା କରିଥିବା ବେଳେ ୨୦୧୫-୧୬ରେ ଏହି ସଂଖ୍ୟା ୧୯,୫୭,୯୬୧ରେ ପହଞ୍ଚିଛି।

ବିମାନରେ ଯାଉଥିବା ସାମଗ୍ରୀ ପରିମାଣ ମଧ୍ୟ ୧୮ ପ୍ରତିଶତ ବଢିଛି। ୨୦୧୪-୧୫ରେ ୫୯୮୫ ମେଟ୍ରିକ ଟନ୍‌ କାର୍ଗୋ ଭୁବନେଶ୍ୱର ବିମାନବନ୍ଦରରେ ଆତଯାତ ହୋଇଥିଲା। ୨୦୧୫-୧୬ରେ ଏହା ୭୦୮୮ ମେଟ୍ରିକ ଟନ୍‌ରେ ପହଞ୍ଚିଛି।

ଅନ୍ୟପକ୍ଷରେ ଆଗ ଅପେକ୍ଷା ଶସ୍ତା ହୋଇଛି ବିମାନ ଯାତ୍ରା। ଫଳରେ ବିମାନଯାତ୍ରୀ ସଂଖ୍ୟ ବୃଦ୍ଧି ପାଇଛି। ଏବେ ଭୁବନେଶ୍ୱରରୁ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ୍‌, ପୋର୍ଟବ୍ଲେୟାର, ଭାଇଜାଗ୍‌, ବାରଣାସୀକୁ ବିମାନ ସଂଯୋଗ ରହିଛି। ସେହିପରି ପୁଣେ, ଚେନ୍ନାଇ ଓ କୋଏମ୍ବାଟୁରକୁ ବିମାନ ଚଳାଚଳ ହେଲେ ଉଭୟ ଯାତ୍ରୀ ଓ ବିମାନ ସେବା ପ୍ରଦାନକାରୀ ସସ୍ଥାଙ୍କ ପାଇଁ ଏହା ଲାଭଦାୟକ ହେବ।

ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଆର.ମହାଲିଙ୍ଗମ‌ କହିଛନ୍ତି,“ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀର ଆତଯାତ ବୃଦ୍ଧି ପାଉଛି। ପାଖାପାଖି ୨୫ ପ୍ରତିଶତ ବୃଦ୍ଧି ପାଇଛି। ବାହାରୁ ଘରୋଇ ବିମାନ ଓଡ଼ିଶାକୁ ଆସିବାକୁ ଆଗ୍ରହୀ ରହିଛନ୍ତି। ଏଠାରେ ପର୍ଯ୍ୟଟନସ୍ଥଳୀ ରହିଥିବାରୁ ଏଠାକୁ ବାହାରୁ ପର୍ଯ୍ୟଟକଙ୍କର ଆଗମନ ବୃଦ୍ଧି ପାଉଛି।”

Related story