ବିଜୁ ଶତବାର୍ଷିକୀ ଲାଗି କେନ୍ଦ୍ର ଅର୍ଥ ବରାଦ ନ କରି ତାଙ୍କୁ ଉପେକ୍ଷା କରିଛି:ବିଜେଡି

ଭୁବନେଶ୍ୱର: ବିଜେଡି କେନ୍ଦ୍ରୀୟ ଅବହେଳା ଅଭିଯୋଗରେ ଯୋଡି ହୋଇଛି ବିଜୁବାବୁଙ୍କୁ ଉପେକ୍ଷା ପ୍ରସଙ୍ଗ। କେନ୍ଦ୍ର ବଜେଟରେ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ବ୍ୟୟ ବରାଦ ହୋଇ ନ ଥିବାରୁ ଦଳ ଆପତ୍ତି ଉଠାଇଛି। ବିଜୁବାବୁଙ୍କ ସ୍ମୃତିରେ ଇଣ୍ଡୋନେସିଆ ସରକାର ଆଜି ନ୍ୟାସନାଲ ସର୍ଭିସ ଡେ’ ଦିବସ ପାଳନ କରୁଥିବା ବେଳେ ରାଜ୍ୟ ସରକାର ଏକଥା ଭୁଲି ଯାଇଥିବାରୁ କ୍ଷୋଭ ପ୍ରକାଶ ପାଇଛି। ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଇଁ କେନ୍ଦ୍ର ବଜେଟରେ ବ୍ୟୟ ବରାଦ ହୋଇ ନ […]

biju logo

Rakesh Mallick
  • Published: Tuesday, 01 March 2016
  • , Updated: 01 March 2016, 04:18 PM IST

ଭୁବନେଶ୍ୱର: ବିଜେଡି କେନ୍ଦ୍ରୀୟ ଅବହେଳା ଅଭିଯୋଗରେ ଯୋଡି ହୋଇଛି ବିଜୁବାବୁଙ୍କୁ ଉପେକ୍ଷା ପ୍ରସଙ୍ଗ। କେନ୍ଦ୍ର ବଜେଟରେ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ବ୍ୟୟ ବରାଦ ହୋଇ ନ ଥିବାରୁ ଦଳ ଆପତ୍ତି ଉଠାଇଛି। ବିଜୁବାବୁଙ୍କ ସ୍ମୃତିରେ ଇଣ୍ଡୋନେସିଆ ସରକାର ଆଜି ନ୍ୟାସନାଲ ସର୍ଭିସ ଡେ’ ଦିବସ ପାଳନ କରୁଥିବା ବେଳେ ରାଜ୍ୟ ସରକାର ଏକଥା ଭୁଲି ଯାଇଥିବାରୁ କ୍ଷୋଭ ପ୍ରକାଶ ପାଇଛି।

ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଇଁ କେନ୍ଦ୍ର ବଜେଟରେ ବ୍ୟୟ ବରାଦ ହୋଇ ନ ଥିବାରୁ ଏମିତି କ୍ଷୋଭ ପ୍ରକାଶ କରିଛି ବିଜେଡି। ବିଜୁବାବୁଙ୍କୁ ପଣ୍ଡିତ ଦୀନଦୟାଲଙ୍କ ସହ ତୁଲନା କରି ଦଳ କେନ୍ଦ୍ରୀୟ ଅବହେଳା ସ୍ୱରକୁ ଶାଣିତ କରିଛି। ଆସନ୍ତା ୫ ତାରିଖରୁ ଏକବର୍ଷ ଧରି ବିଜୁବାବଙ୍କ ଶତବାର୍ଷିକ ପାଳନ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଥିପାଇଁ କେନ୍ଦ୍ର କିଛି ଅର୍ଥ ବରାଦ କରିବ ବୋଲି ରାଜ୍ୟ ସରକାର ଆଶା ରଖିଥିଲେ। ହେଲେ ଏପରି କିଛି ହୋଇ ନ ଥିବାରୁ ବିଜେଡି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି।

ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ବିଜୁ ବାବୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ। ବିଜୁ ବାବୁକୁ ମନେ ରଖିବା ପାଇଁ ଇଣ୍ଡୋନେସିଆ ସରକାର ମାର୍ଚ୍ଚ ୧ ତାରିଖକୁ ନ୍ୟାସନାଲ ସର୍ଭିସ ଡେ’ ଭାବେ ପାଳନ କରୁଛନ୍ତି।ଏହି ଦିନ ଇଣ୍ଡୋନେସିଆକୁ ପ୍ରତିନିଧୀ ପଠାଇବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଗବେଷକ ଅନୀଲ ଧୀର କହିଛନ୍ତି।

ଏନେଇ ବିଜେଡି ମୁଖପାତ୍ର କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, “ଏକ ଟିମ୍‌ ଗଠନ କରାଯାଇଛି। ଉକ୍ତ ଟିମ୍‌ ଇଣ୍ଡୋନେସିଆ ଯାଇ ବିଜୁବାବୁଙ୍କ ଆଇଡୋଲୋଜି ଚର୍ଚ୍ଚା କରିବେ।”

ଏ ନେଇ ବିଜେପି ରାଜ୍ୟ ଉପସଭାପତି ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ, “ସମସ୍ତଙ୍କୁ ସାମିଲ କରାଯାଇ ପାରିବ, ଏମିତି କଥା ନୁହେଁ। ରାଜ୍ୟ ସରକାର ତ’ ବିଜୁ ବାବୁଙ୍କ ପାଇଁ ବହୁତ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାର ପରେ ଏ ନେଇ ବିଚାର କରି ପାରନ୍ତି।”

Related story