ଆନ୍ତର୍ଜାତିକ ଯୁବ ଦିବସରେ ହଜିଗଲା ‘ବିଜୁ ଯୁବ ବାହିନୀ’!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ବିଶ୍ୱ ଆଜିର ଦିନକୁ ‘ଆନ୍ତର୍ଜାତିକ ଯୁବ ଦିବସ’ ଭାବେ ପାଳନ କରିଛି। କିନ୍ତୁ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ କରି ରାଜନୀତିକ ଉଦ୍ଦେଶ୍ୟ ପୂରଣ ପାଇଁ ରାଜ୍ୟ ସରକାର ଗଢ଼ିଥିବା ‘ବିଜୁ ଯୁବ ବାହିନୀ’ ନିମନ୍ତେ ଆଜିର ଦିନ ସେଭଳି କୌଣସି ଗୁରୁତ୍ୱ ବହନ କରିନି। ଯଦିଓ ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ରାଜ୍ୟର ଯୁବବର୍ଗଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି, ତଥାପି ତାଙ୍କ […]

bvv

bvv

Tapas Behera
  • Published: Monday, 12 August 2019
  • Updated: 12 August 2019, 09:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ବିଶ୍ୱ ଆଜିର ଦିନକୁ ‘ଆନ୍ତର୍ଜାତିକ ଯୁବ ଦିବସ’ ଭାବେ ପାଳନ କରିଛି। କିନ୍ତୁ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ କରି ରାଜନୀତିକ ଉଦ୍ଦେଶ୍ୟ ପୂରଣ ପାଇଁ ରାଜ୍ୟ ସରକାର ଗଢ଼ିଥିବା ‘ବିଜୁ ଯୁବ ବାହିନୀ’ ନିମନ୍ତେ ଆଜିର ଦିନ ସେଭଳି କୌଣସି ଗୁରୁତ୍ୱ ବହନ କରିନି। ଯଦିଓ ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ରାଜ୍ୟର ଯୁବବର୍ଗଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି, ତଥାପି ତାଙ୍କ ସରକାରଙ୍କ ଯୁବ ବ୍ୟାପାର ବିଭାଗ ଆଜିର ଦିନକୁ ସମ୍ପୂର୍ଣ୍ଣ ଭୁଲି ଯାଇଛି।

ସୂଚନା ଅନୁସାରେ, ରାଜ୍ୟ ସରକାର ୪୫୦କୋଟି ଟଙ୍କା ବ୍ୟୟ କରି ‘ବିଜୁ ଯୁବ ବାହିନୀ’ ଗଢ଼ି ରାଜ୍ୟର ପ୍ରାୟ ୨ଲକ୍ଷ ୭୦ ହଜାର ଯୁବକଯୁବତୀଙ୍କୁ ଏହାର ସଦସ୍ୟ କରିଛନ୍ତି। ଯୁବବର୍ଗଙ୍କ ମଧ୍ୟରେ ସେବା ମନୋଭାବ ବୃଦ୍ଧି, ସାମାଜିକ ସୁସମ୍ପର୍କ ସ୍ଥାପନ, ସାଂସ୍କୃତିକ ଆଦାନପ୍ରଦାନ ଓ ସୁସ୍ଥ ଜୀବନଯାପନ ଆଦିକୁ ପ୍ରୋତ୍ସାହିତ କରିବା ଏହାର 'ଉଦ୍ଦେଶ୍ୟ' ଥିଲା। ଏହି ବିଜୁ ଯୁବ ବାହିନୀର ବର୍ଷତମାମ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ ହୋଇଥିଲା। କିନ୍ତୁ ରାଜନୀତିକ ଉଦ୍ଦେଶ୍ୟରେ ନିର୍ବାଚନ ପୂର୍ବରୁ ସେମାନଙ୍କୁ ଟି ସାର୍ଟ- ଟୋପିଠୁ ଆରମ୍ଭ କରି ମୋବାଇଲ ଫୋନ୍ ଓ କ୍ରୀଡ଼ା ସାମଗ୍ରୀ ସହ ବିଦେଶ ଭ୍ରମଣରେ ପଠାଇ ଦେବା ପରେ ରାଜ୍ୟ ସରକାର ଚୁପ୍ ବସିଛନ୍ତି।

ରାଜକୋଷ ପାଣ୍ଠିରେ ବିଜୁ ଯୁବ ବାହିନୀର ସମ୍ପୂର୍ଣ୍ଣ ବିଜେଡିକରଣ କରିଥିବାରୁ ଏହା ବିରୋଧରେ ଓଡ଼ିଶା ହାଇକୋର୍ଟରେ ଦୁଇଟି ଜନସ୍ୱାର୍ଥ ସମ୍ବଳିତ ମାମଲା ରୁଜୁ ହୋଇସାରିଛି। ଏପରିକି ୨୦୧୮ ମାର୍ଚ୍ଚ ୧୪ରେ ଏହି ବିଜୁ ଯୁବ ବାହିନୀ ଗଠନକୁ କ୍ୟାବିନେଟ ଅନୁମୋଦନ ମିଳିବା ପୂର୍ବରୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏନେଇ ଅର୍ଥ ବ୍ୟୟବରାଦ ସହ ଟେଣ୍ଡର ଡାକିବା କାର୍ଯ୍ୟ ବି ଶେଷ କରିଦେଇଥିଲା। ୨୦୧୮-୧୯ରେ ବିଜୁ ଯୁବ ବାହିନୀ ପାଇଁ ୧୨୪.୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ରାଜ୍ୟ ସରକାର ୨୦୧୯-୨୦ରେ ୧୨୮.୮୭କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ କୋଟିକୋଟି ଟଙ୍କା କେଉଁଠି ଖର୍ଚ୍ଚ ହେଉଛି ତା'ର ତଥ୍ୟ କାହା ପାଖରେ ନାହିଁ। ଫୋନି ବାତ୍ୟାରେ ବିଜେଡି କର୍ମୀମାନେ ପୁରୀ ଜିଲ୍ଲାର କେତେକ ଅଞ୍ଚଳରେ ରିଲିଫ କାର୍ଯ୍ୟ କରିଥିବାବେଳେ ତାକୁ ‘ବିଜୁ ଯୁବ ବାହିନୀ’ ଦ୍ୱାରା ସମ୍ପାଦିତ ହୋଇଥିଲା ବୋଲି କୁହାଯାଇଥିଲା। ଆଉ ବିଜେଡି ନେତାମାନେ ‘ବିଜୁ ଯୁବ ବାହିନୀ’ଉପରେ ପ୍ରଶଂସା ଅଜାଡ଼ି ପକାଇ ସେଠାରେ ଖର୍ଚ୍ଚ ହୋଇଥିବା ଅର୍ଥକୁ ‘ଏହି ପାଣ୍ଠି’ରୁ ହାତେଇବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି।

ସମଗ୍ର ବିଶ୍ୱରେ ଯୁବବର୍ଗଙ୍କ ପାଇଁ ସମର୍ପିତ ଆଜିର ଦିନଟିକୁ ପାଳନ କରିବାକୁ ‘ବିଜୁ ଯୁବ ବାହିନୀ’ କିମ୍ବା ରାଜ୍ୟ ଯୁବବ୍ୟାପାର ବିଭାଗ ଆଗ୍ରହ ଦେଖାଇଲା ନାହିଁ। ବିଜୁ ଯୁବ ବାହିନୀ ମାଧ୍ୟମରେ ସମଗ୍ର ରାଜ୍ୟରେ ‘ଆନ୍ତର୍ଜାତିକ ଯୁବ ଦିବସ’ ପାଳନ କରି ଗାଁ ଗହଳିରେ ବି ଯୁବବର୍ଗଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି, ପରମ୍ପରା ରକ୍ଷା ଓ ସମାଜ ସେବା ପ୍ରତି ମନୋନିବେଶ ବଢ଼ାଇବା ଦିଗରେ ଯୁବ ବ୍ୟାପାର ପଦକ୍ଷେପ ନନେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସଙ୍ଗେସଙ୍ଗେ ‘ବିଜୁ ଯୁବ ବାହିନୀ’ ଯେ କେବଳ ଭୋଟ ହାତେଇବା ପାଇଁ ଏକ ଭେଳିକି ଥିଲା, ତାହା ସ୍ପଷ୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story