ଏଭରେଷ୍ଟରେ ଜାତୀୟ ପତାକା ଉଡ଼ାଇଲେ ଓଡ଼ିଆ ପୁଅ ବିକାଶ  

Ordigital Desk
  • Published: Monday, 04 December 2017
  • , Updated: 04 December 2017, 09:22 AM IST
<p>ଭୁବନେଶ୍ୱର: ଏଭରେଷ୍ଟ ଶୃଙ୍ଖ ଆରୋହଣ କରି ଓଡ଼ିଶା ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ବିକାଶ ମହାରଣା। ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ଅନ୍ତର୍ଗତ ଉସ୍ତାପଡ଼ା ଗାଁର ବାସିନ୍ଦା ହେଉଛନ୍ତି ବିକାଶ। ସେ ନୌସେନାରେ କର୍ମରତ ଅଛନ୍ତି। ଏଭେରେଷ୍ଟ ଶୃଙ୍ଗ ଆରୋହଣ କରି ରାଜ୍ୟ ପାଇଁ ସେ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି। ବିକାଶ ନିଜ ଗାଁରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ପାଟପଟୁଆରରେ ସ୍ୱାଗତ କରିଥିଲେ। ପାରମ୍ପରିକ ବାଦ୍ୟ ବଜାଇ ସ୍ୱାଗତ କରାଯାଇଥିଲା।</p> <p>୧୭ ଜଣ ସାଥିଙ୍କ ସହ ଏଭରେଷ୍ଟ ଶୃଙ୍ଖ ଆରୋହଣ ଅଭିଯାନରେ ସାମିଲ ହୋଇଥିଲେ ବିକାଶ। ତେବେ ମୋଟ ୧୮ ଜଣଙ୍କ ମଧ୍ୟରୁ ମାତ୍ର ୯ ଜଣ ଏଭରେଷ୍ଟ ଶିଖରରେ ପହଞ୍ଚି ପାରିଥିଲେ। ୮ ହଜାର ୮୪୮ ମିଟର ବିଶିଷ୍ଟ ଏହି ଶୃଙ୍ଗରେ ଚଢି ଜାତୀୟ ପତାକା ଉଡ଼ାଇଥିଲେ ବିକାଶ। ବିକାଶଙ୍କ ସଫଳତାକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି &nbsp;ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର।</p>

Related story