ବାଇକ୍‌ ଚୋରି ରାକେଟ୍‌ର ପର୍ଦ୍ଦାଫାସ; ୮ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ପୁରୀ (ଓଡ଼ିଶା ରିପୋର୍ଟର): ବାଇକ୍‌ ଚୋରି ରାକେଟ୍‌ର ପର୍ଦ୍ଦାଫାସ। ଆଜି ଏହି ଘଟଣାରେ ପୁଲିସ ୮ ଜଣ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ୩୩ଟି ବାଇକ୍‌ ଜବତ କରିଛି। ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ପୁଲିସ ତାହାର ତଦନ୍ତ କରୁଛି। ଗତ କିଛି ମାସ ମଧ୍ୟରେ ପୁରୀର ବିଭିନ୍ନ ଅଞ୍ଚଳରୁ ବାଇକ୍‌ ଚୋରି ହେଉଥିଲା। ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବାରେ ସଫଳ ହେଉନଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ […]

bike-lifting-racket-busted,-8arrested

Manoranjan Sial
  • Published: Tuesday, 12 March 2019
  • , Updated: 12 March 2019, 05:29 PM IST

ପୁରୀ (ଓଡ଼ିଶା ରିପୋର୍ଟର): ବାଇକ୍‌ ଚୋରି ରାକେଟ୍‌ର ପର୍ଦ୍ଦାଫାସ। ଆଜି ଏହି ଘଟଣାରେ ପୁଲିସ ୮ ଜଣ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ୩୩ଟି ବାଇକ୍‌ ଜବତ କରିଛି। ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ପୁଲିସ ତାହାର ତଦନ୍ତ କରୁଛି।

ଗତ କିଛି ମାସ ମଧ୍ୟରେ ପୁରୀର ବିଭିନ୍ନ ଅଞ୍ଚଳରୁ ବାଇକ୍‌ ଚୋରି ହେଉଥିଲା। ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବାରେ ସଫଳ ହେଉନଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ ପୁରୀ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୀପକ କୁମାର ସାହୁ, ତପନ କୁମାର ସାହୁ, ଲିଙ୍ଗରାଜ ପ୍ରଧାନ, ରାକେଶ ପ୍ରଧାନ, ବିଘ୍ନେଶ ପ୍ରଧାନ, ସୁମନ୍ତ ମାଝୀ, ଦୀପକ ପ୍ରଧାନ ଓ ସୁନୀଲ କୁମାର ପ୍ରଧାନଙ୍କୁ ଗିରଫ କରିଛି। ଏମାନେ ପୁରୀର ବିଭିନ୍ନ ସ୍ଥାନରୁ ବାଇକ୍‌ ଚୋରି କରି ବ୍ରହ୍ମଗିରି ଅଞ୍ଚଳରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

ବାଇକ୍‌ ଚୋରି ନେଇ ବିଭିନ୍ନ ଥାନାରେ ୧୩ଟି ମାମଲା ରୁଜୁ ହୋଇଥିଲା। ପୁରୀ ପୁଲିସ୍‌ର ସ୍ପେଶାଲ୍‌ ଡ୍ରାଇଭ କରି ବାଇକ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ବୋଲି ଆଇ.ଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Related story