ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀକୁ ନେଇ ପ୍ରକାଶ ପାଇବ ପୁସ୍ତକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀକୁ ନେଇ ପ୍ରାମାଣିକ ତଥ୍ୟ ଆଧାରରେ ଏକ ପୁସ୍ତକ ପ୍ରକାଶ ପାଇବ । ଓଡ଼ିଶାର ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଏହି ପୁସ୍ତକ ରଚନା କରିବେ ଓ ଏହାର ପ୍ରକାଶନ ଆନ୍ତର୍ଜାତିକ ପବ୍ଲିକେସନ୍ ସଂସ୍ଥା ‘ପେଙ୍ଗୁଇନ୍‌’ କରିବ । ‘ପେଙ୍ଗୁଇନ୍ ଇଣ୍ଡିଆ’ ତା’ର ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇ କହିଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିସ୍ତୃତ ଜୀବନୀ ଉପରେ ପ୍ରାମାଣିକ ତଥ୍ୟକୁ ନେଇ ପ୍ରଥମଥର […]

Daupadi

Daupadi

Niranjan Mishra
  • Published: Tuesday, 02 August 2022
  • Updated: 02 August 2022, 09:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀକୁ ନେଇ ପ୍ରାମାଣିକ ତଥ୍ୟ ଆଧାରରେ ଏକ ପୁସ୍ତକ ପ୍ରକାଶ ପାଇବ । ଓଡ଼ିଶାର ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଏହି ପୁସ୍ତକ ରଚନା କରିବେ ଓ ଏହାର ପ୍ରକାଶନ ଆନ୍ତର୍ଜାତିକ ପବ୍ଲିକେସନ୍ ସଂସ୍ଥା ‘ପେଙ୍ଗୁଇନ୍‌’ କରିବ ।
‘ପେଙ୍ଗୁଇନ୍ ଇଣ୍ଡିଆ’ ତା’ର ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇ କହିଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିସ୍ତୃତ ଜୀବନୀ ଉପରେ ପ୍ରାମାଣିକ ତଥ୍ୟକୁ ନେଇ ପ୍ରଥମଥର ପାଇଁ ଏକ ପୁସ୍ତକ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁଙ୍କ ଦ୍ୱାରା ରଚନା କରାଯିବ । ‘ମ୍ୟାଡାମ୍ ପ୍ରେସିଡେଣ୍ଟ: ଏ ବାୟୋଗ୍ରାଫି ଅଫ ଦ୍ରୌପଦୀ ମୁର୍ମୁ’ ଶୀର୍ଷକ ଏହି ପୁସ୍ତକରେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ଜୀବନୀ ସମ୍ପର୍କରେ ଜାଣିବାର ସୁଯୋଗ ମିଳିବ ।
ଏହି ପୁସ୍ତକର ଲେଖକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ସାହୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ ଏହି ପୁସ୍ତକ ଲେଖିବା ପାଇଁ ଗତ ୧୦ଦିନ ପୂର୍ବରୁ ପେଙ୍ଗୁଇନ୍ ସଂସ୍ଥା ତାଙ୍କ ସହ ଚୁକ୍ତିବଦ୍ଧ କରିଛି । ପୁସ୍ତକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାଲ୍ୟଜୀବନ, କର୍ମମୟ, ପାରିବାରିକ, ରାଜନୀତିକ ଜୀବନ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିବ । ମୋଟାମୋଟି ଭାବେ ପୁସ୍ତକରେ ତାଙ୍କ ବାଲ୍ୟଜୀବନରୁ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ରହିବ । ରାଷ୍ଟ୍ରପତିଙ୍କ ନିକଟତମ ଲୋକମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କଠୁ ମିଳୁଥିବା ତଥ୍ୟକୁ ଏହି ପୁସ୍ତକରେ ସାମିଲ କରାଯିବ ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଭେଟିବା ପରେ କିଛି ତଥ୍ୟର ପ୍ରାମାଣିକତା ସ୍ପଷ୍ଟ ହେବ । ରାଷ୍ଟ୍ରପତିଙ୍କୁ ସେ ସାକ୍ଷାତ ପାଇଁ ସମୟ ଲୋଡ଼ିବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଜୀବନୀକୁ ନେଇ ଏହି ପୁସ୍ତକ ଲେଖିବା ତାଙ୍କ ପାଇଁ ଗର୍ବର କଥା । ୨୦୦ ପୃଷ୍ଟା ସମ୍ବଳିତ ଏହି ପୁସ୍ତକ ନଭେମ୍ବର-ଡିସେମ୍ବର ସୁଦ୍ଧା ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story