‘୧୦ ବର୍ଷରେ ପତ୍ନୀଙ୍କ ଜରିଆରେ କରାଇଛନ୍ତି ୯୦୦ ବୀମା ପଲିସି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଅଡୁଆ ବଢ଼ିବାରେ ଲାଗିଛି। ବିରଞ୍ଚିଙ୍କ ଚେର ଖୋଳିବା ପାଇଁ ଆଣି ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ପତ୍ନୀଙ୍କୁ ଆଢ଼ୁଆଳରେ ରଖି ବିରଞ୍ଚି ଚଳାଇଥିଲେ ବୀମା ବ୍ୟବସାୟ। ୧୦ ବର୍ଷରେ ପତ୍ନୀଙ୍କ ଜରିଆରେ କରାଇଛନ୍ତି ୯୦୦ ବୀମା ପଲିସି।ତାଙ୍କ ପତ୍ନୀ କେତେ କମିଶନ ପାଇଛନ୍ତି, ତାହାର ତଦନ୍ତ ହେବ। ରିଟର୍ଣ୍ଣ ଫାଇଲ କରିଛନ୍ତି ନା […]

biranchi sahoo

Manoranjan Sial
  • Published: Friday, 06 August 2021
  • , Updated: 06 August 2021, 04:16 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଅଡୁଆ ବଢ଼ିବାରେ ଲାଗିଛି। ବିରଞ୍ଚିଙ୍କ ଚେର ଖୋଳିବା ପାଇଁ ଆଣି ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ପତ୍ନୀଙ୍କୁ ଆଢ଼ୁଆଳରେ ରଖି ବିରଞ୍ଚି ଚଳାଇଥିଲେ ବୀମା ବ୍ୟବସାୟ। ୧୦ ବର୍ଷରେ ପତ୍ନୀଙ୍କ ଜରିଆରେ କରାଇଛନ୍ତି ୯୦୦ ବୀମା ପଲିସି।ତାଙ୍କ ପତ୍ନୀ କେତେ କମିଶନ ପାଇଛନ୍ତି, ତାହାର ତଦନ୍ତ ହେବ। ରିଟର୍ଣ୍ଣ ଫାଇଲ କରିଛନ୍ତି ନା ନାହିଁ ଆୟକର ବିଭାଗ ତଦନ୍ତ କରିବ ବୋଲି ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି।

ସେପଟେ ବିରଞ୍ଚିଙ୍କ ଘରୁ ୧୧୪ଟି ଆଡମିଟ୍‌ କାର୍ଡ ମିଳିଥିଲା। ସେଥିରୁ ୧୦୭ଟି ଆଡମିଟ୍ କାର୍ଡ ପାଇଥିବା ବ୍ୟକ୍ତି ଚାକିରି କରିନାହାନ୍ତି। ଅନ୍ୟ ୭ଟି ଆଡମିଟ କାର୍ଡକୁ ନେଇ ଯାଞ୍ଚ ଚାଲିଛି ବୋଲି ଭିଜିଲାନ୍ସ ଏସ୍‌ପି ଗଣମାଧ୍ୟମକୁ କହିଛନ୍ତି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିରଞ୍ଚି ସାହୁଙ୍କ ଭୁବନେଶ୍ୱର ସ୍ଥିତ ନୀଳାଦ୍ରୀବିହାର ବାସଭବନ, କଟକ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଆଖି ଖୋଲିଦେଲା ଭଳି ସଂପତ୍ତି ଠାବ ହୋଇଥିଲା। ୩ କୋଟି ୭୯ ଲକ୍ଷର ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ମିଳିଥିଲା ନଗଦ ୨୫ ଲକ୍ଷ ଟଙ୍କା ସହ ଦେଢ କେଜି ସୁନା ଗହଣା। ଜବତ ସୁନା ମୂଲ୍ୟ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଏଥିସହ ପିଏସ୍‌ଙ୍କ ୨ଟି ଦୁଇ ମହଲା କୋଠା, ୧୪ଟି ପ୍ଲଟ, ଦୁଇ ଥର ବିଦେଶ ଗସ୍ତର ଡକ୍ୟୁମେଣ୍ଟ ଠାବ ହୋଇଥିଲା। ଏପରିକି ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ବିରଞ୍ଚି ଝରକାରେ ଟଙ୍କା ବିଡ଼ା ଫିଙ୍ଗି ଦେଇଥିବା ଆଲୋଚନା ହୋଇଥିଲା।

ବିରଞ୍ଚିଙ୍କ ଅମାପ ସମ୍ପତ୍ତିର ଖୋଳତାଢ଼ କରିବା ପାଇଁ ଗତ ୩ ତାରିଖରେ ଭିଜିଲାନ୍ସ ରିମାଣ୍ଡରେ ନେଇଥିଲା। ରିମାଣ୍ଡ ସମୟରେ ତାଙ୍କୁ ଘନଘନ ଜେରା କରାଯାଇଥିଲା। ହେଲେ ବିରଞ୍ଚି କେତେ କଥା ମୁହଁ ଖୋଲି କହିଥିବା ବେଳେ ଆଉ କଥା କହିବାକୁ ନାରାଜ ହୋଇଥିଲେ।  ସେପଟେ ଆଜି ବିରଞ୍ଚିଙ୍କ ୪ ଦିନିଆରା ରିମାଣ୍ଡ ଅବଧି ସରିବା ପରେ କୋର୍ଟରେ ହାଜର କରିଥିଲା।

Related story