ପାରାଦ୍ୱୀପରେ ବାର୍ଡ ଫ୍ଲୁ ‌ଆତଙ୍କ

Ordigital Desk
  • Published: Sunday, 25 February 2018
  • , Updated: 25 February 2018, 08:27 AM IST
<p>ପାରାଦ୍ୱୀପ: ପାରାଦ୍ୱୀପରେ ଏବେ ବାର୍ଡ ଫ୍ଲ୍ୟୁ ଆତଙ୍କ। କିଛି ଦିନ ହେବ ଏହି ଅଞ୍ଚଳରେ କାଉ ମଡକ ଦେଖାଯାଇଥିବା ବେଳେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ଗତକାଲି ପରୀକ୍ଷା ରିପୋର୍ଟରେ ବାର୍ଡ ଫ୍ଲୁ ହୋଇଥିବା ନେଇ ଜଣାପଡିବା ପରେ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକରେ ଆଲୋଚନା ପରେ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ପାରାଦ୍ୱୀପ ବାସୀଙ୍କୁ ଚିକେନ, ଅଣ୍ଡା ଆଦି ଖାଇବାକୁ ବାରଣ କରାଯାଇଛି। ବର୍ତ୍ତମାନ ବିବାହ ଋତୁ ଚାଲିଥିବାରୁ କୁକୁଡା ବ୍ୟବସାୟୀମାନେ ଅଧିକ ମାତ୍ରାରେ କୁକୁଡା ସଂଗ୍ରହ କରି ରଖିଛନ୍ତି। ତେଣୁ ବ୍ୟବସାୟରେ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା କରିଛନ୍ତି ବ୍ୟବସାୟୀ। ଏପଟେ ପାରାଦ୍ୱୀପ ପୌର ପରିଷଦରେ ଲୋକଙ୍କୁ ସଚେତନ କରାଯିବା ସହ ଆବଶ୍ୟକ ପଡ଼ିଲେ ଚିକେନ ଦୋକାନଗୁଡିକ ସିଲ କରିଦିଆଯିବ ବୋଲି କହିଛନ୍ତି ପୌରାଧ୍ୟକ୍ଷ।</p>

Related story