ଦୁଇ ଓଡ଼ିଆଙ୍କୁ ସାହିତ୍ୟ ଏକାଡ଼େମୀ ପୁରସ୍କାର

Ordigital Desk
  • Published: Friday, 22 June 2018
  • , Updated: 22 June 2018, 05:58 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୨ ଓଡ଼ିଆଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। କବିତା ସଂକଳନ &lsquo;ରୁମ୍&zwnj;କୁ ଝୁମା&rsquo; ପାଇଁ ବୀରେନ୍ଦ୍ର ମହାନ୍ତିଙ୍କୁ ବାଲ୍ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ। ସେହିପରି କବିତା ପୁସ୍ତକ &lsquo;ଶୋଷ&rsquo; ପାଇଁ କଳାହାଣ୍ଡିର ଜୟଦ୍ରଥ ସୁନା ଯୁବ ପୁରସ୍କାର ପାଇବେ।</p> <p>ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ବୀରେନ୍ଦ୍ର ମହାନ୍ତି ଏବେ ପୁରୀରେ ଅବସ୍ଥାପିତ। ତାଙ୍କର ୨୫ ରୁ ଅଧିକ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇସାରିଛି। ସେଥିରୁ ୬ଟି ଅନୁବାଦ ପୁରସ୍କାର। ଶିଶୁ ସାହିତ୍ୟକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୧୯୯୬ରେ ତାଙ୍କୁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା।</p>

Related story