ବିରୋଧୀ ଦଳ ନେତାଙ୍କ ସହ  ଆଲୋଚନା କଲେ ୪  କଂଗ୍ରେସ ବିଧାୟକ

ଭୁବନେଶ୍ୱର: କଂଗ୍ରେସର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଦେଖା କରିବା ପରେ ରାଜ୍ୟ କଂଗ୍ରେସରେ ଥିବା ଗୋଷ୍ଠୀ କନ୍ଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।  ଦିଲ୍ଲୀ ଯାଇଥିବା ୧୨ ଜଣ ଦଳୀୟ ବିଧାୟକଙ୍କ ମଧ୍ୟରୁ ୪ ଜଣ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟିଛନ୍ତି। ବିରୋଧୀ ଦଳ ନେତାଙ୍କୁ ଯେଉଁ ୪ ଜଣ କଂଗ୍ରେସ ବିଧାୟକ ଭେଟିଛନ୍ତି ସେମାନେ ହେଲେ  ଚିରଞ୍ଜିବୀ ବିଶ୍ୱାଳ, ଦେବେନ୍ଦ୍ର ନାଥ ଶର୍ମା, ଯୋଗେଶ ସିଂହ ଓ […]

congress

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 08:11 AM IST

ଭୁବନେଶ୍ୱର: କଂଗ୍ରେସର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଦେଖା କରିବା ପରେ ରାଜ୍ୟ କଂଗ୍ରେସରେ ଥିବା ଗୋଷ୍ଠୀ କନ୍ଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।  ଦିଲ୍ଲୀ ଯାଇଥିବା ୧୨ ଜଣ ଦଳୀୟ ବିଧାୟକଙ୍କ ମଧ୍ୟରୁ ୪ ଜଣ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟିଛନ୍ତି। ବିରୋଧୀ ଦଳ ନେତାଙ୍କୁ ଯେଉଁ ୪ ଜଣ କଂଗ୍ରେସ ବିଧାୟକ ଭେଟିଛନ୍ତି ସେମାନେ ହେଲେ  ଚିରଞ୍ଜିବୀ ବିଶ୍ୱାଳ, ଦେବେନ୍ଦ୍ର ନାଥ ଶର୍ମା, ଯୋଗେଶ ସିଂହ ଓ ଅଂଶୁମାନ ମହାନ୍ତି। ବିରୋଧିଦଳ ନେତାଙ୍କୁ ଭେଟିବା ପରେ ଚିରଞ୍ଜିବୀ ବିଶ୍ୱାଳ କହିଛନ୍ତି ଯେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ୧୨ ଜଣ ଦଳୀୟ ବିଧାୟକଙ୍କ ଦିଲ୍ଲୀ ଗସ୍ତନେଇ ବିରୋଧୀ ଦଳ ନେତାଙ୍କ ସହ କୌଣସି ଆଲୋଚନା ହୋଇନାହିଁ। ଦଳୀୟ ବିଧାୟକମାନେ ସାଧାରଣ ଭାବେ ବିରୋଧୀ ଦଳ ନେତାଙ୍କୁ ଭେଟିଥାନ୍ତି।

ଅନ୍ୟପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଦଳୀୟ ବିଧାୟକମାନେ ଭୁବନେଶ୍ୱରରେ ଥିଲେ ସେମାନେ ତାଙ୍କୁ ଭେଟନ୍ତି। ବିଧାୟକମାନଙ୍କ ମଧ୍ୟରେ କିଛି ଫାଟ ନାହିଁ, ସମସ୍ତେ ଏକାଠି ଅଛନ୍ତି। ସେମାନେ ଦିଲ୍ଲୀ କାହିଁକି ଯାଇଥିଲେ  ସେ ସମ୍ପର୍କରେ ପଚାରିବାର ମଧ୍ୟ ଆବଶ୍ୟକତା ନାହିଁ।

 

Related story