ମନ୍ତ୍ରୀଙ୍କ ସମ୍ପର୍କୀୟ ଜ୍ୱାଇଁ ବୋଲି …

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରିବେଶ ନିୟମକୁ ଖୋଲାଖୋଲି ଉଲ୍ଲଂଘନ। ନିୟମ ଗଢୁଥିବା ନେତା ଭାଙ୍ଗିଛନ୍ତି ଏହି ନିୟମ। ପୁରୀ ସମୁଦ୍ର କୂଳଠାରୁ ମାତ୍ର  ୧୦ ମିଟର ଦୂରରେ ଆୟୋଜିତ ହୋଇଥିଲା ପାର୍ଟି। ବାଜିଥିଲା ଡିଜେ ନାଚିଥିଲେ ଲୋକେ। ଆଉ ଏଥିରେ ଭାଗ ନେଇଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

ବାଜୁଛି ଡିଜେ। ଗୀତରେ ସମସ୍ତେ ମସଗୁଲ। ବିଭିନ୍ନ ପ୍ରକାର ଖାଦ୍ୟପେୟର ବ୍ୟବସ୍ଥା। ପୁରୀ ସମୁଦ୍ରକୂଳରେ ଆୟୋଜିତ ଏହି ପାର୍ଟିର ମଜା ନେଉଛନ୍ତି ଭିଭିଆଇପି ଓ  ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ନିୟମ ରହିଛି ସମୁଦ୍ର କୂଳରେ ଏମିତି କୌଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପାରିବ ନାହିଁ। ପୁରୀ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ବେଳାଭୂମିରେ ପରିବେଶ ପ୍ରଦୂଷଣ ସହ ପର୍ଯ୍ୟଟକଙ୍କ ଲାଗି ମଧ୍ୟ ଏହା ସମସ୍ୟା ସୃଷ୍ଟି କରିଥାଏ। ଏ କଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମଧ୍ୟ ବେଶ ଜଣା।

ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହୁଛନ୍ତି-“ମୋ ସମ୍ପର୍କୀୟ ଜ୍ୱାଇଁଙ୍କ ଜନ୍ମ ଦିନ ଥିଲା। ଏହା ଏକ ପାରିବାରିକ ଉତ୍ସବ। ସେଥିପାଇଁ ହୋଟେଲ ବାହାରେ ଆମେ ସମସ୍ତେ ଏକତ୍ର ହୋଇଥିଲୁ। ଏଥିରେ ଆମ ପରିବାରର ୧୦ରୁ ୧୨ ଜଣ ସଦସ୍ୟ ଯୋଗଦେଇ ଥିଲେ।”

ସମୁଦ୍ର କୂଳରେ ଏଭଳି ପାର୍ଟିରେ ଆୟୋଜନ ହେଲା କେମିତି? ଅନୁମତି ଦେଲା କିଏ? ସାଧାରଣ ଲୋକେ ଏମିତି ପାର୍ଟିର ଆୟୋଜନ କରିପାରିବେ କି?  ଭିଆଇପିଙ୍କ ପାଇଁ ନିୟମ କଣ ଅଲଗା ରହିଛି କି? ଖାଦ୍ୟ ଯୋଗାଣ ମନ୍ତ୍ରୀ କଣ ଆଇନ ଜାଣିନଥିଲେ ନା ଜାଣିଶୁଣି ଉଲ୍ଲଂଘନ କଲେ, ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

ଘଟଣାକୁ ନେଇ ଚର୍ଚ୍ଚା ଆମ୍ଭ ହେବା ପରେ ପୁରୀ ଉପଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି-“ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରୀୟ ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତ ରିପୋର୍ଟ ଆସିଲେ କଣ ହୋଇଛି ଜଣାପଡ଼ିବ।”

Ordigital Desk
• Published: Friday, 05 January 2018
• Updated: 05 January 2018, 08:16 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos