ଉପଜିଲ୍ଲାପାଳଙ୍କ ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର: ମଦ୍ୟପାନ କରି ଗାଡ଼ି ଚଳାଉଥିଲା ଡ୍ରାଇଭର
Ordigital Desk
• Published: Thursday, 24 August 2017
• , Updated: 24 August 2017, 08:28 PM IST
ଆସନ୍ତାକାଲି ଗଣେଶପୂଜା ଥିବାରୁ ଏହି ଛକରେ ଅନେକ ଲୋକ ପୂଜା ସାମଗ୍ରୀ କିଣାକିଣି କରୁଥିଲେ। ଏହି ସମୟରେ ହଠାତ୍ ବିଶାଖାପାଟନମ୍ ଉପଜିଲ୍ଲାପାଳଙ୍କ ଗାଡ଼ି ପବନ ବେଗରେ ମାଡ଼ି ଆସିଥିଲା। ଗାଡ଼ିଟି ଦ୍ରୁତ ଗତିରେ ମାଡ଼ି ଆସୁଥିବା ଦେଖି ଲୋକମାନେ ପ୍ରାଣ ବିକଳରେ କିଏ କୁଆଡ଼େ ଦୌଡ଼ିବାକୁ ଲାଗିଥିଲେ। ଏହି ସମୟରେ ହଠାତ୍ ଗାଡ଼ିଟି ଜଣେ ବାଇକ  ଆରୋହୀଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚାଲିଯାଇଥିଲା।  ଫଳରେ ବାଇକ ଚାଳକ ଗୁରୁତ୍ୱର  ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା।
ଏହି ଘଟଣା ଘଟିବାର  ପରେପରେ କିଛି ସ୍ଥାନୀୟ ଯୁବକ ବାଇକ ସାହାଯ୍ୟରେ ଦିର୍ଘଟଣା ଘଟାଇଥିବା ଗାଡ଼ିଟିକୁ ପିଛାକରି ମଝି ରାସ୍ତାରେ ଅଟକାଇ ଡ୍ରାଇଭରକୁ ନିର୍ଦ୍ଧୁମ ଛେଚିଥିଲେ। ଏହାପରେ  ଡ୍ରାଇଭରକୁ ଫେନ୍ଦୁର୍ଥ ପୋଲିସର ଜିମା ଦେଇଥିଲେ।
ତଦନ୍ତ ପରେ ଗାଡ଼ିଟି ବିଶାଖାପାଟନମ୍ ଉପଜିଲ୍ଲାପାଳଙ୍କର ବୋଲି ଜଣା ପଡ଼ିଥିଲା। ଦୁର୍ଘଟଣା ସମୟରେ ଉପଜିଲ୍ଲାପାଳ କିମ୍ବା ଅନ୍ୟ କୌଣସି ସରକାରୀ କର୍ମଚାରୀ ଗାଡ଼ିରେ ନଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।
ଡ୍ରାଇଭର ଜଣକ ମଦ ପିଇ ଗାଡ଼ି ଚଳାଉଥିବାର ଏପିର ଦୁର୍ଘଟଣା ହୋଇଛି ବୋଲି ସ୍ଥାନିୟ ଲୋକେ କହିଛନ୍ତି ।
Related story