“ବଦନାମ ହେବା ଭୟରେ ବିଧାନସଭାକୁ ଅଧାରୁ ବନ୍ଦ କରିଦେଲେ ସରକାର”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅନେକ ସମସ୍ୟା ରହିଛି। ଏହି ସମସ୍ୟା ଗୁଡ଼ିକ ଆଲୋଚନା ହେଲେ ବଦନାମ ହେବା ଭୟରେ ବିଧାନସଭାକୁ ଅଧାରୁ ବନ୍ଦ କରିଦେଇଛନ୍ତି ରାଜ୍ୟ ସରକାର। ଆଜି ଏପରି ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ବିଷ୍ଣୁ ସେଠୀ। ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ସେଠୀ କହିଛନ୍ତି-“ବିଧାନସଭାର ଶୀତ ଅଧିବେଶନ ପୂର୍ବ ନିର୍ଦ୍ଧାରିତ ସମୟର ୧୭ ଦିନ ପୂର୍ବରୁ ବନ୍ଦ କରିଦିଆ ଗଲା। ରାଜ୍ୟରେ ଅନେକ ସମସ୍ୟା ଥିବା […]

bishnu-sethi-ctiricisez-odisha-government

Manoranjan Sial
  • Published: Friday, 29 November 2019
  • Updated: 29 November 2019, 05:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅନେକ ସମସ୍ୟା ରହିଛି। ଏହି ସମସ୍ୟା ଗୁଡ଼ିକ ଆଲୋଚନା ହେଲେ ବଦନାମ ହେବା ଭୟରେ ବିଧାନସଭାକୁ ଅଧାରୁ ବନ୍ଦ କରିଦେଇଛନ୍ତି ରାଜ୍ୟ ସରକାର। ଆଜି ଏପରି ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ବିଷ୍ଣୁ ସେଠୀ।

ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ସେଠୀ କହିଛନ୍ତି-“ବିଧାନସଭାର ଶୀତ ଅଧିବେଶନ ପୂର୍ବ ନିର୍ଦ୍ଧାରିତ ସମୟର ୧୭ ଦିନ ପୂର୍ବରୁ ବନ୍ଦ କରିଦିଆ ଗଲା। ରାଜ୍ୟରେ ଅନେକ ସମସ୍ୟା ଥିବା ସତ୍ତ୍ୱେ ହଠାତ ବିଧାନସଭାକୁ ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ରାଜ୍ୟବାସୀଙ୍କୁ ଧୋକ୍କା। ଶାସକ ଦଳ ରାଜ୍ୟବାସୀଙ୍କ ସମସ୍ୟାକୁ ସାମ୍ନା କରି ନପାରି ଏଥିରୁ ଦୂରେଇ ଯିବା ଷଡ଼ଯନ୍ତ୍ରର ଏହା ଏକ ଅଙ୍ଗ।”

ସେ କହିଛନ୍ତି-“ବିଧାନସଭା ଆରମ୍ଭରୁ ବିଜେପି ଲୋକଙ୍କ ସମସ୍ୟାକୁ ନିରନ୍ତର ଭାବେ ଗୃହରେ ଉଠାଇ ଆସୁଛି। ଯାଜପୁର ପିଇଓ ସ୍ମିତାରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅପଦସ୍ତ ହେବା ଆଶଙ୍କାରେ ବିଜେଡି, କଂଗ୍ରେସ ସହ ଷଡ଼ଯନ୍ତ୍ର କରି ଏହି ସମ୍ୱେଦନଶୀଳ ପ୍ରସଙ୍ଗକୁ ଆଲୋଚନା କରାଇ ଦେଇନଥିଲା। ମହିଳା ଓ ନାବାଳିକା ଦୁଷ୍କର୍ମ ମାମଲା ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସ୍ଥାନରେ ଦୋଷୀଙ୍କୁ ଖସାଇ ଦିଆଯାଉଛି। ଅପରାଧୀମାନେ ଦଣ୍ଡ ପାଇବା ଦୂରର କଥା, ସେମାନଙ୍କ ବିରୋଧରେ ଚାର୍ଜସିଟ ଦୋଖଲ ହୋଇପାରୁ ନାହିଁ।”

ସେ ଆହୁରି କହିଛନ୍ତି-“ରାଜ୍ୟରେ ବିଭିନ୍ନ ସ୍ଥାନରୁ ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନା ଘୋଟଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ବିଧାନସଭା ଚାଲିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ସମ୍ୱନ୍ଧରେ ଆଲୋଚନା ହୋଇଥାନ୍ତା। ରାଜ୍ୟରେ ହଜାର ହଜାର ସଂଖ୍ୟାର ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅପରପକ୍ଷେ ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ କଳ ମାଧ୍ୟମରେ ଘର ଯୋଗାଇ ଦିଆଯାଉଛି। ବିଧାନସଭା ଚାଲିଥିଲେ ପାନୀୟ ଜଳ ଅଭାବ, ଚାଷ ଓ ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା, ପ୍ରଶାସନିକ ସ୍ତରରେ ଦୁର୍ନୀତି, ମହିଳା ସୁରକ୍ଷା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥାନ୍ତା। ଏହା ଦ୍ୱାରା ଶାସକ ଦଳ ଅଡୁଆରେ ପଡ଼ିବାର ଭୟ ଥିବାରୁ ବିଧାନସଭାକୁ ବନ୍ଦ କରାଗଲା।”

ଶ୍ରୀ ସେଠୀ ଆହୁରି କହିଛନ୍ତି-“ଅନେକ ସ୍ୱଂୟ ସହାୟକ ଗୋଷ୍ଠୀ ସାହୁକାର ସାଜି ପଶ୍ଚିମ ଓଡ଼ିଶାରେ ଦାଦନ ସମସ୍ୟା ସୃଷ୍ଟିରରେ ସହାୟକ ହେଲେଣି। ସେହିପରି ଧାନବିକ୍ରିକୁ ନେଇ ଟୋକନ୍‌ ବ୍ୟବସ୍ଥା ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ କରାଯାଇଛି। ରାଜ୍ୟରେ ପିଆଜ ସମେତ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଫୋନି ଅର୍ଥ ରାଜ୍ୟସରକାର ଆତ୍ମସାତ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳିବା, ଶାସକଦଳ ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟି ଓ ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟ ୩୦୦ କୋଟିରୁ ଊର୍ଦ୍ଧ୍ୱ ସରକାରୀ ଜମି ହଡପ୍‌ କରିବା,  ଆଳୁ ମିଶନରେ କୋଟି କୋଟି ଟଙ୍କା ହଡପ୍‌ ହେବା, ବୁଲ୍‌ବୁଲ୍‌ ବାତ୍ୟା କ୍ଷତିଗସ୍ତ ଲୋକଙ୍କୁ କ୍ଷତିପୂରଣ ଦେବା, ବେସରକାରୀ ମେଡିକାଲରେ ରାଜ୍ୟସରକାର ନିୟନ୍ତ୍ରଣ ନରହିବା ଆଦି ପ୍ରସଙ୍ଗ ସହ ଜିଲ୍ଲାଗୁଡିକର ସ୍ଥାନୀୟ ସମସ୍ୟା ସଂପର୍କରେ ଆଲୋଚନା ହୋଇଥାନ୍ତା। ବିଜେଡି ଭାବୁଛି ପ୍ରସଙ୍ଗ ଆଧାରରେ ନୁହେଁ ବରଂ ଭୋଟରକୁ ମ୍ୟାନେଜ କରି ନିର୍ବାଚନ ଜିତା ଯାଇପାରେ। ସେଥିଲାଗି ବିଜେଡି ପ୍ରସଙ୍ଗର ସାମ୍ନା ନକରି ବଦନାମ ହେବା ଭୟରେ ଲୋକଙ୍କ ସମସ୍ୟାଠାରୁ ଦୂରେଇ ଯାଉଛି।”

ଏହି ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟିକା କୁସୁମ ଟେଟେ ଓ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story