କଲେଜ ଫାଟକ ସମ୍ମୁଖରେ ହେବ ଶୁଦ୍ଧିକ୍ରିୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାର ୯ ଦିନ ପରେ ବି ପୁଲିସ ହାତ ଖାଲି। ଆତ୍ମହତ୍ୟା ପାଇଁ ଦାୟୀ ୩ ସିନିୟରଙ୍କ ପାଖରେ ପହଞ୍ଚିବା ଲାଗି ଶେଷରେ ଜଣେ ମନସ୍ତତ୍ୱବିତଙ୍କ ସହଯୋଗ ନେଇଛି ପୁଲିସ। ଆଜି ପୁଣି ଥରେ ବୟାନ ଦେଇଥିବା ସମସ୍ତ ଜୁନିଅର ଛାତ୍ରୀଙ୍କୁ ଜେରା ହୋଇଛି। ଚାପ କିମ୍ବା ଭୟରେ କେହି ସଠିକ ତଥ୍ୟ ଦେଇଛନ୍ତି କି ନାହିଁ, ତାର ତର୍ଜମା କରିଛନ୍ତି ପୁଲିସ ଟିମ୍ ଓ ମନସ୍ତତ୍ୱବିତ। […]

Ruchika-case

Ruchika-case

Niranjan Mishra
  • Published: Sunday, 10 July 2022
  • Updated: 10 July 2022, 09:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାର ୯ ଦିନ ପରେ ବି ପୁଲିସ ହାତ ଖାଲି। ଆତ୍ମହତ୍ୟା ପାଇଁ ଦାୟୀ ୩ ସିନିୟରଙ୍କ ପାଖରେ ପହଞ୍ଚିବା ଲାଗି ଶେଷରେ ଜଣେ ମନସ୍ତତ୍ୱବିତଙ୍କ ସହଯୋଗ ନେଇଛି ପୁଲିସ। ଆଜି ପୁଣି ଥରେ ବୟାନ ଦେଇଥିବା ସମସ୍ତ ଜୁନିଅର ଛାତ୍ରୀଙ୍କୁ ଜେରା ହୋଇଛି। ଚାପ କିମ୍ବା ଭୟରେ କେହି ସଠିକ ତଥ୍ୟ ଦେଇଛନ୍ତି କି ନାହିଁ, ତାର ତର୍ଜମା କରିଛନ୍ତି ପୁଲିସ ଟିମ୍ ଓ ମନସ୍ତତ୍ୱବିତ। ଅନ୍ୟପଟେ ଝିଅକୁ ନ୍ୟାୟ ଦାବିରେ ଏବେ କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ମା’। ଆସନ୍ତାକାଲି ହେବାକୁ ଥିବା ରୁଚିକାଙ୍କ ଶୁଦ୍ଧିକ୍ରିୟା ମଧ୍ୟ କଲେଜ ଫାଟକ ସମ୍ମୁଖରେ କରିବାକୁ ସ୍ଥିର କରିଛନ୍ତି ତାଙ୍କ ମା’।

ତେବେ ଏହି ମାମଲାରେ କେବଳ ରୁଚିକାଙ୍କ ପରିବାର ଲୋକ ନୁହନ୍ତି, ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଟବଣା ହେଉଛି କି ତଦନ୍ତ? ତଥ୍ୟ ଲୁଚାଉଛନ୍ତି କି ହଷ୍ଟେଲ ଅନ୍ତେବାସୀ? ଖାସ ସେଥିପାଇଁ ଆଜି ଜଣେ ମନସ୍ତତ୍ୱବିତଙ୍କୁ ସାଙ୍ଗରେ ଧରି କାରୁବାକୀ ହଷ୍ଟେଲରେ ପହଞ୍ଚିଥିଲେ ତଦନ୍ତକାରୀ ଟିମ। ପୂର୍ବରୁ ପୁଲିସ ବୟାନ ରେକର୍ଡ କରିଥିବା ସମସ୍ତ ଜୁନିୟରଙ୍କୁ ଆଜି ପୁଣି ଥରେ ଜେରା ହୋଇଥିଲା। ପୁଲିସ କିମ୍ବା ଅନ୍ୟ କିଛି ଭୟରେ କେହି ବୟାନ ଦେଉନାହାନ୍ତି ତ? ବୟାନ ଦେଉଥିବା ଜୁନିଅରଙ୍କ ଉପରେ କୌଣସି ଚାପ ନାହିଁ ତ? ଏଥରର ଜେରା ବେଳେ ସ୍ୱତନ୍ତ୍ର ଭାବେ ସେହି ଦିଗ ଉପରେ ଗୁରୁତ୍ୱ ଦେଇଥିଲା ତଦନ୍ତକାରୀ ଟିମ୍।

ତଦନ୍ତରେ ଆସିଥିବା ମନସ୍ତତ୍ୱବିତ୍ ପ୍ରାପ୍ତି ପ୍ରଧାନ କହିଛନ୍ତି, ପଚରାଉଚରା ବେଳେ ଯିଏ ମିଛ କହିବ ଧରାପଡ଼ିଯିବ। ଭୁବନେଶ୍ୱର ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି, ସମସ୍ତ ଜୁନିଅର ପିଲାଙ୍କୁ ପଚରାଉଚରା କରୁଛନ୍ତି ମନସ୍ତତ୍ୱବିତ୍। ତଦନ୍ତରେ ପ୍ରକୃତ କଥା ଜଣାପଡ଼ିବ।

ସୂଚନା ଥାଉକି, ନ୍ୟାୟ ଅପେକ୍ଷାରେ ୯ ଦିନ ହେଲା କଲେଜ ସମ୍ମୁଖରେ ବସିଛନ୍ତି ରୁଚିକାଙ୍କ ମା। ଗୋଟିଏ ଜିଦ୍ ଝିଅ ମୃତ୍ୟୁ ପଛରେ ଦାୟୀ ମୁଖ୍ୟ ଅଭିଯୁକ୍ତ ଧରା ନପଡିବା ଯାଏଁ ସେଠୁ ଉଠିବେନି। ସେଥିପାଇଁ ମନସ୍ତତ୍ୱବିତ୍‌ଙ୍କ ଦ୍ୱାରା କେବଳ ଜୁନିୟର ନୁହେଁ ସିନିଅର ଏବଂ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଆଉ ଥରେ ଜେରା ଲାଗି ଦାବି କରିଛନ୍ତି ରୁଚିକାଙ୍କ ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos