ନିର୍ବାଚନୀ ଇସ୍ତାହାରକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ, ଥାନାରେ ଉଭୟ ପକ୍ଷର ଏତଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଇସ୍ତାହାରକୁ ନେଇ ଆଜି ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ପକ୍ଷରୁ ପରସ୍ପର ବିରୋଧରେ ଥାନାରେ ଏତଲା ଦାଏର କରାଯାଇଛି। ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରିଛି। ବିଜେଡିର ନିର୍ବାଚନୀ ଇସ୍ତାହାରରେ ସରକାରୀ ଲୋଗୋର ଦୁରୁପଯୋଗ ହୋଇଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି। ବିଜେଡି ନିର୍ବାଚନୀ ଇସ୍ତାହାରରେ ରାଜ୍ୟ ସରକାରଙ୍କ ଲୋଗୋ କିଭଳି ରଖାଯାଇଛି ସେନେଇ ବିଜେପି ପ୍ରଶ୍ନ ଉଠାଇଛି। ବିଜେପି […]

bjp-in-thana

bjp-in-thana

Manoranjan Sial
  • Published: Wednesday, 10 April 2019
  • Updated: 10 April 2019, 09:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଇସ୍ତାହାରକୁ ନେଇ ଆଜି ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ପକ୍ଷରୁ ପରସ୍ପର ବିରୋଧରେ ଥାନାରେ ଏତଲା ଦାଏର କରାଯାଇଛି। ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରିଛି।

ବିଜେଡିର ନିର୍ବାଚନୀ ଇସ୍ତାହାରରେ ସରକାରୀ ଲୋଗୋର ଦୁରୁପଯୋଗ ହୋଇଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି। ବିଜେଡି ନିର୍ବାଚନୀ ଇସ୍ତାହାରରେ ରାଜ୍ୟ ସରକାରଙ୍କ ଲୋଗୋ କିଭଳି ରଖାଯାଇଛି ସେନେଇ ବିଜେପି ପ୍ରଶ୍ନ ଉଠାଇଛି। ବିଜେପି ପକ୍ଷରୁ ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିରୋଧରେ ଏତଲା ଦାଏର କରାଯାଇଛି। ଏହାସହିତ ସରକାରୀ ଲୋଗୋର ଦୁରୁପଯୋଗ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଦର୍ଶାଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମଧ୍ୟ ବିଜେପି ଫେରାଦ ହୋଇଛି।

ଅନ୍ୟପକ୍ଷରେ ବିଜେଡି ମଧ୍ୟ ଖାରବେଳ ନଗର ଥାନାରେ ବିଜେପି ବିରୋଧରେ ପାଲଟା ଅଭିଯୋଗ କରିଛି। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ତାହା ପାଳନ କରିନଥିବା ବିଜେଡି ଅଭିଯୋଗ କରିଛି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଏସସି-ଏସଟି ଛାତ୍ରବୃତ୍ତି ଦୁଇଗୁଣ ବୃଦ୍ଧି, ଏସଏଚଜିଙ୍କୁ ୫ଲକ୍ଷ ଟଙ୍କା, ଆଶା ଓ ଅଙ୍ଗନୱାଡ଼ି କର୍ମଚାରୀଙ୍କ ପାରିଶ୍ରମିକ ଦୁଇଗୁଣ କରିବା, ଧାନର ସହାୟକ ମୂଲ୍ୟ ଦେଢ଼ଗୁଣ କରିବା ଭଳି ୧୦ଟି ପ୍ରତିଶ୍ରୁତିକୁ ବିଜେପି ପୂରଣ କରିନି। ଓଡ଼ିଶାର ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ଠକିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos