ନବୀନ ନିବାସ ମାଗୁଛି ନିର୍ବାଚନୀ ବଳକା ଅର୍ଥ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନର ଖର୍ଚ୍ଚ ବିବରଣୀକୁ ଶାସକ ବିଜେଡି ଆସନ୍ତା ସୋମବାର ଦିନ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବ ବୋଲି ଜଣାପଡ଼ିଛି। ତେବେ ଉଭୟ ଲୋକସଭା ଓ ବିଧାନସଭାରେ ଜିତିଥିବା ଦଳୀୟ ପ୍ରାର୍ଥୀମାନଙ୍କୁ ନବୀନ ନିବାସ ଫୋନ୍ କରି  ନିର୍ବାଚନ କମିଶନଙ୍କ ଧାର୍ଯ୍ୟ ବ୍ୟୟ ପରିମାଣରୁ ବଳକା ଥିବା ଅର୍ଥ ମାଗିବା ପରେ ବିଜେଡି ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯଦି ଅର୍ଥ ଫେରସ୍ତ ମାଗିବାର ଥିଲା, ତା’ହେଲେ ‘ପାଣ୍ଠି’ ଦେବା ସମୟରେ […]

naveen-niwas-road123455566

naveen-niwas-road123455566

Tapas Behera
  • Published: Saturday, 27 July 2019
  • Updated: 27 July 2019, 09:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନର ଖର୍ଚ୍ଚ ବିବରଣୀକୁ ଶାସକ ବିଜେଡି ଆସନ୍ତା ସୋମବାର ଦିନ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବ ବୋଲି ଜଣାପଡ଼ିଛି। ତେବେ ଉଭୟ ଲୋକସଭା ଓ ବିଧାନସଭାରେ ଜିତିଥିବା ଦଳୀୟ ପ୍ରାର୍ଥୀମାନଙ୍କୁ ନବୀନ ନିବାସ ଫୋନ୍ କରି  ନିର୍ବାଚନ କମିଶନଙ୍କ ଧାର୍ଯ୍ୟ ବ୍ୟୟ ପରିମାଣରୁ ବଳକା ଥିବା ଅର୍ଥ ମାଗିବା ପରେ ବିଜେଡି ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯଦି ଅର୍ଥ ଫେରସ୍ତ ମାଗିବାର ଥିଲା, ତା’ହେଲେ 'ପାଣ୍ଠି' ଦେବା ସମୟରେ ହିଁ ସେମାନଙ୍କୁ କାହିିଁକି ଏ ବିଷୟରେ ଅବଗତ କରାଗଲାନି ବୋଲି ଦଳର ଅଧିକାଂଶ ବିଧାୟକ ଏବେ ଓଲଟା ପ୍ରଶ୍ନ କରୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଲୋକସଭା ପ୍ରାର୍ଥୀ ସର୍ବାଧିକ ୭୦ଲକ୍ଷ ଟଙ୍କା ଓ ବିଧାନସଭା ପ୍ରାର୍ଥୀ  ସର୍ବାଧିକ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ପ୍ରାବଧାନ ରହିଛି। ବିପୁଳ ପରିମାଣରେ ଟଙ୍କା ଖର୍ଚ୍ଚ କରିଥିଲେ ହେଁ  ଯେଉଁ ବିଜେଡି ପ୍ରାର୍ଥୀ ନିର୍ଦ୍ଧାରିତ ବ୍ୟୟ ଠାରୁ ବହୁତ କମ୍ ଖର୍ଚ୍ଚ କରିଥିବା ଦର୍ଶାଇଛନ୍ତି, ସେମାନଙ୍କ ପାଇଁ ନବୀନ ନିବାସ ଅଡ଼ୁଆ ବଢ଼ାଇଛି। ଯଦିଓ ନିର୍ବାଚନ ଲଢ଼ିବା ପାଇଁ ବିଜେଡି ନିଜ ଦଳର ପ୍ରାର୍ଥୀମାନଙ୍କୁ କୋଟିକୋଟି ଟଙ୍କା ଦେଇଥିଲା କିନ୍ତୁ ସେମାନେ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ବ୍ୟୟ ବିବରଣୀରେ ଯେତିକି ଦର୍ଶାଇଛନ୍ତି ତାହା ନବୀନ ନିବାସକୁ ଜଣାଇବା ସହ ଯେଉଁମାନେ କାଗଜପତ୍ରରେ ଧାର୍ଯ୍ୟ ବ୍ୟୟ ସୀମାଠୁ କମ୍ ଖର୍ଚ୍ଚ କରିଥିବା ଦେଖାଇଛନ୍ତି, ସେମାନେ 'ବଳକା' ଟଙ୍କାକୁ  ଡ୍ରାଫ୍ଟ ଓ ଚେକ୍ ଆକାରରେ ଦଳକୁ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜନପ୍ରତିନିଧି ଆଇନ-୧୯୫୧ର ଧାରା-୧୦(କ) ଅନୁସାରେ  ନିର୍ବାଚନ ଶେଷ ହେବାର ୩୦ଦିନ ମଧ୍ୟରେ ପ୍ରତ୍ୟେକ ବିଜୟୀ ପ୍ରାର୍ଥୀଙ୍କୁ ଏବଂ ୯୦ଦିନ ମଧ୍ୟରେ ପ୍ରତ୍ୟେକ ପଞ୍ଜିକୃତ ରାଜନୀତିକ ଦଳକୁ ନିଜର ନିର୍ବାଚନୀ ଖର୍ଚ୍ଚର ବିବରଣୀ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବା ବାଧ୍ୟତାମୂଳକ। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ବିଜୟୀ ପ୍ରାର୍ଥୀ ଏହି ଖର୍ଚ୍ଚ ବିବରଣୀ ଦାଖଲ ନ କରନ୍ତି, ତା'ହେଲେ ସେମାନଙ୍କ ସଦସ୍ୟତା ରଦ୍ଦ ହେବାର ନିୟମ ରହିଛି। ଏପରିକି ଯଦି ଭୁଲ୍ ବିବରଣୀ ଦେଇଥିବେ ତା’ହେଲେ ତାଙ୍କର ସଦସ୍ୟତା ମଧ୍ୟ ୩ବର୍ଷ ପାଇଁ ରଦ୍ଦ ହୋଇପାରେ। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚକୁ ନେଇ ବିବାଦ ଦେଖାଦେବା ପରେ ବିଜେଡି ଦ୍ୱାରା ନିଯୁକ୍ତ ଚାଟାର୍ଡ ଆକାଉଣ୍ଟସ୍ ଫାର୍ମ ଖର୍ଚ୍ଚ ବିବରଣୀ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିବା ଜଣାପଡ଼ିଛି।

ବିଜେଡି ୨୦୧୪ ସାଧାରଣ ନିର୍ବାଚନରେ ମୋଟ ୧୨.୬୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଥିବାବେଳେ ଚଳିତ ନିର୍ବାଚନରେ ଏହି ପରିମାଣ ଅଧିକ ଦର୍ଶାଇବ। କିନ୍ତୁ ଦଳର ବିଧାୟକ ଓ ସାଂସଦମାନେ ଯେଉଁ ଖର୍ଚ୍ଚ ଦେଖାଇଛନ୍ତି ସେଥିରେ ତାଳମେଳ ରଖିବାକୁ ବିଜେଡି ଚାହୁଁଛି। ପ୍ରାର୍ଥୀମାନେ ନିର୍ବାଚନୀ ଖର୍ଚ୍ଚ ବାବଦରେ ଦଳଠୁ ଯେତିକି ନେଇଛନ୍ତି ବୋଲି ନିଜର ଖର୍ଚ୍ଚ ବିବରଣୀରେ ଉଲ୍ଲେଖ କରିଛନ୍ତି, ତାହା ସ୍ପଷ୍ଟ ଭାବେ ଜଣାଇବା ପାଇଁ ଦଳୀୟ ବିଧାୟକ ଓ ସାଂସଦମାନଙ୍କୁ କୁହାଯାଇଛି। ଏପରିକି ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଫର୍ମରେ ଏହି ତଥ୍ୟ ନବୀନ ନିବାସରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଚେକ୍ ଓ ଡ୍ରାଫ୍ଟ ମାଧ୍ୟମରେ ଅର୍ଥ ଫେରସ୍ତ ଦେଇ ପୁଣିଥରେ ସେହି ଅର୍ଥକୁ ଦଳ ଠାରୁ ନେବାକୁ ନେତାମାନଙ୍କୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ କାଗଜପତ୍ରରେ ଏତେ ଅର୍ଥ ଦେଣନେଣ ଦେଖାଇବାକୁ ଅଧିକାଂଶ ନେତା ରାଜି ହେଉନାହାନ୍ତି। ଏପରିକି ନବୀନ ନିବାସ ମାଗୁଥିବା ଏହି ହିସାବ ନ ଦେବା ପାଇଁ ବି କିଛି ବିଧାୟକ କୁଆଡ଼େ ଧରାଛୁଆଁ ଦେଉନାହାନ୍ତି। ଅଧିକାଂଶ ବିଜେଡି ବିଧାୟକ ନିଜର ନିର୍ବାଚନୀ ଖର୍ଚ୍ଚକୁ ୯ରୁ ୧୨ ଲକ୍ଷ ଟଙ୍କା ମଧ୍ୟରେ ଉଲ୍ଲେଖ କରିଥିବାରୁ ସେମାନଙ୍କୁ ବାକି ଅର୍ଥ(୮ରୁ ୧୧ ଲକ୍ଷ ଟଙ୍କା) ଫେରସ୍ତ କରିବାକୁ ଦଳ ହଠାତ କହିବା ସେମାନଙ୍କୁ କ୍ଷୁବ୍ଧ କରିଛି। ଯଦି ଅର୍ଥ ଫେରସ୍ତ ମାଗିବାର ଥିଲା ତା’ହେଲେ ସେମାନଙ୍କୁ ସେମାନଙ୍କର ନିର୍ବାଚନୀ ଖର୍ଚ୍ଚ ବିବରଣୀ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବା ପୂର୍ବରୁ  ଅବଗତ କରିବାର ଥିଲା। ନିର୍ବାଚନରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିବା ବିଜେଡି ବିଧାୟକମାନେ ଅନ୍ତତଃପକ୍ଷେ କାଗଜପତ୍ରରେ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇ ପାରିଥା'ନ୍ତେ। ଉଲ୍ଲେଖଯୋଗ୍ୟ,ଦଳୀୟ ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ଖର୍ଚ୍ଚ ଭାବେ କୋଟି କୋଟି ଟଙ୍କା ଦେଇଥିବା ବିଜେଡି ପ୍ରଥମଥର ପାଇଁ ବିଜୟୀ ପ୍ରାର୍ଥୀଙ୍କ ଠାରୁ ଟଙ୍କା ଫେରସ୍ତ ମାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story