ବ୍ୟାନର କାଢ଼ିବାରୁ ବିଜେପି-ବିଜେଡି କର୍ମୀ ହାତାହାତି

ଭଦ୍ରକ(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ବେଳେ ବିଜେପି ଓ ବିଜେଡି କର୍ମୀ ହାତାହାତି। ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ସୋହଡା ପଂଚାୟତର ଦଶନ୍ଧିକୂଳ ଠାରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ବିଜେପି କର୍ମୀମାନେ ଅପେକ୍ଷା କରିଥିବା ବେଳେ ପୁଲିସ ଓ ନିର୍ବାଚନ କାମରେ ନିୟୋଜିତ ଅଧିକାରୀ ସରକାରୀ ଜାଗାରେ ଲାଗିଥିବା ଏକ ଦଳୀୟ ପତାକା ଏବଂ ବ୍ୟାନର ଖୋଲୁଥିଲେ। ଏହି ସମୟରେ ବିଜେଡି ଓ ବିଜେପି କର୍ମୀ ହାତାହାତି ହୋଇଥିଲେ। ଏଥିସହ ପରସ୍ପରକୁ ଗାଳିଗୁଲଜ କରିଥିଲେ। […]

bjd-dha

bjd-dha

Niranjan Mishra
  • Published: Saturday, 29 October 2022
  • Updated: 29 October 2022, 06:29 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ବେଳେ ବିଜେପି ଓ ବିଜେଡି କର୍ମୀ ହାତାହାତି। ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ସୋହଡା ପଂଚାୟତର ଦଶନ୍ଧିକୂଳ ଠାରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ବିଜେପି କର୍ମୀମାନେ ଅପେକ୍ଷା କରିଥିବା ବେଳେ ପୁଲିସ ଓ ନିର୍ବାଚନ କାମରେ ନିୟୋଜିତ ଅଧିକାରୀ ସରକାରୀ ଜାଗାରେ ଲାଗିଥିବା ଏକ ଦଳୀୟ ପତାକା ଏବଂ ବ୍ୟାନର ଖୋଲୁଥିଲେ। ଏହି ସମୟରେ ବିଜେଡି ଓ ବିଜେପି କର୍ମୀ ହାତାହାତି ହୋଇଥିଲେ। ଏଥିସହ ପରସ୍ପରକୁ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ଏନେଇ ନିର୍ବାଚନ କାମରେ ମୁତୟନ ଫ୍ଲାଇଂ ସ୍କ୍ୱାଡ୍ ହେଡ୍ ସମ୍ବିତ୍ କୁମାର ସିଅଳ କହିଛନ୍ତି, ଏହି ସ୍ଥାନରେ ଆଦର୍ଶ ଆଚରଣବିଧିକୁ ଉଲ୍ଲଂଘନ କରି ପୋଷ୍ଟର, ବ୍ୟାନର ମରାଯାଇଥିବା ନେଇ ଅଲୋକ ସେଠୀ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ଏହାକୁ ତଦନ୍ତ କରିବାକୁ ସେମାନେ ଆସିଥିଲେ। ସରକାରୀ ସ୍ଥାନରେ ଅନୁମତି ନେଇ ବ୍ୟାନର, ପୋଷ୍ଟର ଲଗାଇ ହେବ। ବେସରକାରୀ ସ୍ଥାନ ନେଇ କୌଣସି ନିର୍ଦ୍ଦେଶ ନାହିଁ। ତେଣୁ ଏହା ନିୟମ ମୁତାବକ ଲାଗିଛି ନା ନାହିଁ ସେ ତାହା ଦେଖିବାକୁ ଆସିଥିଲେ। ଏହି ସମୟରେ ଉତ୍ତେଜନା ଦେଖାଦେଇଥିଲା। ଏହାଛଡ଼ା ଏହି ସମୟରେ ରାଲି ହେଉଥିବା ନେଇ ତାଙ୍କ ପାଖରେ କୌଣସି ସୂଚନା ନ ଥିଲା ବୋଲି ଶ୍ରୀ ସିଅଳ କହିଛନ୍ତି।

ଅନ୍ୟପଟେ ଧାମନଗର ନିର୍ବାଚନ ନେଇ ଜମୁଛି ପ୍ରଚାର। ଉଠୁଛି ପଡ଼ୁଛି ଧାମନଗର। ହେଭିୱେଟ ନେତା, ଗଦା ଗଦା ପ୍ରତିଶ୍ରୁତି ଦେଇ ଭୋଟ୍ ମାଗୁଛନ୍ତି। ମଇଦାନରେ ଥିବା ୪ ପ୍ରମୁଖ ପ୍ରାର୍ଥୀ ନିଜ ନିଜ ଅନ୍ଦାଜରେ ପ୍ରଚାର କରୁଛନ୍ତି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ଲାଗି ଆଜି ମଧ୍ୟ ପ୍ରଚାରକୁ ଓହ୍ଲାଇଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ହେବିେଓ୍ୱଟ୍ ନେତା। ସେହିପରି ବିଜେଡି ପ୍ରାର୍ଥୀ ଅବନ୍ତି ଦାଶଙ୍କ ପାଇଁ ମଧ୍ୟ ଦଳର ପ୍ରମୁଖ ନେତା ଓ କର୍ମୀ ଜୋରସୋରରେ ପ୍ରଚାର କରିଛନ୍ତି।

କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀଙ୍କ ପକ୍ଷରୁ ମଧ୍ୟ ଦଳୀୟ କର୍ମୀ ପ୍ରଚାର କରିଛନ୍ତି। ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ପ୍ରାର୍ଥୀ। ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାଶ ନିଜ ସମର୍ଥକଙ୍କ ଗହଣରେ ତିହି଼ଡି ବ୍ଲକର ବିଭିନ୍ନ ସ୍ଥାନରେ ରୋଡ୍ ସୋ କରି ପ୍ରଚାର କରିଥିଲେ।

ସେପଟେ ପ୍ରଚାର ବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ଟାର୍ଗେଟ କରଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ସେ କହିଛନ୍ତି, ବିଜେପି ଫଣ୍ଡିଂରେ ସେ ପ୍ରାର୍ଥୀ ହୋଇଛନ୍ତି। ରାଜେନ୍ଦ୍ରକୁ ଭୋଟ ଦେବା ମାନେ ବିଜେପି ଭୋଟ ଦେବା। ରାଜେନ୍ଦ୍ରଙ୍କ ସହ ଲୋକ ନାହାନ୍ତି, ଏଣୁ ଭୋଟ ବିଭାଜନ ହେବ ନାହିଁ ଓ ବିଜେଡି ହିଁ ବାଜିମାରିବ ବୋଲି ସେ ଦୃଢୋକ୍ତି ଦେଖାଇଛନ୍ତି।

ତେବେ ଏନେଇ ବିଜେପି କିମ୍ବା ରାଜେନ୍ଦ୍ରଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story