କଥା ବୁଲାଇଲେ ଆନ୍ନା, କହିଲେ- ଆମେ ଗଣମାଧ୍ୟମକୁ ଦୋଷ ଦେଉନୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଡ୍ ନ୍ୟୁଜ ଅଭିଯୋଗକୁ ନେଇ ବିବାଦ। ଗତକାଲି ଓଡ଼ିଶାର ନମ୍ୱର-୧ ନ୍ୟୁଜ ଚ୍ୟାନେଲ ଓଟିଭି ନାଁରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ଆଣିଥିଲା ବିଜେଡି। ଆଜି ଅପେକ୍ଷାକୃତ ନରମ ମନୋଭାବ ଦେଖାଇଛି। ଓଟିଭିର ନାଁ ନଦେଇ କଥା ବୋଲେ କଥା ବୋଲାଇଲେ ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର। କହିଲେ-“ଦଳ ଗଣମାଧ୍ୟମକୁ ଦୋଷ ଦେଉନି। ଚ୍ୟାନେଲର ନିଜସ୍ୱ ସ୍ୱାଧୀନତା ଅଛି। କିନ୍ତୁ ପ୍ରାର୍ଥୀଙ୍କ ସପକ୍ଷରେ ପରିବେଷିତ ଖବରକୁ ପେଡ୍‌ ନ୍ୟୁଜ ଭାବେ ବିବେଚନା କରାଯାଇ […]

Bjd-1

Rakesh Mallick
  • Published: Tuesday, 13 February 2018
  • , Updated: 13 February 2018, 09:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଡ୍ ନ୍ୟୁଜ ଅଭିଯୋଗକୁ ନେଇ ବିବାଦ। ଗତକାଲି ଓଡ଼ିଶାର ନମ୍ୱର-୧ ନ୍ୟୁଜ ଚ୍ୟାନେଲ ଓଟିଭି ନାଁରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ଆଣିଥିଲା ବିଜେଡି। ଆଜି ଅପେକ୍ଷାକୃତ ନରମ ମନୋଭାବ ଦେଖାଇଛି। ଓଟିଭିର ନାଁ ନଦେଇ କଥା ବୋଲେ କଥା ବୋଲାଇଲେ ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର। କହିଲେ-“ଦଳ ଗଣମାଧ୍ୟମକୁ ଦୋଷ ଦେଉନି। ଚ୍ୟାନେଲର ନିଜସ୍ୱ ସ୍ୱାଧୀନତା ଅଛି। କିନ୍ତୁ ପ୍ରାର୍ଥୀଙ୍କ ସପକ୍ଷରେ ପରିବେଷିତ ଖବରକୁ ପେଡ୍‌ ନ୍ୟୁଜ ଭାବେ ବିବେଚନା କରାଯାଇ ପ୍ରାର୍ଥୀଙ୍କ ଖାତାରେ ଯୋଡ଼ାଯାଉ।”

ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ଖବର ପେଡ୍‌ ନ୍ୟୁଜର ସଂଜ୍ଞାକୁ ପୂରଣ କରୁଛି, ତାର ପ୍ରମାଣ ଦେଇପାରୁନି ଦଳ। ସେପଟେ ପେଡ୍ ନ୍ୟୁଜ ନେଇ ବିଜେଡି ଭ୍ରାନ୍ତ ଧାରଣାରେ ଅଛି ବୋଲି ପାଲଟା ଅଭିଯୋଗ ଆଣିଛି ବିଜେପି। କେତେବେଳେ ଗଣମାଧ୍ୟମରେ କେଉଁ ଖବର ଅଗ୍ରାଧିକାର ପାଇବ, ତାହା ରାଜନୈତିକ ଦଳ ସ୍ଥିର କରିପାରିବେ ନାହିଁ ବୋଲି ବିଜେପି କହିଛି।

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍‌କୁ ନେଇ ଷଡଯନ୍ତ୍ର ଥିଓରୀର ଅବତାରଣା କରିଛି ବିଜେଡି। ବୈଜୟନ୍ତ ପଣ୍ଡା ଓ  ଓଟିଭି ନାଁରେ ଅଭିଯୋଗ ପରେ ଧର୍ମେନ୍ଦ୍ର ଟ୍ୱିଟ୍‌ ଯୋଗେ ଦେଇଥିବା ପ୍ରତିକ୍ରିୟାକୁ ନେଇ ଦଳ ପ୍ରଶ୍ନ କରିଛି। ଜବାବରେ ଧର୍ମେନ୍ଦ୍ର କହିଛନ୍ତି ବିଜେଡି ଗଣମାଧ୍ୟମକୁ ନାଲିଆଖି ଦେଖାଇ ଜରୁରୀ କାଳିନ ମାନସିକତାର ପରିଚୟ ଦେଇଛି।

ନିର୍ବାଚନ କମିଶନ ପ୍ରସ୍ତୁତ କରିଥିବା ଗାଇଡ୍‌ଲାଇନ ଅନୁସାରେ ଖବର ପରିବେଷଣ ପଛରେ ଅର୍ଥ କିମ୍ବା ଅନୁଗ୍ରହର ପ୍ରମାଣ ଥିଲେ ତାହାକୁ ପେଡ୍ ନ୍ୟୁଜ ବୋଲି ଧରାଯିବ। ତେବେ ବିଜେଡି ପାଖରେ ଏଭଳି କାରବାର ନେଇ ନିର୍ଦ୍ଦିଷ୍ଟ ପ୍ରମାଣ ଅଛି ନା ଅନ୍ୟ କୌଣସି ଉଦ୍ଦେଶ୍ୟ ଆଳରେ ଦଳ ଏପରି ଅଭିଯୋଗ କରୁଛି ତାକୁ ନେଇ ଉଠିଛି ପ୍ରଶ୍ନ।

Related story