ପୁଲିସ କମିଶନରଙ୍କୁ ନେଇ ବିଜେଡିରେ ଫାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ୱିନସିଟି ପୁଲିସ୍ କମିଶନର ତଥା ବରିଷ୍ଠ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ତାଙ୍କ ପଦରୁ ବିଦା କରିବା ନିମନ୍ତେ ଚାଲିଥିବା ଷଡ଼ଯନ୍ତ୍ରକୁ ନେଇ ବିଜେଡିରେ ଫାଟ ସୃଷ୍ଟି ହୋଇଛି। ଦଳର ମୁଖପାତ୍ର ଲେନିନ୍ ମହାନ୍ତି ମହିଳା ସ୍ପେଶାଲ ପୁଲିସ ଅଫିସର(ଏସପିଓ) ନିଯୁକ୍ତି ପ୍ରସଙ୍ଗରେ ଗଣମାଧ୍ୟମରେ ଗତକାଲି ପୁଲିସ କମିଶନର ଶ୍ରୀ ଷଡ଼ଙ୍ଗୀଙ୍କୁ କଡ଼ା ସମାଲୋଚନା କରିବା ପରେ ବିଜେଡିର ଅନ୍ୟତମ ପ୍ରଭାବଶାଳୀ ସାଂସଦ ଅଚ୍ୟୁତ ସାମନ୍ତ ଓ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଆଜି ସେହି ନବନିଯୁକ୍ତ […]

chandrani

chandrani

Manoranjan Sial
  • Published: Saturday, 04 January 2020
  • Updated: 04 January 2020, 07:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ୱିନସିଟି ପୁଲିସ୍ କମିଶନର ତଥା ବରିଷ୍ଠ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ତାଙ୍କ ପଦରୁ ବିଦା କରିବା ନିମନ୍ତେ ଚାଲିଥିବା ଷଡ଼ଯନ୍ତ୍ରକୁ ନେଇ ବିଜେଡିରେ ଫାଟ ସୃଷ୍ଟି ହୋଇଛି। ଦଳର ମୁଖପାତ୍ର ଲେନିନ୍ ମହାନ୍ତି ମହିଳା ସ୍ପେଶାଲ ପୁଲିସ ଅଫିସର(ଏସପିଓ) ନିଯୁକ୍ତି ପ୍ରସଙ୍ଗରେ ଗଣମାଧ୍ୟମରେ ଗତକାଲି ପୁଲିସ କମିଶନର ଶ୍ରୀ ଷଡ଼ଙ୍ଗୀଙ୍କୁ କଡ଼ା ସମାଲୋଚନା କରିବା ପରେ ବିଜେଡିର ଅନ୍ୟତମ ପ୍ରଭାବଶାଳୀ ସାଂସଦ ଅଚ୍ୟୁତ ସାମନ୍ତ ଓ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଆଜି ସେହି ନବନିଯୁକ୍ତ ଏସପିଓଙ୍କୁ ଅଭିନନ୍ଦନ ଜଣାଇ ଏଭଳି ନିଯୁକ୍ତିକୁ ଖୋଲା ସମର୍ଥନ ଜଣାଇଛନ୍ତି। ସେପଟେ ପୁଲିସ କମିଶନରଙ୍କୁ ଅପମାନିତ ଓ ଶସ୍ତା ଦେଖାଇବାର ଷଡ଼ଯନ୍ତ୍ର ଭିତରକୁ କାହିଁକି ଓ କେଉଁ ପରିସ୍ଥିତିରେ କିଏ ବିଜେଡିକୁ ଟାଣିଲା ତାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ବିଜେଡିର ଲୋକସଭା ସାଂସଦ ଶ୍ରୀ ସାମନ୍ତ ସୋଶାଲ ମିଡିଆ ମାଧ୍ୟମରେ ତାଙ୍କ ନିୟନ୍ତ୍ରଣରେ ଥିବା ଅନୁଷ୍ଠାନ ‘କିସ’ର ୧୩ଜଣ ଝିଅଙ୍କୁ ଏସପିଓ ଭାବେ ନିଯୁକ୍ତି ମିଳିଥିବା ନେଇ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ-୨୦୦୩ ଅନ୍ତର୍ଗତ ‘କିସ’ର ୧୩ଜଣ ଝିଅଙ୍କୁ ଏସପିଓ ଭାବେ ଚୟନ କରାଯାଇଛି। ଯୌନ ନିର୍ଯାତନା,କମେଣ୍ଟମରା ସମ୍ପର୍କରେ ଅବଗତ କରିବା ଓ ମହିଳାଙ୍କ ମଧ୍ୟରେ ସୁରକ୍ଷା ଭାବ ସୃଷ୍ଟି କରିବା ସେମାନଙ୍କର ପ୍ରାଥମିକ ଦାୟିତ୍ୱ । ସମାଜର ଅଭିଭାବକ ଭାବେ ସେମାନଙ୍କ ସକ୍ଷମ ଯୋଗଦାନ ଦେଖିବାକୁ ଚାହେଁ ବୋଲି ଶ୍ରୀ ସାମନ୍ତ ନିଜର ଫେସବୁକ ପେଜରେ ଲେଖିଛନ୍ତି ।

ସେହିପରି ବିଜେଡି ଲୋକସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁ କମିଶନରେଟ ପୁଲିସ ଦ୍ୱାରା ମହିଳା ଏସପିଓ ନିଯୁକ୍ତିକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ମହିଳାଙ୍କ ଅବସ୍ଥା ଯାହା ସେମାନେ ସମାଜରେ ନିଜକୁ ସୁରକ୍ଷିତ ଭାବେ ଦେଖିପାରୁନାହାନ୍ତି। ତେଣୁ ନିହାତି ଭାବେ ଏହା ଭଲ ପଦକ୍ଷେପ । ମହିଳା ଅବା ପୁରୁଷ ହୁଅନ୍ତୁ ନିଜର ଦାୟିତ୍ୱ ତୁଲାଇବା ମୁଖ୍ୟ କଥା। ଲିଙ୍ଗଗତ ଆଧାରରେ ଏସପିଓ ନିଯୁକ୍ତି ଦିଆଯିବାକୁ ବିରୋଧ ଭିତ୍ତିହୀନ ବୋଲି ଚନ୍ଦ୍ରାଣୀ କହିଛନ୍ତି।

ଗୋଟିଏପଟେ ବିଜେଡିର ୨ଜଣ ସାଂସଦ ଶ୍ରୀ ସାମନ୍ତ ଓ ଚନ୍ଦ୍ରାଣୀ ମୁର୍ମୁ କମିଶନରେଟ ପୁଲିସର ଦ୍ୱାରା ଏସପିଓ ନିଯୁକ୍ତି ଦିଆଯାଇଥିବା ମହିଳାଙ୍କୁ ଅଭିନନ୍ଦନ ଜଣାଇ ଏହା ମହିଳାଙ୍କ ମଧ୍ୟରେ ସୁରକ୍ଷା ଭାବ ସୃଷ୍ଟି କରିବ ବୋଲି କହୁଥିବାବେଳେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଗତକାଲି କିଭଳି ଓଲଟା ମତ ରଖିଥିଲେ। ଏହା ସମାଜରେ ଲିଙ୍ଗଗତ ବୈଷମ୍ୟ ସୃଷ୍ଟି କରିବ ବୋଲି ପରୋକ୍ଷରେ କହିବାକୁ ପଛାଇ ନଥିଲେ। କେବଳ ମହିଳାଙ୍କୁ ନିଯୁକ୍ତି କାହିଁକି ବୋଲି ପ୍ରଶ୍ନ ବି କରିଥିଲେ। ଶ୍ରୀ ମହାନ୍ତିଙ୍କ ଏଭଳି ବୟାନକୁ ବିଭିନ୍ନ ମହଲରୁ ନାପସନ୍ଦ କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଶ୍ରୀ ମହାନ୍ତି ଏଭଳି ବୟାନ ଦେଲେ ତାକୁ ନେଇ ତୃତୀୟ ମହଲାରେ ଖୋଳତାଡ଼ ଆରମ୍ଭ ହୋଇଥିବା ଜଣାପଡ଼ିଛି। ପୁଲିସ କମିଶନରଙ୍କୁ ନେଇ ଶ୍ରୀ ମହାନ୍ତିଙ୍କ ବୟାନକୁ ମଧ୍ୟ ବିଜେଡିର ବହୁ ବରିଷ୍ଠ ନେତା ନାପସନ୍ଦ କରିଛନ୍ତି। ଏପରିକି ଆଜି ସକାଳେ ନବୀନ ନିବାସ ଯାଇଥିବା କିଛି ସାଂସଦ ମଧ୍ୟ ଏହା ଉପରେ ଆପତ୍ତି ଉଠାଇଥିଲେ ବୋଲି ସୂଚନା ମିଳିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତୃତୀୟ ମହଲାର ବିନା ଇଙ୍ଗିତରେ ବିଜେଡିରେ ପତ୍ରଟିଏ ବି ଝଡ଼ିବା ସମ୍ଭବପର ନଥିବାବେଳେ ଜଣେ ବରିଷ୍ଠ ଆଇପିଏସଙ୍କ ବୟାନକୁ ଶସ୍ତା ବୋଲି କହି ତାଙ୍କୁ ସମାଲୋଚନା କରାଯିବା ଏକ ସୁଚିନ୍ତିତ ରଣନୀତିର ଅଂଶବିଶେଷ ଥିଲା। ପୂର୍ବତନ ଡିଜି ବିକେ ଶର୍ମାଙ୍କୁ ହଟାଯିବା ପରେ ତାଙ୍କର ଖାସ୍ ଶ୍ରୀ ଷଡ଼ଙ୍ଗୀଙ୍କୁ ମଧ୍ୟ ପୁଲିସ କମିଶନର ପଦରୁ ହଟାଇବାକୁ ପ୍ରୟାସ ଚାଲିଛି। ଏପରିକି କମିଶନରେଟ ପୁଲିସ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ନଦେବା ପାଇଁ ଅଧିକାଂଶ ଆଇପିଏସ୍ ଓ ଆଇଏଏସ ଅଫିସରଙ୍କୁ ଫୋନ୍ ଯୋଗ ବାରଣ କରାଯାଇଥିବା ଚର୍ଚ୍ଚା ହେଉଛି। କମିଶନରେଟ ପୁଲିସ ପ୍ରତିଷ୍ଠା ଦିବସ ସମାରୋହ ପାଇଁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ(ଗେଟ-ଟୁଗେଦର)ରୁ ଅନେକ ବରିଷ୍ଠ ଆଇପିଏସ୍ ଅଫିସର ଦୂରେଇ ରହିଥିଲେ। ଏଭଳି ପରମ୍ପରା ଓ ପୁଲିସ କମିଶନରଙ୍କ ପ୍ରତି ମାତ୍ରାଧିକ ଅସୂୟା ଭାବକୁ ନେଇ ଦ୍ୱିତୀୟ କ୍ଷମତାକେନ୍ଦ୍ର କ୍ଷୁବ୍ଧ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story