କଂଗ୍ରେସ ହାତରୁ ଛଡ଼ାଇ ନେଲା ବିଜେଡି

ରାୟଗଡ଼ା (ଓଡ଼ିଶା ରିପୋର୍ଟର): କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଛଡ଼ାଇ ନେଲା ବିଜେଡି। ଉପନିର୍ବାଚନରେ ବିଜେଡିର ଗଙ୍ଗାଧର ପୁଆଲା ହେଲେ ନୂଆ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ମୋଟ୍ ୨୧ରୁ ବିଜେଡିର ମାତ୍ର ୭ଜଣ ସଦସ୍ୟ ଥିବା ସତ୍ତ୍ୱେ ଅଧ୍ୟକ୍ଷ ପଦ ହାତେଇଛି ଦଳ। ବିଜେଡି ସମର୍ଥନରେ ପଡ଼ିଛି ୧୩ଟି ଭୋଟ୍। ସେପଟେ କଂଗ୍ରେସର ୧୦ ଜଣ ସଦସ୍ୟ ଥାଇ ମଧ୍ୟ ମାତ୍ର ୫ଟି ଭୋଟ୍‌ ମିଳିଛି। ସେହିଭଳି ଏହି ନିର୍ବାଚନରେ ସାମିଲ ନହେବାକୁ ବିଜେପି ପକ୍ଷରୁ […]

raigada

raigada

Manoranjan Sial
  • Published: Wednesday, 19 February 2020
  • Updated: 19 February 2020, 05:20 PM IST

Sports

Latest News

ରାୟଗଡ଼ା (ଓଡ଼ିଶା ରିପୋର୍ଟର): କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଛଡ଼ାଇ ନେଲା ବିଜେଡି। ଉପନିର୍ବାଚନରେ ବିଜେଡିର ଗଙ୍ଗାଧର ପୁଆଲା ହେଲେ ନୂଆ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ମୋଟ୍ ୨୧ରୁ ବିଜେଡିର ମାତ୍ର ୭ଜଣ ସଦସ୍ୟ ଥିବା ସତ୍ତ୍ୱେ ଅଧ୍ୟକ୍ଷ ପଦ ହାତେଇଛି ଦଳ। ବିଜେଡି ସମର୍ଥନରେ ପଡ଼ିଛି ୧୩ଟି ଭୋଟ୍।

ସେପଟେ କଂଗ୍ରେସର ୧୦ ଜଣ ସଦସ୍ୟ ଥାଇ ମଧ୍ୟ ମାତ୍ର ୫ଟି ଭୋଟ୍‌ ମିଳିଛି। ସେହିଭଳି ଏହି ନିର୍ବାଚନରେ ସାମିଲ ନହେବାକୁ ବିଜେପି ପକ୍ଷରୁ ହୁଇପ୍‌ ଜାରି ହୋଇଥିଲା। ତଥାପି ଦୁଇ ଜଣ ସଦସ୍ୟ ଏଥିରେ ସାମିଲ ହୋଇ ଭୋଟ୍ ଦେଇଛନ୍ତି।

ଉପନିର୍ବାଚନ ପୂର୍ବରୁ କ୍ରସ୍ ଭୋଟିଂ ନେଇ ଯେଉଁଆକଳନ ହୋଇଥିଲା, ତାହା ହିଁ ଆଜି ହୋଇଛି। ରାୟଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିବଙ୍ଗତ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos