ପାଟକୁରାରେ ରିଲିଫ କାର୍ଯ୍ୟକ୍ରମକୁ ହାଇଜାକ୍ କରିଛି ବିଜେଡି : ବିଜୟ ମହାପାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ବାତ୍ୟା ପ୍ରଭାବିତ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ସରକାରୀ ରିଲିଫ ବଣ୍ଟନ କାର୍ଯ୍ୟକ୍ରମକୁ ଶାସକ ବିଜେଡି ଦଳ ସମ୍ପୂର୍ଣ୍ଣ ଭାବେ ହାଇଜ୍ୟାକ୍ କରିନେଇଛି ବୋଲି ବରିଷ୍ଠ ବିଜେପି ନେତା ତଥା ପାଟକୁରାରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି। ସେ ଏନେଇ ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ବିଧିବଦ୍ଧ ଭାବେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ବାତ୍ୟା ପ୍ରଭାବିତ ପାଟକୁରା ବିଧାନସଭା […]

bijay-mohapatra

Manoranjan Sial
  • Published: Monday, 13 May 2019
  • , Updated: 13 May 2019, 09:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ବାତ୍ୟା ପ୍ରଭାବିତ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ସରକାରୀ ରିଲିଫ ବଣ୍ଟନ କାର୍ଯ୍ୟକ୍ରମକୁ ଶାସକ ବିଜେଡି ଦଳ ସମ୍ପୂର୍ଣ୍ଣ ଭାବେ ହାଇଜ୍ୟାକ୍ କରିନେଇଛି ବୋଲି ବରିଷ୍ଠ ବିଜେପି ନେତା ତଥା ପାଟକୁରାରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି। ସେ ଏନେଇ ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ବିଧିବଦ୍ଧ ଭାବେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ବାତ୍ୟା ପ୍ରଭାବିତ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଓଡ଼ିଶା ସରକାରଙ୍କ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଏବେ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପ୍ରମୁଖ ସାଧନ ପାଲଟିଛି। ଦାୟିତ୍ୱରେ ଥିବା ସରକାରୀ ଅଫିସରମାନଙ୍କ ଉପସ୍ଥିତିରେ ହିଁ ପ୍ରଭାବିତ ଲୋକଙ୍କୁ ସାବିତ୍ରୀ ଦେବୀ ସରକାରୀ ରିଲିଫ ସାମଗ୍ରୀ ବଣ୍ଟନ କରୁଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ବାତ୍ୟା ‘ଫୋନି’ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଶାସକ ବିଜେଡି ସମ୍ପୂର୍ଣ୍ଣ କବଜା କରିବା ଗଣତନ୍ତ୍ର ପ୍ରତି ଉପହାସ ପାଲଟିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ‘ଫୋନି’ ବାତ୍ୟାକୁ ଦୃଷ୍ଟିରେ ରଖି ପାଟକୁରା ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନୂଆଦିଲ୍ଲୀରେ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ଜଣାଇଥିଲେ। ‘ଫୋନି’ ବାତ୍ୟା ପରେ ପାଟକୁରା ନିର୍ବାଚନକୁ ମୁଖ୍ୟ ନିର୍ବାଚନ କମିଶନ ୬୦ଦିନ ଘୁଞ୍ଚାଇ ଦେବାସହ ସ୍ଥାନୀୟ ପରିସ୍ଥିତି ଆକଳନ କରାଯିବା ପରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି କହିଥିଲେ। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ଏପ୍ରିଲ ୨୯ତାରିଖରେ ଏଠାରେ ନିର୍ବାଚନ ହୋଇପାରିନଥିଲା ଓ ପରବର୍ତ୍ତୀ ସମୟରେ ମେ' ୧୯ତାରିଖରେ ନିର୍ବାଚନ ହେବାକୁ ସ୍ଥିର ହୋଇଥିଲା। ମାତ୍ର ଫୋନି ବାତ୍ୟା ଯୋଗୁ ଏବେ ଏହାକୁ ଆଉ ୬୦ଦିନ ଘୁଞ୍ଚାଇ ଦିଆଯାଇଛି।

Related story