ବିଜେଡି ବିରୋଧରେ ବିଜେଡି: କେନ୍ଦ୍ରାପଡ଼ା ପରେ ବଲାଙ୍ଗିର   

ଭୁବନେଶ୍ୱର/ବଲାଙ୍ଗିର(ଓଡ଼ିଶା ରିପୋର୍ଟର):  ଏମ୍‌ପି ଲାଡ୍‌ ଅନୁମୋଦନ ବେଳେ ସାଂସଦ ଗ୍ରହଣ କରୁନାହାନ୍ତି ବିଧାୟକଙ୍କ ପ୍ରସ୍ତାବ। ଏମିତିକି ପରାମର୍ଶ ନେଉନାହାନ୍ତି। ଏଭଳି ଅଭିଯୋଗକୁ ନେଇ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଲାଗି ରହିଛି ତମ୍ବିତୋଫାନ୍। ହେଲେ ଏଭଳି ଅଭିଯୋଗ କେବଳ ବୈଜୟନ୍ତ କି କେନ୍ଦ୍ରାପଡ଼ାରେ ଅଟକିନି। ସମାନ ଅଭିଯୋଗ ଆସିଲାଣି ବଲାଙ୍ଗିରରୁ। ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣି ମୁହଁ ଖୋଲିଛନ୍ତି ଖୋଦ୍ ବିଜେଡିର କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ। […]

ayub mkan

Rakesh Mallick
  • Published: Monday, 22 January 2018
  • , Updated: 22 January 2018, 08:10 PM IST

ଭୁବନେଶ୍ୱର/ବଲାଙ୍ଗିର(ଓଡ଼ିଶା ରିପୋର୍ଟର):  ଏମ୍‌ପି ଲାଡ୍‌ ଅନୁମୋଦନ ବେଳେ ସାଂସଦ ଗ୍ରହଣ କରୁନାହାନ୍ତି ବିଧାୟକଙ୍କ ପ୍ରସ୍ତାବ। ଏମିତିକି ପରାମର୍ଶ ନେଉନାହାନ୍ତି। ଏଭଳି ଅଭିଯୋଗକୁ ନେଇ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଲାଗି ରହିଛି ତମ୍ବିତୋଫାନ୍। ହେଲେ ଏଭଳି ଅଭିଯୋଗ କେବଳ ବୈଜୟନ୍ତ କି କେନ୍ଦ୍ରାପଡ଼ାରେ ଅଟକିନି। ସମାନ ଅଭିଯୋଗ ଆସିଲାଣି ବଲାଙ୍ଗିରରୁ। ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣି ମୁହଁ ଖୋଲିଛନ୍ତି ଖୋଦ୍ ବିଜେଡିର କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ।

ଆୟୁବ କହିଛନ୍ତି-“ଦଳ ସଭାପତିଙ୍କ ପରାମର୍ଶ ଅନୁସାରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଉନ୍ନୟନ କାର୍ଯ୍ୟ ପାଇଁ ସାଂସଦଙ୍କ ପାଣ୍ଠିରୁ ଅର୍ଥ ମଞ୍ଜୁର ଲାଗି ଜିଲ୍ଲାର ପୁରୁଖା ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଓ ଲୋକସଭା ସାଂସଦ ଥିବା ତାଙ୍କ ପୁଅଙ୍କୁ ବାରମ୍ବାର ନିବେଦନ କରିଥିଲେ। ମାତ୍ର ତାଙ୍କ ପ୍ରସ୍ତାବ ଗ୍ରହଣ ହୋଇନି।”

ସାଂସଦ ପାଣ୍ଠି ଅନୁମୋଦନରେ ମନୋମୁଖୀ ଆଚରଣ ସାଙ୍ଗକୁ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ନେଇ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଗତ କିଛି ଦିନ ଧରି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ନବୀନଙ୍କୁ ଫେରାଦ ହୋଇ ଆସୁଛନ୍ତି। ଏମିତିକି ଦଳର କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଓ ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ ତାଙ୍କ ତଦନ୍ତ ରିପୋର୍ଟ ମଧ୍ୟ ଦଳ ସଭାପତିଙ୍କୁ ମଧ୍ୟ ଦେଇ ସାରିଛନ୍ତି। ତେବେ ଧ୍ରୁବ ସାହୁ ଦେଇଥିବା ତାଙ୍କ ରିପୋର୍ଟରେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ମୁତାବକ ବୈଜୟନ୍ତ ନିଜ ସଂସଦୀୟ କ୍ଷେତ୍ରର ଦଳୀୟ ବିଜୟୀ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନମଣ୍ଡଳୀରେ ୫୦ ଲକ୍ଷ ଓ ପରାଜିତ ପ୍ରାର୍ଥୀଙ୍କ ଅଞ୍ଚଳରେ ୧ କୋଟି ଟଙ୍କାର ଅନୁଦାନ ଦେବାରେ ଅବହେଳା କରିଥିବା ସ୍ପଷ୍ଟ ଭାବେ ଲେଖିଛନ୍ତି। ଯାହା ଉପରେ ଦୁଇ ଦିନ ତଳେ ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ ସ୍ପଷ୍ଟୀକରଣ ଦେଇ କହିଥିଲେ,ଏମ୍‌ପି ଲାଡ୍ ଲାଗି ଉଦ୍ଦିଷ୍ଟ ଗାଇଡଲାଇନ୍‌ରେ ବିଧାୟକମାନଙ୍କ ସହ ପରାମର୍ଶ କରି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କୌଣସି ଜାଗାରେ ଉଲ୍ଲେଖ କରାଯାଇ ନାହିଁ। କିନ୍ତୁ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଲୋକଙ୍କ ଆବଶ୍ୟକତା, ସ୍ଥାନୀୟ ଦଳୀୟ ନେତାଙ୍କ ମତାମତ ଓ କେତେକାଂଶରେ ଦଳୀୟ ବିଧାୟକଙ୍କ ପରାମର୍ଶକୁ ନେଇ ସାଂସଦ ବୈଜୟନ୍ତ ପଣ୍ଡା ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ବୈଜୟନ୍ତ ଯଦି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଗ୍ରହଣ କରିନଥିବା ଅଭିଯୋଗର ତଦନ୍ତ ହେଉଛି, ତାହାଲେ ବଲାଙ୍ଗିର ସାଂସଦଙ୍କ ବିରୋଧରେ କଣ୍ଟାବାଞ୍ଜି ବିଧାୟକ ଆଣିଥିବା ଅଭିଯୋଗର ସମାନ ଢଙ୍ଗରେ ତଦନ୍ତ ହେବ ତ? ଦଳ ସୁପ୍ରିମୋ ସେଠି ବି କେନ୍ଦ୍ରାପଡ଼ା ଭଳି ସରଜମିନ ତଦନ୍ତ କରାଇବାକୁ ନିର୍ଦ୍ଦେଶ ଦେବେ ତ? ଖାଲି ବଲାଙ୍ଗିର ନାଁ ଅନ୍ୟ ସମସ୍ତ ସଂସଦୀୟ କ୍ଷେତ୍ରରେ ବି ବିଧାୟକଙ୍କର ସମାନ ଅଭିଯୋଗ ରହିଛି? ସେପଟେ ତାଙ୍କ ବିରୋଧରେ ଚକ୍ରାନ୍ତ ହୋଇଛି ବୋଲି ବୈୟଜନ୍ତ ଯେଉଁଭଳି ସିଧା ତୃତୀୟ ମହଲା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ, ଏ ଚକ୍ରାନ୍ତ ଥିଓରୀ ବଲାଙ୍ଗିରରେ ଅଟକୁଛି ନା କେନ୍ଦ୍ରାପଡ଼ା ଭଳି ପ୍ରତିଫଳିତ ହେଉଛି ତାକୁ ବି ଦେଖିବାର କଥା।

Related story