ସାର ଅଭାବ: ବିଜେଡି କରୁଛି ଧାରଣା-ବିକ୍ଷୋଭ, କୃଷି ମନ୍ତ୍ରୀ କହିଲେ ଚାଷ କାର୍ଯ୍ୟ ବ୍ୟାହତ ହୋଇନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଣ କରିବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବା ପ୍ରତିବାଦରେ ବିଜେଡି ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବାବେଳେ ରାଜ୍ୟ କୃଷିମନ୍ତ୍ରୀଙ୍କ ବିଧାନସଭାରେ ବୟାନ ହିଁ ବିଜେଡିର ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି। ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭର ପ୍ରଥମ ଦିନ ଅଚାନକ ସାର ପ୍ରସଙ୍ଗ ଉଠାଇ ଧାରଣା ଓ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇ ରାଜନୀତିକ ମାଇଲେଜ୍ ନେବାକୁ ବିଜେଡି ଚାହିଁଥିଲେ ବି […]

arunasahoo

arunasahoo

Ordigital Desk
  • Published: Thursday, 02 September 2021
  • Updated: 02 September 2021, 10:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଣ କରିବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବା ପ୍ରତିବାଦରେ ବିଜେଡି ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବାବେଳେ ରାଜ୍ୟ କୃଷିମନ୍ତ୍ରୀଙ୍କ ବିଧାନସଭାରେ ବୟାନ ହିଁ ବିଜେଡିର ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି। ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭର ପ୍ରଥମ ଦିନ ଅଚାନକ ସାର ପ୍ରସଙ୍ଗ ଉଠାଇ ଧାରଣା ଓ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇ ରାଜନୀତିକ ମାଇଲେଜ୍ ନେବାକୁ ବିଜେଡି ଚାହିଁଥିଲେ ବି କୃଷି ମନ୍ତ୍ରୀ ଅରୁଣ ସାହୁ ସାର ପ୍ରସଙ୍ଗରେ ଦେଇଥିବା ବୟାନ ବିଜେଡି ନେତାମାନଙ୍କ ହୀନ ଉଦ୍ଦେଶ୍ୟ ଓ ଅସଲମୁଖା ଖୋଲି ଦେଇଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, କେନ୍ଦ୍ର ସରକାର ଆବଶ୍ୟକ ପରିମାଣର ସାର ଯୋଗାଣରେ ବିଳମ୍ବ କରୁଥିବା ଦର୍ଶାଇ ଚାଷୀଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ବିଜେଡି ପକ୍ଷରୁ ଗତକାଲି ରାଜଭବନ ସମେତ କେତେକ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେଡି ନେତାମାନେ ସାର ଯୋଗାଣକୁ ନେଇ କେନ୍ଦ୍ର ସରକାରଙ୍କ ଅବହେଳା ଓ ବୈମାତୃକ ମନୋଭାବ କଥା ଉଠାଇ କଡ଼ା ସମାଲୋଚନା କରିଥିଲେ। ସାର ଅଭାବ ଯୋଗୁ ଚାଷକାର୍ଯ୍ୟ ପ୍ରଭାବିତ ହେଉଛି ଓ ଚାଷୀ କ୍ଷତିଗ୍ରସ୍ତ ହେଉଥିବା କଥା ବିଜେଡି ନେତାମାନେ ଅଭିଯୋଗ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦେଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ ମଧ୍ୟ ତାହା ବାସ୍ତବରେ ସତ୍ୟ ଆଧାରିତ ନଥିବା ରାଜ୍ୟ କୃଷିମନ୍ତ୍ରୀଙ୍କ ବୟାନ ହିଁ ସ୍ପଷ୍ଟ କରାଉଛି।

ସେପ୍ଟେମ୍ବର ୧ତାରିଖରେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଚଳିତବର୍ଷ ଖରିଫ ଧାନ ଚାଷ ନିମନ୍ତେ ସରକାର ସାର ଯୋଗାଣ କ୍ଷେତ୍ରରେ ସମସ୍ତ ପ୍ରକାରର ସଫଳ ପ୍ରୟାସ ଜାରି ରଖିଛନ୍ତି। ଏବେସୁଦ୍ଧା ସ୍ୱଳ୍ପ ସାର ଯୋଗାଣ ଯୋଗୁ ଚାଷ କାର୍ଯ୍ୟ ବ୍ୟାହତ ହୋଇଥିବାର କୌଣସି ସୂଚନା ବିଭାଗ ପାଖରେ ନାହିଁ । ରାଜ୍ୟର ଆବଶ୍ୟକତା ଅନୁସାରେ ସାର ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ସହିତ ନିରବଚ୍ଛିନ୍ନ ଭାବେ ରାଜ୍ୟ ସରକାର ଯୋଗାଯୋଗରେ ରହିଛନ୍ତି। ଏଥିପାଇଁ ପ୍ରତି ସପ୍ତାହରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆବଶ୍ୟକତା ଅନୁସାରେ ବିଭିନ୍ନ ସାରର ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ସାର ବିଭାଗକୁ ଅନୁରୋଧ କରାଯାଉଅଛି ବୋଲି କୃଷି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଯଦି ସାର ଯୋଗାଣକୁ ନେଇ କେନ୍ଦ୍ର ସରକାରଙ୍କ ସହ ନିରବଚ୍ଛିନ୍ନ ଭାବେ ଯୋଗାଯୋଗରେ ରାଜ୍ୟ ସରକାର ରହିଛନ୍ତି ଏବଂ ସାର ଯୋଗାଣରେ ଅଭାବ ଯୋଗୁ କୌଣସି ସ୍ଥାନରେ ଚାଷ କାର୍ଯ୍ୟ ବ୍ୟାହତ ହୋଇନି, ତା’ହେଲେ ବିଜେଡି ନେତାମାନେ କାହିଁକି ଗତକାଲି ଧାରଣା ଓ ବିକ୍ଷୋଭ ଭଳି ରାଜନୀତିକ ଡ୍ରାମାବାଜି କରିଥିଲେ। ତେବେ କ’ଣ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ ମିଥ୍ୟା ତଥ୍ୟ ରହିଛି?

ରାଜ୍ୟରେ ସାର ଅଭାବ ନାହିଁ ତଥା ପରିଚାଳନାଗତ ତ୍ରୁଟି ଯୋଗୁ କେନ୍ଦ୍ର ସରକାର ପଠାଉଥିବା ରାଜ୍ୟର ସାର ପଶ୍ଚିମବଙ୍ଗ ପଳାଇଲା ବୋଲି ବିଜେପି ଅଭିଯୋଗ କରୁଥିବାବେଳେ ଆମ୍ ଆଦମୀ ପାର୍ଟି ମଧ୍ୟ ମୁହଁ ଖୋଲି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ତେଣୁ ସାର ଯୋଗାଣ ଓ ଅଭାବକୁ ନେଇ ବିଜେଡି ସତ କହୁଛି ନା ବିଜେଡିର ମନ୍ତ୍ରୀ ସତ କହୁଛନ୍ତି? ଯଦି ବିଜେଡି ସତ କହୁଛି ତା’ହେଲେ କ’ଣ ବିଧାନସଭାରେ କୃଷିମନ୍ତ୍ରୀ ଭୁଲ୍ ତଥ୍ୟ ଦେଇଛନ୍ତି? ଏହି ପ୍ରସଙ୍ଗ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story