‘ମହାନଦୀ ସମସ୍ୟାର କ୍ରିଏଟର ବିଜେଡି ସରକାର’

ଭୁବନେଶ୍ୱର/ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ମହାନଦୀ ସମସ୍ୟାର କ୍ରିଏଟର ହେଉଛନ୍ତି ଓଡ଼ିଶାର ବିଜେଡି ସରକାର। ଅର୍ଥାତ୍ ଏ ସମସ୍ୟାର ସୃଷ୍ଟିକର୍ତ୍ତା ହେଉଛନ୍ତି ବିଜେଡି ସରକାର। ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯେଉଁ ବିବାଦ ଦେଖାଯାଇଛି, ସେ ସଂପର୍କରେ ଏମିତି ମତ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବା ପୂର୍ବରୁ ଜନମତ ସଂଗ୍ରହ କରିବା ପାଇଁ ଗତକାଲି ଜଗତସିଂହପୁର ଯାଇଥିବା ବେଳେ ସେ ଏ କଥା କହିଥିଲେ। ନିରଞ୍ଜନ କହିଥିଲେ, ମହାନଦୀ ସମସ୍ୟାର […]

nira123

nira123

Jitendra Garnayak
  • Published: Tuesday, 12 February 2019
  • Updated: 12 February 2019, 09:26 AM IST

Sports

Latest News

ଭୁବନେଶ୍ୱର/ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ମହାନଦୀ ସମସ୍ୟାର କ୍ରିଏଟର ହେଉଛନ୍ତି ଓଡ଼ିଶାର ବିଜେଡି ସରକାର। ଅର୍ଥାତ୍ ଏ ସମସ୍ୟାର ସୃଷ୍ଟିକର୍ତ୍ତା ହେଉଛନ୍ତି ବିଜେଡି ସରକାର।

ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯେଉଁ ବିବାଦ ଦେଖାଯାଇଛି, ସେ ସଂପର୍କରେ ଏମିତି ମତ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବା ପୂର୍ବରୁ ଜନମତ ସଂଗ୍ରହ କରିବା ପାଇଁ ଗତକାଲି ଜଗତସିଂହପୁର ଯାଇଥିବା ବେଳେ ସେ ଏ କଥା କହିଥିଲେ।

ନିରଞ୍ଜନ କହିଥିଲେ, ମହାନଦୀ ସମସ୍ୟାର କ୍ରିଏଟର ହେଉଛନ୍ତି ବିଜେଡି ସରକାର। ମହାନଦୀ ପ୍ରସଙ୍ଗରେ ଆପୋଷ ବୁଝାମଣା କରିବାକୁ ସୁପ୍ରିମକୋର୍ଟ କହିଲେ। ଏଥିରେ ଛତିଶଗଡ଼ ସରକାର ରାଜି ଅଛନ୍ତି। ତାଙ୍କର (ବିଜେଡି ସରକାର) ଅସୁବିଧା କେଉଁଠି ହେଉଛି?

ସେ ଆହୁରି କହିଥିଲେ, ଆପୋଷ ସମାଧାନ ପାଇଁ ଛତିଶଗଡ଼ ନାହିଁ କରୁନି। ଓଡ଼ିଶା ସରକାର ଆଗକୁ ବଢ଼ୁ ନାହାନ୍ତି କାହିଁକି? ମହାନଦୀ ଯୋଗୁ ଛତିଶଗଡ଼ର କିଛି ସମସ୍ୟା ହେଉନି, ଓଡ଼ିଶାର ହିଁ କ୍ଷତି ହେଉଛି।

[caption id="attachment_338680" align="aligncenter" width="750"]chhatisgarh ଛତିଶଗଡ଼ର ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ୍ ସିଂହଦେଓ[/caption]

ସେହିପରି ଜନମତ ସଂଗ୍ରହ ପାଇଁ ଗତକାଲି ନିରଞ୍ଜନଙ୍କ ସହିତ ଜଗତସିଂହପୁର ଗସ୍ତ କରିଥିବା ଛତିଶଗଡ଼ର ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ୍ ସିଂହଦେଓ କହିଥିଲେ, ମହାନଦୀ ଉପରେ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାର ହକ୍ ଅଛି। ଗତ ୧୯ ବର୍ଷ ମଧ୍ୟରେ ବିଜେଡି ସରକାର ମହାନଦୀ କାଗଜକୁ ଦେଖିନାହିଁ। ଏଥିପାଇଁ ଓଡ଼ିଶାବାସୀଙ୍କ ନିକଟରେ ବିଜେଡି ସରକାର କ୍ଷମା ମାଗିବା ଦରକାର। କେବଳ ନିର୍ବାଚନ ସମୟରେ ହିଁ ବିଜେଡି ସରକାରର ମହାନଦୀ କଥା ମନେପଡୁଛି।

ନିରଞ୍ଜନ ଓ ଛତିଶଗଡ଼ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମତ ଉପରେ ଉଭୟ ବିଜେପି ଏବଂ ବିଜେଡି ପ୍ରତିକ୍ରିୟା ରଖିଛନ୍ତି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଦୁଇ ଥର ‍ବୁଝାମଣା ପାଇଁ ପ୍ରୟାସ କରିଛନ୍ତି। ରାଜ୍ୟ ସରକାର ଆପୋଷ ବୁଝାମଣା ନ କରି ବୟକଟ୍ କରି ଚାଲି ଆସିଲେ। ସୁପ୍ରିମକୋର୍ଟ ମଧ୍ୟ ଆପୋଷ ବୁଝାମଣା କଥା କହିଲେ। ଏବେ କାହାକୁ ଦୋଷ ଦେବ ବିଜେଡି ସରକାର? ଓଡ଼ିଶାବାସୀଙ୍କୁ ଏହାର ଉତ୍ତର ଦିଅନ୍ତୁ।’’

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି,“ଭାରତୀୟ ଜନତା ପାର୍ଟି ଓଡ଼ିଶା ବିରୋଧୀ ମନୋଭାବ ରଖିଥିଲା। ମହାନଦୀ ପ୍ରସଙ୍ଗରେ ଛତିଶଗଡ଼କୁ ସମର୍ଥନ ଜଣାଇ ଓଡ଼ିଶା ପ୍ରତି ଟାଳଟୁଳ ନୀତି ଅବଲମ୍ବନ କରୁଥିଲା। ସେହିକ୍ରମରେ ଆଜି କଂଗ୍ରେସ ଦଳ ମଧ୍ୟ ଆଗେଇଛି। ଯଦି ଉଭୟ ଦଳ ମହାନଦୀ ପ୍ରସଙ୍ଗରେ ଆତ୍ମଚିନ୍ତନ କରନ୍ତି, ତା’ହେଲେ ଭଲ ହୁଅନ୍ତା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story