୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬ ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ସାମ୍ନାରେ ଜଳୁଛି ଜନ ଆକ୍ରୋଶର ନିଆଁ। ଜଟଣୀ-ପୁରୀ ମୁଖ୍ୟ ରାସ୍ତା ଅବରୋଧ କରି ନ୍ୟାୟ ମାଗିଛନ୍ତି କ୍ଷୁବ୍ଧ ଜନତା। ଗତକାଲି ରାତି ସାଢ଼େ ୯ଟା ବେଳେ ଅଭିଯୁକ୍ତ ଯୁବକ ଆନନ୍ଦ ପଡ଼ୋଶୀ ଘରର ୬ ବର୍ଷ ଝିଅକୁ ଘରକୁ ଡାକି ଦୁଷ୍କର୍ମ କରିବା ପରେ ଘଟଣା ପ୍ରଘଟ ହେବା ଭୟରେ ତାକୁ […]

rape-in-khurda

Manoranjan Sial
  • Published: Friday, 12 April 2019
  • , Updated: 12 April 2019, 10:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬ ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ସାମ୍ନାରେ ଜଳୁଛି ଜନ ଆକ୍ରୋଶର ନିଆଁ। ଜଟଣୀ-ପୁରୀ ମୁଖ୍ୟ ରାସ୍ତା ଅବରୋଧ କରି ନ୍ୟାୟ ମାଗିଛନ୍ତି କ୍ଷୁବ୍ଧ ଜନତା।

ଗତକାଲି ରାତି ସାଢ଼େ ୯ଟା ବେଳେ ଅଭିଯୁକ୍ତ ଯୁବକ ଆନନ୍ଦ ପଡ଼ୋଶୀ ଘରର ୬ ବର୍ଷ ଝିଅକୁ ଘରକୁ ଡାକି ଦୁଷ୍କର୍ମ କରିବା ପରେ ଘଟଣା ପ୍ରଘଟ ହେବା ଭୟରେ ତାକୁ ସେହି ଘରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଣେ ଘର ଲୋକେ ଖୋଜାଖୋଜି ପରେ ଝିଅକୁ ନପାଇବାରୁ ପଡ଼ୋଶୀ ଘରର କବାଟ ବାଡ଼େଇଥିଲେ। ମାତ୍ର କବାଟ ଖୋଲିନଥିଲେ ଅଭିଯୁକ୍ତ ଆନନ୍ଦ। ପରେ ସନ୍ଦେହ ବଢ଼ିବାରୁ କବାଟ ଭାଙ୍ଗି ଘରେ ପଶିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଆଉ ଅଭିଯୁକ୍ତ ଆନନ୍ଦକୁ ଆଖି ସାମ୍ନାରେ ଦେଖି ନିସ୍ତୁକ ମାଡ଼ ମାରିଥିଲେ ଉତ୍ତ୍ୟକ୍ତ ଲୋକେ।

ପୀଡିତାଙ୍କୁ ପ୍ରଥମ ଜଟଣୀ ଓ ପରେ ଏମ୍‌ସ ପଠାଯାଇଥିଲା। ତେବେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏପଟେ ପୀଡ଼ିତାଙ୍କ ବାପା ନ୍ୟାୟ ମାଗିବା ପାଇଁ ଥାନାକୁ ଯାଇଥିବା ବେଳେ ତାଙ୍କୁ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ କାର୍ତ୍ତିକ ମଲ୍ଲିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତେବେ ଥାନା ଭିତରେ କାର୍ତ୍ତିକ କିଭଳି ପୀଡ଼ିତାଙ୍କ ବାପାକୁ ମାଡ଼ ମାରିଲେ ଓ ପୁଲିସ ସେଠାରେ କ’ଣ କରୁଥିଲା, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ଅଭିଯୋଗ ହେବା ପରେ ପୀଡ଼ିତାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ କାର୍ତ୍ତିକ ମଲ୍ଲିକକୁ ପୁଲିସ ଗିରଫ କରିଛି। କାର୍ତ୍ତିକ ଜଟଣୀରେ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କ ପାଖ ଲୋକ ବୋଲି କୁହାଯାଉଛି। ତେବେ ବିଭୂତି ଘଟଣାକୁ ନିନ୍ଦା କରିଛନ୍ତି ଓ ସେ ପୀଡ଼ିତାଙ୍କ ପରିବାର ସହ ଅଛନ୍ତି ବୋଲି କହିଛନ୍ତି।

ରାଜ୍ୟରେ ନିର୍ବାଚନୀ ହାଓ୍ୱା ସରଗରମ ଥିବା ବେଳେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ତେଜିଛି। ଆଜି ଅଧିକାଂଶ ରାଜନୈତିକ ଦଳର ପ୍ରତିନିଧି ଜଟଣୀ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି।

Related story