ସୋସିଆଲ ମିଡ଼ିଆ ମାୟାରେ ବିଜେଡି: ପାଠ ପଢ଼ିଲେ ମନ୍ତ୍ରୀ, ବିଧାୟକ

Ordigital Desk
  • Published: Wednesday, 27 December 2017
  • , Updated: 27 December 2017, 09:14 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋସିଆଲ ମିଡିଆ ଜରିଆରେ ମଜଭୁତ ସଂଗଠନକୁ ମଜଭୁତ କରିବ ବିଜେଡି। ମାଧ୍ୟମ ହେବ ହ୍ୱଟ୍ସ ଆପ୍&zwnj;। ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ପାଇଁ ବିଧାୟକମାନଙ୍କର ହେବ ସ୍ୱତନ୍ତ୍ର ଗ୍ରୁପ୍। ସେହିପରି ଦଳ ସହ ଲୋକଙ୍କୁ ଯୋଡିବା ଲାଗି&nbsp; ନିର୍ବାଚନ ମଣ୍ଡଳୀସ୍ତରରେ ତିଆରି ହେବ ହଜାର ହଜାର ଗ୍ରୁପ୍। ଏହା ମାଧ୍ୟମରେ ଲୋକଙ୍କୁ ସରକାରଙ୍କ ସଫଳ ଯୋଜନା ସଂପର୍କରେ ଅବଗତ କରିବା ସହ ବିରୋଧୀଙ୍କ ଅପପ୍ରଚାରକୁ କାଉଣ୍ଟର କରିବାକୁ ଲକ୍ଷ୍ୟ ରଖାଯାଇଛି।</p> <p>ନବୀନ ନିବାସରେ ବସିଛି ସୋସିଆଲ ମିଡିଆ ପାଠଶାଳା। ପାଠ ପଢୁଛନ୍ତି ବିଧାୟକ ଓ ଦଳୀୟ କର୍ମକର୍ତ୍ତା। ଏକ୍ସପର୍ଟଙ୍କୁ ଡାକି ହ୍ୱାଟ୍ସ ଆପ୍ ସଂପର୍କରେ ନେତାଙ୍କୁ ଦିଆଯାଇଛି ପ୍ରଶିକ୍ଷଣ। ଯାଜପୁର, କନ୍ଧମାଳ, ନୂଆପଡା, ଖୋର୍ଦ୍ଧା ଭଳି ୩୦ଟି ଜିଲ୍ଲାର ବିଧାୟକ, ଜିଲ୍ଲା ସଭାପତି ଓ ଅନ୍ୟ ନେତାଙ୍କୁ ଆଜି ହ୍ୱାଟ୍ସ ଆପ୍ ବ୍ୟବହାର ସଂପର୍କରେ ଅବଗତ କରାଯାଇଛି।</p> <p>ଏଣିକି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିଧାୟକମାନଙ୍କୁ କେବଳ ହ୍ୱାଟ୍ସ ଆପ୍ ଜରିଆରେ ସୂଚିତ କରାଯିବ। ହ୍ୱାଟ୍ସ ଆପ୍ ଜରିଆରେ ରାଜ୍ୟ ସରକାରଙ୍କ ସଫଳ ଯୋଜନାର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଲୋକଙ୍କ ସମସ୍ୟା ସଂପର୍କରେ ଜାଣି ତାର ସମାଧାନ ଲାଗି ଦଳ ଉଦ୍ୟମ କରିବ। ସେହିପରି ବିରୋଧୀଙ୍କ ଅପପ୍ରଚାରକୁ ରୋକିବା ଲାଗି ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କରିଛି ବିଜେଡି।</p> <p>ସେପଟେ ବିଜେଡିର ସୋସିଆଲ ମିଡିଆ କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ କରିଛନ୍ତି ବିରୋଧୀ। ମିଛ ପ୍ରଚାର ଲାଗି ଏହା ଆଉ ଏକ ଉପାୟ ବୋଲି କହିଛି ବିଜେପି। ସେପଟେ ହ୍ୱାଟ୍ସ ଆପ୍ ମାଧ୍ୟମରେ ଅଭିଯୋଗର ଲମ୍ବା ତାଲିକା ଲମ୍ବିବ, ବିଜେଡି କେମିତି ତାର ସମାଧାନ କରିବ ଓ ଦଳ ଉପରେ ଏହାର କଣ ପ୍ରଭାବ ରହିବ ତାକୁ ଅପେକ୍ଷା ବୋଲି କଂଗ୍ରେସ କହିଛି।</p>

Related story