ପ୍ରମିଳାଙ୍କ ଓଲଟା ପ୍ରଶ୍ନ: ଅଫିସରମାନେ କାହିଁକି 'ଅନ୍‌କମ୍ଫର୍ଟେବଲ ଫିଲ୍' କରୁଛନ୍ତି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଡିଜି ପରିବର୍ତ୍ତନ ହେବା, ମୁଖ୍ୟ ଶାସନ ସଚିବ ଭିଆର୍‌ଏସ ନେବା ଏବଂ ମୁଖ୍ୟମନ୍ତ୍ରୀ ନିଜେ ଫୋନ୍ ଜରିଆରେ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବେ ବୋଲି ପ୍ରତିଶ୍ରୁତି ଦେବେ ବୋଲି ଯାହା କହିଛନ୍ତି, ତା’କୁ ନେଇ ବିରୋଧୀ ନାନା ପ୍ରଶ୍ନ ଉଠାଇଛନ୍ତି। ସରକାର କେବେ କାହାରି ଆପତ୍ତି ବା ଅଭିଯୋଗ ଶୁଣନ୍ତି ନାହିଁ ବୋଲି ବିରୋଧୀଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେବେ ମିଛ […]

pml-1

pml-1

Tapas Behera
  • Published: Thursday, 15 August 2019
  • Updated: 15 August 2019, 06:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଡିଜି ପରିବର୍ତ୍ତନ ହେବା, ମୁଖ୍ୟ ଶାସନ ସଚିବ ଭିଆର୍‌ଏସ ନେବା ଏବଂ ମୁଖ୍ୟମନ୍ତ୍ରୀ ନିଜେ ଫୋନ୍ ଜରିଆରେ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବେ ବୋଲି ପ୍ରତିଶ୍ରୁତି ଦେବେ ବୋଲି ଯାହା କହିଛନ୍ତି, ତା'କୁ ନେଇ ବିରୋଧୀ ନାନା ପ୍ରଶ୍ନ ଉଠାଇଛନ୍ତି। ସରକାର କେବେ କାହାରି ଆପତ୍ତି ବା ଅଭିଯୋଗ ଶୁଣନ୍ତି ନାହିଁ ବୋଲି ବିରୋଧୀଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେବେ ମିଛ କୁହନ୍ତି ନାହିଁ। କେବେ କୌଣସି ଯୋଜନା ବାବଦରେ ମୁଖ୍ୟମନ୍ତ୍ରୀ ମିଛ କହିନାହାନ୍ତି।

ଥାନାରେ ହେଉ, ତହସିଲରେ ହେଉ ଅବା ବ୍ଲକରେ, ଯିଏ ଯେତେବେଳେ ଚାହିଁବେ, ସରକାରଙ୍କ ସାହାଯ୍ୟ ସହଯୋଗ ପହଞ୍ଚାଇ ଦିଆଯିବ। ବିରୋଧୀ ଆଣୁଥିବା ଅଭିଯୋଗ ମିଛ। ସେହିପରି ପୁଲିସ ଡିଜି ଓ ମୁଖ୍ୟ ଶାସନ ସଚିବ କାର୍ଯ୍ୟକାଳ ସରିବା ପୂର୍ବରୁ ଅବସର ନେବା ତଥା ପ୍ରଶାସନିକ ସଂସ୍କାରକୁ ନେଇ ବିରୋଧୀ ଦଳ ଉଠାଇଥିବା ଅଭିଯୋଗ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା।

"ଆଗେ ତୃତୀୟ ମହଲାର ସଂସ୍କାର ହେଉ ବୋଲି ବିରୋଧୀଙ୍କ ମନ୍ତବ୍ୟର ଜବାବ ଦେଇ ପ୍ରମିଳା କହିଛନ୍ତି, ପ୍ରଶାସନିକ କ୍ଷେତ୍ରରେ ଯାହାର ଯେଉଁଠି ଆବଶ୍ୟକତା ରହିଛି, ସେହି ଜାଗାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର କଥା। ଏ ବିଷୟରେ ଆମେ କିଛି କହିବା ଠିକ୍‌ ହେବନି। ତେବେ ପ୍ରଶାସକମାନେ 'ଅନ୍‌କମ୍ଫର୍ଟେବଲ ଫିଲ୍' କରୁଥିବା ଯାହା କୁହାଯାଉଛି, ତା'ର ଜବାବ ଦେଇ ପ୍ରମିଳା ଓଲଟା ପ୍ରଶ୍ନ କରି କହିଛନ୍ତି, "ସେମାନେ କାହିଁକି ଏଭଳି ଅନୁଭବ କରୁଛନ୍ତି? ସେମିତି କୌଣସି ନିର୍ଦ୍ଦେଶ ଯାଉନି। ମୁଖ୍ୟମନ୍ତ୍ରୀଙ୍କ ବିନା ଜ୍ଞାତସାରରେ କିମ୍ବା ଅନୁମୋଦନରେ କୌଣସି ନିର୍ଦ୍ଦେଶ କାହା ପାଖକୁ ଯାଉ ନାହିଁ। ସବୁ କଥା ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ନେଇ 'ଅନ୍‌କମ୍ଫର୍ଟେବଲ' ଲାଗିବାର କାରଣ କ’ଣ ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos