ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର:  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଆଜି ରାଜଭବନ ଆଗରେ ବିଜେଡି ବିକ୍ଷୋଭ କରିଛି। ଏହାସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି ଦଳ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏହି ସ୍ମାରକପତ୍ର ଦିଆଯାଇଛି। ଆଗରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ  ୨୯୩୦ ଟଙ୍କା କରିବା ଦାବିରେ ବିଜେଡିର କୃଷକ ସାମୁଖ୍ୟ ସ୍ମାରକପତ୍ର ଦେଇଥିଲା। କିନ୍ତୁ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ଯଥାର୍ଥ ବୋଲି କହିବା ପରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ଏହା […]

mm

Rakesh Mallick
  • Published: Monday, 27 November 2017
  • , Updated: 27 November 2017, 03:21 PM IST

ଭୁବନେଶ୍ୱର:  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଆଜି ରାଜଭବନ ଆଗରେ ବିଜେଡି ବିକ୍ଷୋଭ କରିଛି। ଏହାସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି ଦଳ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏହି ସ୍ମାରକପତ୍ର ଦିଆଯାଇଛି।

ଆଗରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ  ୨୯୩୦ ଟଙ୍କା କରିବା ଦାବିରେ ବିଜେଡିର କୃଷକ ସାମୁଖ୍ୟ ସ୍ମାରକପତ୍ର ଦେଇଥିଲା। କିନ୍ତୁ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ଯଥାର୍ଥ ବୋଲି କହିବା ପରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ଏହା ଚାଷୀଙ୍କୁ ଉପହାସ ବୋଲି ବିଜେଡି କହିବା ସହ କେନ୍ଦ୍ରର ଚାଷୀ ମାରଣ ନୀତି ପ୍ରତିବାଦରେ ରାଜଭବନ ଆଗରେ ବିକ୍ଷୋଭ କରୁଛି।

Related story