ଚାଲିଗଲେ ବିଜେଡିର ବରିଷ୍ଠ ନେତା ବିଧାୟକ ବିଷ୍ଣୁ ଦାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚାଲିଗଲେ ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ। ରାଜଧାନୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। କିଛିଦିନ ତଳେ ଗୁରୁତତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ ସେ । ଆଜି ତାଙ୍କର ୬୬ ବୟସରେ ପରଲୋକ ଘଟିଛି। ୬ ଥର ବିଧାୟକ, ଥରେ ମନ୍ତ୍ରୀ, ଥରେ ସାଂସଦ ହୋଇଥିଲେ ବିଷ୍ଣୁ। ଜଗତସିଂହପୁରରୁ ୫ ଥର, ତିର୍ତ୍ତୋଲରୁ ଥରେ ବିଧାୟକ ହୋଇଥିଲେ ବିଷ୍ଣୁ ଦାସ। ସେ ସ୍ୱଳ୍ପକାଳ ପାଇଁ […]

Bishnu-Das-1

Bishnu-Das-1

Tapas Behera
  • Published: Monday, 06 July 2020
  • Updated: 06 July 2020, 08:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚାଲିଗଲେ ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ। ରାଜଧାନୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। କିଛିଦିନ ତଳେ ଗୁରୁତତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ ସେ । ଆଜି ତାଙ୍କର ୬୬ ବୟସରେ ପରଲୋକ ଘଟିଛି। ୬ ଥର ବିଧାୟକ, ଥରେ ମନ୍ତ୍ରୀ, ଥରେ ସାଂସଦ ହୋଇଥିଲେ ବିଷ୍ଣୁ। ଜଗତସିଂହପୁରରୁ ୫ ଥର, ତିର୍ତ୍ତୋଲରୁ ଥରେ ବିଧାୟକ ହୋଇଥିଲେ ବିଷ୍ଣୁ ଦାସ। ସେ ସ୍ୱଳ୍ପକାଳ ପାଇଁ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ। ସେହିପରି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ବିଷ୍ଣୁ।

ଜୁନ୍ ୨୨ତାରିଖରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବାପରେ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଦାସଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବାପରେ ମୁଣ୍ଡରେ ରକ୍ତଜମାଟ ବାନ୍ଧି ଯାଇଥିଲା। ଜୁନ୍ ୨୩ତାରିଖ ସକାଳେ ଏକ ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ଶ୍ରୀ ଦାସଙ୍କର ଡାଇବେଟିସ୍‌, ବ୍ଲଡପ୍ରେସର ଓ ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ରୋଗ ଥିବାରୁ ସେବେଠୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲା ଓ ଗତକାଲି ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଅବନତି ଦେଖାଦେଇଥିଲା। ତେବେ ଡାକ୍ତରୀ ଟିମର ସବୁ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବପର ହୋଇନଥିଲା।

ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଶ୍ରୀ ଦାସ ୧୯୫୪ ମସିହା ଅକ୍ଟୋବର ୯ତାରିଖରେ ଜଗତସିଂହପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଏସଭିଏମ୍ କଲେଜ ଛାତ୍ର ସଂସଦର ସଭାପତି ଭାବେ ୩ଥର ନିର୍ବାଚିତ ହୋଇଥିଲେ। ୧୯୮୦ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେବା ଓ ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ କରି ଏନଏଏସଓରେ ଜେଲ୍ ଯାଇଥିଲେ। ପରେ ବିଜୁ ପଟ୍ଟନାୟକଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରି ଜନତା ଦଳରେ ସାମିଲ ହୋଇ ରାଜ୍ୟ ଜନତା ଦଳର ସାଧାରଣ ସମ୍ପାଦକ ହୋଇଥିଲେ। ତେବେ ପ୍ରଥମଥର ୧୯୮୫ ମସିହାରେ ନିର୍ବାଚନ ହାରିବା ପରେ ୧୯୯୦ ମସିହାରୁ ନିୟମିତ ଭାବେ ଜଗତସିଂହପୁର ବିଧାନସଭା ଆସନରୁ ବିଜୟୀ ହୋଇ ଆସିଥିଲେ। ତେବେ ୨୦୧୪ ସାଧାରଣ ନିର୍ବାଚନରେ ସେ ପରାଜିତ ହେବାପରେ ତାଙ୍କୁ ବିଜେଡି ପକ୍ଷରୁ ରାଜ୍ୟସଭାକୁ ପଠାଯାଇଥିଲା । ପରେ ସେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ। ୨୦୧୯ ମସିହାରେ ବିଜେଡି ତାଙ୍କୁ ତିର୍ତ୍ତୋଲ ବିଧାନସଭାରୁ ପ୍ରାର୍ଥୀ କରିଥିଲା ଓ ସେ ବହୁ ଭୋଟରେ ବିଜୟୀ ହୋଇଥିଲେ । ଦୀର୍ଘବର୍ଷ ଧରି ସେ ଜିଲ୍ଲା ବିଜେଡି ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ଶ୍ରୀ ଦାସ ଜଣେ ଦୃଢ଼ ସଂଗଠକ ଭାବେ ଜଣାଶୁଣା ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ଜଗତସିଂହପୁର ଅଂଚଳର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଦଳିତ ଓ ସମାଜର ଅବହେଳିତ ବର୍ଗର ଲୋକମାନଙ୍କ କଲ୍ୟାଣ ପାଇଁ ସେ ସାରା ଜୀବନ ଉତ୍ସର୍ଗୀକୃତ ଥିଲେ। ବିଜେଡି ସାଂଗଠନିକ ଶକ୍ତିକୁ ମଜଭୁତ କରିବା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଓ ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ଜଗତସିଂହପୁରକୁ ନୂଆ ପରିଚୟ ଦେବାରେ ବିଷ୍ଣୁ ଦାସଙ୍କ ଭୂମିକା ଗୁରୁ‌ତ୍ୱପୂର୍ଣ୍ଣ ଥିଲା। ଜିଲ୍ଲା ବିକାଶ ଦିଗରେ ସେ ବିନ୍ଧାଣୀ ଭାବେ କାର୍ଯ୍ୟ କରୁଥିଲେ। ସାଂଗଠନିକ କାର୍ଯ୍ୟ ସହ ଜିଲ୍ଲାର ବିକାଶରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ସବୁ ବର୍ଗର ଲୋକଙ୍କ ମୃତ୍ୟୁରେ ତାଙ୍କ ମୃତ୍ୟୁରେ ଜଗତସିଂହପୁର ଜିଲ୍ଲାରେ ଏକ ଯୁଗର ଅନ୍ତ ଘଟିଲା ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story