ବାହୁବଳୀ ବିଧାୟକଙ୍କୁ ଜବରଦସ୍ତ ଝଟ୍‌କା ଦେଲେ ନବୀନ, ପ୍ରଶାନ୍ତ ଜଗଦ୍ଦେବ ଦଳରୁ ସସ୍‌ପେଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହଙ୍ଗା ପଡ଼ିଲା ବିଜେପି ନେତାଙ୍କୁ ମାଡ଼। ବିଜେଡିର ବାହୁବଳୀ ବିଧାୟକଙ୍କୁ ଜବରଦସ୍ତ ଝଟ୍‌କା। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡ଼ରୁ ନିଲମ୍ବିତ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ତାଙ୍କୁ ନିଲମ୍ବନ କରିଛନ୍ତି।  ବିଜେପି ମଣ୍ଡଳ ସଭାପତିଙ୍କୁ ପିଟିବା ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ହଙ୍ଗମା ହୋଇଥିଲା। ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଚିଲିକା  ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଜି ଦବଙ୍ଗଗିରି ଦେଖିବାକୁ ମିଳିଥିଲା […]

790

790

Tapas Behera
  • Published: Wednesday, 08 September 2021
  • Updated: 08 September 2021, 09:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହଙ୍ଗା ପଡ଼ିଲା ବିଜେପି ନେତାଙ୍କୁ ମାଡ଼। ବିଜେଡିର ବାହୁବଳୀ ବିଧାୟକଙ୍କୁ ଜବରଦସ୍ତ ଝଟ୍‌କା। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡ଼ରୁ ନିଲମ୍ବିତ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ତାଙ୍କୁ ନିଲମ୍ବନ କରିଛନ୍ତି।  ବିଜେପି ମଣ୍ଡଳ ସଭାପତିଙ୍କୁ ପିଟିବା ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ହଙ୍ଗମା ହୋଇଥିଲା। ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଚିଲିକା  ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଜି ଦବଙ୍ଗଗିରି ଦେଖିବାକୁ ମିଳିଥିଲା ।

ବାଲୁଗାଁ ନଗର ବିଜେପି ସଭାପତିଙ୍କୁ ପିଟିଥିଲେ ବିଧାୟକ। ବିଚ୍ ରାସ୍ତାରେ ନଗର ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଥିଲେ ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ନିରଞ୍ଜନଙ୍କ ଆଡକୁ ଚିହିଁକି ଯାଇ ଧକ୍କା ମାରିଥିଲେ ବିଧାୟକ। ନଗର ସଭାପତିଙ୍କୁ ବିଧାୟକଙ୍କ ମାଡ଼ ନେଇ ତାତିଛି ବିଜେପି। ଏନେଇ ବାଲୁଗାଁ ଥାନା ସାମ୍ନାରେ ବିଜେପି କର୍ମୀମାନେ  ଧାରଣା ଦେଇଛନ୍ତି। ନିରଞ୍ଜନ ପଚାରି ଫେରୁଥିବା ବେଳେ ସେଠି ପହଞ୍ଚି ଯାଇଥିଲେ ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ବିଧାୟକ ତାଙ୍କୁ ପିଟିଥିବା ଅଭିଯୋଗ କରିଛନ୍ତି ନିରଞ୍ଜନ। ବିଧାୟକଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣା ଦେଇଛନ୍ତି ବିଜେପି କର୍ମୀ।

ଘଟଣା ସ୍ଥଳରେ ପହଞ୍ଚିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। ୨୦୧୬ରେ ବେଗୁନିଆ ବିଧାୟକ ଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ଼ ତହସିଲଦାର ନିହାରିକା ନାୟକଙ୍କୁ ମାଡ଼ ମାରି ଚର୍ଚ୍ଚାରେ ଥିଲେ।  ସେ ସମୟରେ ବୋଲଗଡ଼ ତହସିଲର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହ ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ସେହିପରି ବେଗୁନିଆର ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁଙ୍କୁ ସର୍ବ ସାଧାରଣରେ ଧମକାଇବା ଭଳି ତାଙ୍କ ନାମରେ ଅଭିଯୋଗ ଆସିଥିଲା ଏନେଇ ନବକିଶୋର ବେଗୁନିଆ ଥାନାରେ ଏତଲା ଦେଇଥିଲେ। ବିଧାୟକଙ୍କ ବିରୋଧରେ ଏମିତି ଅପରାଧିକ ଅଭିଯୋଗ ନୂଆ ନୁହେଁ। ପୂର୍ବରୁ ଲୋକଙ୍କୁ ମାଡ଼ ମାରିବା, ଧମକଚମକ ଦେବା ଓ ଗାଳିଗୁଲଜ କରିବା ଭଳି ଅଭିଯୋଗ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ରହିଛି। ସେହିପରି ମନମୁଣ୍ଡାରେ ଜଣେ ବିଜେପି କର୍ମୀଙ୍କୁ ମାଡ଼, ଭୁବନେଶ୍ୱରରେ ଉଠା ଦୋକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ଭଳି ଅନେକ ଘଟଣାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ସରକାରୀ ଅଧିକାରୀ ବି ତାଙ୍କ ଦାଦାଗିରିରୁ ବର୍ତ୍ତି ନାହାନ୍ତି। ବୋଲଗଡ଼ ତଦସିଲଦାରଙ୍କୁ ମାଡ଼ ହେଉ କି ପୁରୀ ମନ୍ଦିରରେ ଏସପିଙ୍କୁ ଗାଳି, ସର୍ବସାଧାରଣ ସ୍ଥାନରେ ଅନେକ ବାର ତାଙ୍କ ଔଦ୍ଧତ୍ୟ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story