ଯୁବକଙ୍କ ପ୍ରଶ୍ନ ବାଣରେ ଘାଇଲା ହେବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ପୂର୍ବତନ ବିଧାୟକ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ନିର୍ବାଚନ ପ୍ରଚାର ସମୟରେ ବିଜେଡି ନେତା ପ୍ରଭାତ ବିଶ୍ୱାଳ ହଟହଟା ହୋଇଥିଲେ ।  ନଭେମ୍ବର ୩ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବାଲେଶ୍ୱରର ୯ନମ୍ବର ଓ୍ୱାର୍ଡରେ ପ୍ରଭାତ ବିଶ୍ୱାଳ ସମ୍ବୋଧନ କରୁଥିଲେ। ପ୍ରଭାତ ମହିଳାମାନଙ୍କୁ  ନେଇ ଏକ ସଭା କରୁଥିବା ବେଳେ ଭୋଟର ତାଙ୍କୁ ଜାବବ ମାଗିଛନ୍ତି । ଏନେଇ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି । ଯୁବକ ଜଣକ ତାଙ୍କୁ ବାଲେଶ୍ୱରରେ କଣ ବିକାଶ କରିଛ ବୋଲି ପ୍ରଶ୍ନ […]

8760

Tapas Behera
  • Published: Thursday, 29 October 2020
  • , Updated: 30 October 2020, 10:23 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ନିର୍ବାଚନ ପ୍ରଚାର ସମୟରେ ବିଜେଡି ନେତା ପ୍ରଭାତ ବିଶ୍ୱାଳ ହଟହଟା ହୋଇଥିଲେ ।  ନଭେମ୍ବର ୩ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବାଲେଶ୍ୱରର ୯ନମ୍ବର ଓ୍ୱାର୍ଡରେ ପ୍ରଭାତ ବିଶ୍ୱାଳ ସମ୍ବୋଧନ କରୁଥିଲେ। ପ୍ରଭାତ ମହିଳାମାନଙ୍କୁ  ନେଇ ଏକ ସଭା କରୁଥିବା ବେଳେ ଭୋଟର ତାଙ୍କୁ ଜାବବ ମାଗିଛନ୍ତି । ଏନେଇ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି ।

ଯୁବକ ଜଣକ ତାଙ୍କୁ ବାଲେଶ୍ୱରରେ କଣ ବିକାଶ କରିଛ ବୋଲି ପ୍ରଶ୍ନ ପଚାରି ଘାଇଲା କରିଥିଲେ । ବାଲେଶ୍ୱରରେ ଛୁଞ୍ଚି କାରଖାନା ଟି କରିନ ବୋଲି କହିଥିଲେ । କ’ଣ ପାଇଁ ଭୋଟ ମାଗୁଛ ବୋଲି ପ୍ରଶ୍ନ କରିଥିଲେ । ସେପଟେ ପ୍ରଭାତ କହିଛନ୍ତି ତାଙ୍କୁ ଯିଏ ପ୍ରଶ୍ନ ପଚାରିଥିଲେ ସେ ହେଉଛନ୍ତି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର।

୨୦ ବର୍ଷ ଭିତରେ ରାଜ୍ୟ ସରକାର ବାଲେଶ୍ୱରରେ ଅନେକ ବିକାଶ କରିଛନ୍ତି।  ସେ କହିଛନ୍ତି ଯେ, ୨୦୦୯ରେ ୫୦୦୦ କୋଟି ଟଙ୍କାର ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ବାଲେଶ୍ୱରରେ ୫ ଟି ଫ୍ଲାଏ ଓଭର କରାଯାଉଛି। ଏମିତି ଏଠି ଅନେକ ବିକାଶ କରାଯାଉଛି ବୋଲି ସେ କହିଛନ୍ତି।

Related story