କରୋନା ମୁକାବିଲାରେ ଅଣଦେଖା: ମୁଖ୍ୟମନ୍ତ୍ରୀଙ୍କୁ ୨ଦିନରେ ୨ ଚିଠି ଲେଖିଲେ ବିଜେଡି ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ମୁକାବିଲାରେ ଲୋକ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଛିି ବୋଲି ସଙ୍ଗୀନ ଅଭିଯୋଗ ଆଣି ବିଜେଡିର ବରିଷ୍ଠ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗତ ୨ଦିନ ମଧ୍ୟରେ ୨ଟି ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । କରୋନା ମୁକାବିଲାରେ ସ୍ଥାନୀୟ ବିଧାୟକମାନଙ୍କୁ ବିଶ୍ୱାସକୁ ନେଇ କାର୍ଯ୍ୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ […]

nfa

nfa

Hemant Lenka
  • Published: Wednesday, 13 May 2020
  • Updated: 13 May 2020, 10:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ମୁକାବିଲାରେ ଲୋକ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଛିି ବୋଲି ସଙ୍ଗୀନ ଅଭିଯୋଗ ଆଣି ବିଜେଡିର ବରିଷ୍ଠ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗତ ୨ଦିନ ମଧ୍ୟରେ ୨ଟି ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । କରୋନା ମୁକାବିଲାରେ ସ୍ଥାନୀୟ ବିଧାୟକମାନଙ୍କୁ ବିଶ୍ୱାସକୁ ନେଇ କାର୍ଯ୍ୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ୫ ପୃଷ୍ଠାର ଚିଠି ଲେଖି ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମିତ ରୋଗୀଙ୍କୁ ନେଇ ଉଦବେଗ ବ୍ୟକ୍ତ କରିବା ସହ ପରିସ୍ଥିତିର ମୁକାବିଲା ପାଇଁ କେତେକ ଗଠନମୂଳକ ପରାମର୍ଶ ଦେଇଛନ୍ତି। କରୋନା ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଆଗୁଆ ପଦକ୍ଷେପକୁ ପ୍ରଶଂସା କରିଥିବା ଶ୍ରୀ ପାଣିଗ୍ରାହୀ ନିର୍ବାଚିତ ଲୋକ ପ୍ରତିନିଧି(ବିଧାୟକ ଓ ସାଂସଦ)ମାନଙ୍କୁ ଅଣଦେଖା କରାଯାଉଥିବାକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଯେ, ଲୋକମାନଙ୍କ ପରାମର୍ଶ ଓ ଅଭିଯୋଗ ଆଧାରରେ ସେ ଏସବୁ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବା ନିମନ୍ତେ ଚିଠି ଲେଖିଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୪୦ଲକ୍ଷ ଲୋକ ଥିବାବେଳେ ବାହାରେ ରହୁଥିବା ଲୋକମାନଙ୍କର ଏବେ ଘରବାହୁଡ଼ା ହେଉଛି।

ଏଥିଯୋଗୁ ଗଞ୍ଜାମରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି। ତେବେ ସ୍ଥିତିର ମୁକାବିଲା ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି। ଅଫିସରମାନେ ଭଲ କାର୍ଯ୍ୟ କରୁଛନ୍ତି। ଅଫିସରମାନେ ହେଉଛନ୍ତି ପ୍ରଶିକ୍ଷିତ ବ୍ୟକ୍ତି। କିନ୍ତୁ ବର୍ତ୍ତମାନ ସମୟରେ ସାଧାରଣ ଲୋକମାନେ ସେମାନଙ୍କର ଅଞ୍ଚଳର ଲୋକପ୍ରତିନିଧିମାନଙ୍କ କଥା ଶୁଣିବେ। ସାଧାରଣ ଲୋକଙ୍କୁ କିଭଳି ବୁଝାଇ ହେବ ତାହା ସେହି ଅଞ୍ଚଳରେ ବିଧାୟକ ବା ସାଂସଦମାନେ ଭଲଭାବେ ଜାଣନ୍ତି । ତେଣୁ ଏହି କାର୍ଯ୍ୟରେ ସମସ୍ତେ ମିଳିମିଶି କାମ କଲେ କରୋନା ସ୍ଥିତିର ସଫଳ ମୁକାବିଲା କରାଯାଇପାରିବ।

ଶ୍ରୀ ପାଣିଗ୍ରାହୀ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ୍‌-୧୯ ପରିଚାଳନା ନିମନ୍ତେ ଲୋକସଭା ନିର୍ବାଚନମଣ୍ଡଳୀୱାରି କିମ୍ବା ବିଧାନସଭାମଣ୍ଡଳୀ ୱାରି କମିଟି ଗଠନ କରାଯାଉ। ବ୍ରହ୍ମପୁର ଲୋକସଭା ମଣ୍ଡଳୀ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ଓ ଆସିକା ଲୋକସଭା ମଣ୍ଡଳୀ ପାଇଁ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ କମିଟି ଗଠନ କରାଯାଉ। ନଚେତ୍ ସ୍ଥାନୀୟ ବିଧାୟକମାନଙ୍କ ନେତୃ୍‌ତ୍ୱରେ ବିଧାନସଭାମଣ୍ଡଳୀ ୱାରି କମିଟି ଠନ କରାଯାଇ ସେହି ଅଞ୍ଚଳର ସାଂସଦ, ଏନଜିଓ, ସାମାଜିକ କର୍ମୀ, ଗାଁ କମିଟି, ଯୁବ ଓ ଛାତ୍ର ସଂଗଠନଗୁଡ଼ିକୁ ସାମିଲ କରାଯାଉ। କରୋନା ମୁକାବିଲା କ୍ଷେତ୍ରରେ ଏହି କମିଟି ସରକାରୀ ନୀତିନିୟମ ମଧ୍ୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବ ।

ଗତ ୧୦ତାରିଖରେ ଗଞ୍ଜାମ ଜିଲ୍ଲାର ଲୋକ ପ୍ରତିନିଧି ଓ ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ହୋଇଥିବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯେଉଁ ଗଠନମୂଳକ ନିଷ୍କର୍ସ ବାହାରିଥିଲା ସେ ସମ୍ପର୍କରେ ଶ୍ରୀ ପାଣିଗ୍ରାହୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେହିଦିନ ଅବଗତ କରାଇଥିଲେ। ୧୨ତାରିଖରେ ଆଉ ଏକ ଚିଠି ଲେଖି ବିଧାୟକମାନଙ୍କୁ ବିଶ୍ୱାସକୁ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ଓ ଲୋକପ୍ରତିନିଧିଙ୍କ ନେତୃତ୍ୱରେ ବିଧାନସଭା କିମ୍ବା ଲୋକସଭାୱାରି କମିଟି ଗଠନ ନିମନ୍ତେ ପରାମର୍ଶ ଦେଇଛନ୍ତି।

କରୋନା ମୁକାବିଲା ଏବେ ସମ୍ପୂର୍ଣ୍ଣ ଭାବେ ପ୍ରଶାସନିକ କଳ ନିୟନ୍ତ୍ରଣରେ ଥିବାବେଳେ ରାଜନୀତିକ ବ୍ୟକ୍ତିମାନଙ୍କୁ ଦୂରେଇ ରଖାଯାଇଛି। ବିଜେଡିର ପ୍ରଥମ ନେତା ଭାବେ ଶ୍ରୀ ପାଣିଗ୍ରାହୀ ଗତ ଦୁଇଦିନ ମଧ୍ୟରେ ୨ଥର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଧାୟକ ଓ ସାଂସଦମାନେ କିଭଳି ଅଣଦେଖା ହେଉଛନ୍ତି ତାହା ପରୋକ୍ଷରେ ଅବଗତ କରାଇଛନ୍ତି। ଅବଶ୍ୟ କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟର ଅଧିକାଂଶ ବିଧାୟକ ଓ ସାଂସଦ ନିଜକୁ ଅଣଦେଖା ଅନୁଭବ କରୁଛନ୍ତି। କିନ୍ତୁ ତୃତୀୟ ମହଲାର ଭୟରେ ମୁହଁ ଖୋଲିବାକୁ ସାହାସ କରିପାରୁନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story