ପ୍ରଥମେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାରୁ ରାଗିଗଲେ ବିଜେଡି ସାଂସଦ; ସାମ୍ବାଦିକଙ୍କୁ କ’ଣ କହିଲେ ପଢ଼ନ୍ତୁ

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳଙ୍କ ପରେ ସାଂସଦଙ୍କ ପ୍ରତିକ୍ରିୟା ନେବାରୁ ସାମ୍ବାଦିକଙ୍କ ଉପରେ ରାଗିଗଲେ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ।  ବ୍ୟୁରୋକ୍ରାଟ ନା ରାଜନେତା, କି ଆଗେ ବୋଲି ପ୍ରଶ୍ନ ଉଠାଇଛନ୍ତି ସାଂସଦ।  ଆଗ କାହା ପ୍ରତିକ୍ରିୟା ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଟେଲିଭିଜନ ପ୍ରତିନିଧି କ’ଣ ଏନେଇ ନିଷ୍ପତି ନେବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ସେହିପରି ବ୍ୟୁରୋକ୍ରାଟଙ୍କୁ କେନ୍ଦ୍ର କରି ପ୍ରଶ୍ନ ପରେ ପ୍ରଶ୍ନ କରିଛନ୍ତି ନଗେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ଆଗ ନା ମୁଖ୍ୟସଚିବ କିମ୍ବା ପ୍ରଧାନମନ୍ତ୍ରୀ ଆଗ ନା ମୁଖ୍ୟସଚିବ। ବ୍ୟୁରୋକ୍ରାଟ ନିୟମ ତିଆରି କରନ୍ତି ନାହିଁ, ଆମେ ନିୟମ ତିଆରି କରୁ ।  ଆମେ ତିଆରି କରୁଥିବା ନିୟମକୁ ସେମାନେ ପାଳନ କରନ୍ତି ବୋଲି ସାଂସଦ କହିଛନ୍ତି। ଏହାସହ ରାଗୁଥିବା ବେଳର ଦୃଶ୍ୟକୁ  କ୍ୟାମେରାରେ କଏଦ୍ କରିବାକୁ ମଧ୍ୟ ସାଂସଦ କହିଥିଲେ। ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ଅବସରରେ ପ୍ରତିକ୍ରିୟା ନେବାବେଳେ ଏଭଳି କହିଥିଲେ ସାଂସଦ।