ବୈଜୟନ୍ତ ବିରୋଧୀ ନାଟକର ମଞ୍ଚ କେଉଁଠି ? ଲେଖକ କିଏ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ପାଣ୍ଡିଆନଙ୍କୁ ଟାର୍ଗେଟ ପରେ ବିବାଦ ଘେରରେ ବିଜେଡି ରାଜନୀତି ।  ସାଂସଦ ବୈଜୟନ୍ତଙ୍କୁ ନେଇ ତାଙ୍କ  ସଂସଦୀୟ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଗୋଷ୍ଠୀ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଫେରଦା ହେଉଛନ୍ତି।  ସବୁଠି ଆଶ୍ଚର୍ଯ୍ୟର କଥା ହେଉଛି ସବୁ ଗୋଷ୍ଠୀର ଅଭିଯୋଗ ପ୍ରାୟତଃ ସମାନ। ତେବେ ଚର୍ଚ୍ଚା ହେଉଛି ଏଭଳି ଅଭିଯୋଗ ପାଇଁ  ପ୍ଲଟ ନିର୍ଦ୍ଦିଷ୍ଟ ଗୋଟିଏ ଜାଗାରେ ତିଆରି  ହେଉ ନାହିଁ ତ ?   ସେପଟେ କର୍ମୀଙ୍କ ଫେରାଦ ନେଇ କଟକ ଓ କେନ୍ଦ୍ରପଡା ପର୍ଯ୍ୟବେକ୍ଷକଙ୍କୁ  ସୁପ୍ରିମୋ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ତଦନ୍ତ କିଭଳି ନିରପେକ୍ଷ ହେବ, ତାକୁ ନେଇ ଉଠିଛି ପ୍ରଶ୍ନ ?

ନିଶ୍ଚିନ୍ତକୋଇଲି, ମହାକାଳପଡ଼ା ଓ ସାଲେପୁର  ସାଂସଦ ବୈଜୟ ପଣ୍ଡାଙ୍କ ବିରୋଧରେ ନବୀନଙ୍କ ନିକଟରେ ଫେରଦା ହୋଇଛନ୍ତି।  ଏସବୁ ଅଞ୍ଚଳର ଭିନ୍ନ ଭିନ୍ନ ଗୋଷ୍ଠୀ। ତେବେ ରୋଚକ ହେଉଛି, ସବୁ ଗୋଷ୍ଠୀ ମୁହଁରେ ପ୍ରାୟତଃ ସମାନ ଅଭିଯୋଗ।    ଅଭିଯୋଗ ଶୁଣି ସୁପ୍ରିମୋ ନବୀନ ମଧ୍ୟ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀ ଓ କେନ୍ଦ୍ରପଡା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ  ନିର୍ଦ୍ଦେଶ ଦେଇଛନ୍ତି।    ତେବେ ତଦନ୍ତ କିଭଳି ନିରପେକ୍ଷ ହେବ , ତଦନ୍ତର ଆଧାର କଣ ହେବ, ତଦନ୍ତବେଳେ  ପର୍ଯ୍ୟବେକ୍ଷକମାନେ ଉଭୟ ଗୋଷ୍ଠୀର ପକ୍ଷକୁ ଅନୁଧ୍ୟାନ କରିବେ ତ ?  ଏହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ପର୍ଯ୍ୟବେକ୍ଷକ କହିଛିନ୍ତି ଜିଲ୍ଲାକୁ ଯାଇ ଅନୁଧ୍ୟାନ କରି ଦଳର ସୁପ୍ରିମୋଙ୍କୁ ରିପୋର୍ଟ ପ୍ରଦାନ କରାଯିବ।

ଗତ ବର୍ଷ ମେ ମାସରେ ମାହାଙ୍ଗାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡା, ଢେଲା ପଥର ମାଡ଼ହୋଇଥିଲା ।   ଏହି ଘଟଣାକୁ ନେଇ ଉଷା ଦେବୀ ତଦନ୍ତ କରି ନବୀନଙ୍କୁ ରିପୋର୍ଟ ବି ଦେଇଛନ୍ତି।   ହେଲେ ଦଳୀୟ କାର୍ଯ୍ୟାନୁଷ୍ଠାନ ଶୂନ ।   ତେଣୁ ଏଥର ବି ତଦନ୍ତ ଏକ ଆଇଓ୍ୱାସ୍ ପାଇଁ ନୁହେଁ ତ ? ସେପଟେ ସାଂସଦଙ୍କ ବିରୋଧରେ ନବୀନ ନିବାସରେ ବିଭିନ୍ନ ଗୋଷ୍ଠୀର ଫେରାଦକୁ ନେଇ ବି ସନ୍ଦେହ ଉପୁଜିଛି।   ପ୍ରଶ୍ନ ଉଠିଛି ନିର୍ଦ୍ଦିଷ୍ଟ ଜାଗାରୁ ପ୍ଲଟ ତିଆରି ହୋଇ ସୁପ୍ରିମୋଙ୍କ ପାଖକୁ ପଠାଯାଉନି ତ?  ଏ ନେଇ ନବୀନ ଅବଗତ ଅଛନ୍ତି କି ? ସେପଟେ ସାଂସଦଙ୍କ ରାଜନୈତିକ ସଚିବ ସମସ୍ତ ଅଭିଯୋଗ ପଛରେ ରାଜନୈତିକ ଷଡ଼ଯନ୍ତ୍ର କଥା ଉଠାଇ କିଛି ମୁଷ୍ଠିମେୟ ଲୋକଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି । ସାଂସଦ ବୈଜୟନ୍ତ ପଣ୍ଡା ଦଳରେ ଅରାଜକ ତତ୍ତ୍ୱ ଓ ଦୁର୍ନୀତିଗ୍ରସ୍ତ ବାବୁଙ୍କ କଥା ଉଠାଇବା ପରେ ବିଜେଡି ଅଡୁଆ ବଢ଼ିଛିଅ।  ତେବେ ନଜର ଏ ଛକାପଞ୍ଝାର ପରବର୍ତ୍ତୀ ଦିଗ କ’ଣ ହେଉଛି।

Ordigital Desk
• Published: Wednesday, 17 January 2018
• Updated: 17 January 2018, 08:05 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos