ପୁଣି ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି ଉଠାଇଲା ବିଜେଡି

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ପୁନର୍ଗଠନ ପ୍ରସଙ୍ଗରେ ଆଜି ଅପରାହ୍ନରେ ରାଜ୍ୟସଭାରେ ସଂକ୍ଷିପ୍ତ ଆଲୋଚନା ବେଳେ ବିଜେଡି ପକ୍ଷରୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପ୍ରସଙ୍ଗ ଉତ୍ଥାପନ କରାଯାଇଛି। ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ଆଲୋଚନା ବେଳେ ଭାଗ ନେଇ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ପଡ଼ୋଶୀରାଜ୍ୟ। ଆନ୍ଧ୍ରର ସମସ୍ୟାକୁ ଓଡ଼ିଶା ଅନୁଭବ କରୁଛି। ଭାରତୀୟ ଗଣତନ୍ତ୍ରର ଏହି ମନ୍ଦିରରେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦୁଇ ଦୁଇଜଣ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି […]

maxresdefault

Rakesh Mallick
  • Published: Tuesday, 24 July 2018
  • , Updated: 24 July 2018, 05:44 PM IST

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ପୁନର୍ଗଠନ ପ୍ରସଙ୍ଗରେ ଆଜି ଅପରାହ୍ନରେ ରାଜ୍ୟସଭାରେ ସଂକ୍ଷିପ୍ତ ଆଲୋଚନା ବେଳେ ବିଜେଡି ପକ୍ଷରୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପ୍ରସଙ୍ଗ ଉତ୍ଥାପନ କରାଯାଇଛି। ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ଆଲୋଚନା ବେଳେ ଭାଗ ନେଇ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ପଡ଼ୋଶୀରାଜ୍ୟ। ଆନ୍ଧ୍ରର ସମସ୍ୟାକୁ ଓଡ଼ିଶା ଅନୁଭବ କରୁଛି। ଭାରତୀୟ ଗଣତନ୍ତ୍ରର ଏହି ମନ୍ଦିରରେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦୁଇ ଦୁଇଜଣ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ସେମାନେ ପୂରଣ କରିନାହାନ୍ତି। ଓଡ଼ିଶା ମଧ୍ୟ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇଛି। ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗରେ ଓଡ଼ିଶା ଦୀର୍ଘଦିନ ଧରି ଲଢ଼େଇ କରୁଛି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଓଡ଼ିଶା ବିଭିନ୍ନ ସ୍ତରରେ ଦାବି ଉପସ୍ଥାପନ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି  ଦେଉନାହାନ୍ତି। ଏପରିକି କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥା ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

Related story