‘ପରାଜୟ ଭୟରେ ରକ୍ତମୁଖା ହୋଇଛି ବିଜେଡି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରାଜୟ ଭୟରେ ବିଜେଡି ରକ୍ତମୁଖା ହୋଇଛି। ବୁଥ୍‌ ରିଗିଂ କରିବା ସହିତ ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନ ସାମନ୍ତରାୟଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି। ଆଜି ଏପରି ଅଭିଯୋଗ ଆଣିଛି ବିଜେପି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି-“ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର ଚିକିଟିରେ ୪୭ ଟି ବୁଥ୍‌ ସମ୍ବେଦନଶୀଳ ରହିଛି। ଏହି ବୁଥ୍ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଥିଲୁ। […]

BJD-RESORTING-TO-VIOLENCE-OUT-OF-FEAR-OF-LOSING-SAYS-BJP

Manoranjan Sial
  • Published: Thursday, 11 April 2019
  • , Updated: 11 April 2019, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରାଜୟ ଭୟରେ ବିଜେଡି ରକ୍ତମୁଖା ହୋଇଛି। ବୁଥ୍‌ ରିଗିଂ କରିବା ସହିତ ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନ ସାମନ୍ତରାୟଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି। ଆଜି ଏପରି ଅଭିଯୋଗ ଆଣିଛି ବିଜେପି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି-“ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର ଚିକିଟିରେ ୪୭ ଟି ବୁଥ୍‌ ସମ୍ବେଦନଶୀଳ ରହିଛି। ଏହି ବୁଥ୍ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଥିଲୁ। ହେଲେ ଚିକିଟି ନିର୍ବାଚନମଣ୍ଡଳୀରେ ଥିବା ସମ୍ବେଦଶୀଳ ବୁଥ୍‌ ଗୁଡିକରେ ମୁଖ୍ୟ ନିର୍ବାଚନ ଅଧିକାରୀ ସିସିଟିଭି ବ୍ୟବସ୍ଥା କଲେନାହିଁ। ଏପରିକି ବୁଥ୍‌ରେ କେନ୍ଦ୍ରୀୟ ପାରା ମିଲଟାରି ଫୋର୍ସ ମୁତୟନ ମଧ୍ୟ କଲେନାହିଁ। ଯାହାଫଳରେ ୧୮ ଟି ବୁଥ୍‌ରେ ବିଜେପିର ଏଜେଣ୍ଟଙ୍କୁ ଭିତରକୁ ଛଡ଼ାଗଲା ନାହିଁ କି ବସିବାକୁ ସୁଯୋଗ ଦିଆଗଲା ନାହିଁ। ବିଜେପିର ପ୍ରାର୍ଥୀ ମନୋରଂଜନ ଦ୍ୟାନ ସାମନ୍ତରାୟଙ୍କୁ ଝାଟିଆ ପଦ୍ଦର(ବୁଥ୍ ନମ୍ବର-୮୨)ରେ ଯୁବ ବିଜୁ ଜନତା ଦଳର ଉପସଭାପତି ଓ ଚିକିଟି ବ୍ଲକର ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ପଣ୍ଡା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।”

ସେ ଆହୁରି କହିଛନ୍ତି,“ଗୋଟିଏ ବୁଥ୍‌ରେ ୪୦ ଜଣ ଭୋଟରଙ୍କୁ ନେଇ ବିଜେଡି ଜବରଦସ୍ତ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଇଭିଏମ୍‌ ବଟନ୍ ଦବାଇବାକୁ ଉଦ୍ୟମ କରିବାରେ ସଫଳ ହୋଇଛି। ବୁଥ୍‌ ନମ୍ବର ୯୬, ୯୭ରେ ଥିବା ବିଜେପିର ଭୋଟର ଓ ଏଜେଣ୍ଟଙ୍କୁ ଖାଲି କରି ବିଜେଡି ୨ ଘଣ୍ଟା ପାଇଁ ବୁଥ୍ ଜବରଦଖଲ କରିଥିଲେ। ସେହିପରି କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର ୧୫୯ ନଂ ବୁଥ୍‌ରେ ବିଜେପିର ଏଜେଣ୍ଟଙ୍କୁ ଶାସକ ଦଳର ଗୁଣ୍ଡାମାନେ ସ୍କୁଲ୍ ଘରେ ତାଲା ପକାଇ ଦେଇଥିଲେ। ଏହି ସମସ୍ତ ଘଟଣା ଉପରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନଙ୍କ ପାଖରେ ଫେରାଦ ହୋଇ ଜଣାଇବା ସହ ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରୁଛୁ।”

Related story