ଗୁଇନ୍ଦା ଚିଠି: ସିଇଓଙ୍କୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଇନ୍ଦା ଚିଠିକୁ ନେଇ ବିବାଦ ଥମିବାର ନାଁ ଧରୁନି। ଆଜି ବିଜେଡି ଏହି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ କରିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏହି ପ୍ରସଙ୍ଗରେ ଆମର ଅଭିଯୋଗର ୪୮ ଘଣ୍ଟା ପରେ ମଧ୍ୟ CEO ପଦକ୍ଷେପ ନେଇନାହାନ୍ତି। ବିଜେପି ନା କେନ୍ଦ୍ର ସରକାର,କାହା ଚାପରେ ସେ ପଦକ୍ଷେପ ନେଉନାହାନ୍ତି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ? ଆଜି ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା […]

bjd-spokesperson-demands-ceo-action-on-intel-letter-issue

Manoranjan Sial
  • Published: Thursday, 21 March 2019
  • , Updated: 21 March 2019, 07:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଇନ୍ଦା ଚିଠିକୁ ନେଇ ବିବାଦ ଥମିବାର ନାଁ ଧରୁନି। ଆଜି ବିଜେଡି ଏହି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ କରିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏହି ପ୍ରସଙ୍ଗରେ ଆମର ଅଭିଯୋଗର ୪୮ ଘଣ୍ଟା ପରେ ମଧ୍ୟ CEO ପଦକ୍ଷେପ ନେଇନାହାନ୍ତି। ବିଜେପି ନା କେନ୍ଦ୍ର ସରକାର,କାହା ଚାପରେ ସେ ପଦକ୍ଷେପ ନେଉନାହାନ୍ତି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ?

ଆଜି ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଦଳ କହିଛି।

ସେପଟେ ବିଜେଡିର ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ଗୁଇନ୍ଦା ଚିଠି ପ୍ରସଙ୍ଗରେ ଓକିଲଙ୍କ ମାଧ୍ୟମରେ ସେ ଲିଗାଲ ଡକ୍ୟୁମେଣ୍ଟ ପଠାଇଛନ୍ତି ବୋଲି କହିଛନ୍ତି। ପୁଲିସ ତଦନ୍ତ କରିବ, କିନ୍ତୁ ପକ୍ଷପାତିତା କରିବା ଭଳି ଲାଗୁଛି ବୋଲି ସମୀର କହିଛନ୍ତି। ଏହି ପ୍ରସଙ୍ଗରେ ବିଜେଡି ମଧ୍ୟ ପ୍ରେସମିଟ୍‌ କରିଥିଲା। କିନ୍ତୁ ପୁଲିସ ସେମାନଙ୍କୁ ନୋଟିସ୍ କରୁନି, ତାଙ୍କୁ ମଧ୍ୟ ପଚାରିବା ଦରକାର ବୋଲି ସମୀର କହିଛନ୍ତି।

Related story