‘ମହାନଦୀ ଓ ପୋଲାଭରମ’କୁ ପୁଣି ପ୍ରସଙ୍ଗ କରିବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ଦୁଇବର୍ଷରୁ ଅଧିକ ସମୟ ଧରି ରାଜ୍ୟ ସ୍ୱାର୍ଥଜଡ଼ିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ‘ମହାନଦୀ ଓ ପୋଲାଭରମ’କୁ ଭୁଲି ଯାଇଥିବା ବିଜେଡି ପୁଣିଥରେ ଏହି ଦୁଇ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ। ଆଜି ବିଜେଡି ପକ୍ଷରୁ ଏଭଳି ସଙ୍କେତ ଦିଆଯାଇଥିବାବେଳେ ଚଳିତମାସ ୨୬ତାରିଖରେ ଦଳ ନିଜର ୨୨ତମ ପ୍ରତିଷ୍ଠା ଦିବସକୁ ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆଜି ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ […]

polavaram

polavaram

Manoranjan Sial
  • Published: Thursday, 19 December 2019
  • Updated: 19 December 2019, 08:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ଦୁଇବର୍ଷରୁ ଅଧିକ ସମୟ ଧରି ରାଜ୍ୟ ସ୍ୱାର୍ଥଜଡ଼ିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ‘ମହାନଦୀ ଓ ପୋଲାଭରମ’କୁ ଭୁଲି ଯାଇଥିବା ବିଜେଡି ପୁଣିଥରେ ଏହି ଦୁଇ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ। ଆଜି ବିଜେଡି ପକ୍ଷରୁ ଏଭଳି ସଙ୍କେତ ଦିଆଯାଇଥିବାବେଳେ ଚଳିତମାସ ୨୬ତାରିଖରେ ଦଳ ନିଜର ୨୨ତମ ପ୍ରତିଷ୍ଠା ଦିବସକୁ ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଆଜି ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୨୬ତାରିଖରେ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ ଦଳ ଚଳିତଥର ନିଜର ପ୍ରତିଷ୍ଠା ଦିବସକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବର୍ଷତମାମ ପାଳନ କରିବ। ନିର୍ବାଚନମଣ୍ଡଳୀୱାରି ବିଭିନ୍ନ କାର୍ଯ୍ୟକ୍ରମ ଓ ସମ୍ମିଳନୀ ମାଧ୍ୟମରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯିବ। ରାଜ୍ୟ ସରକାରର ବିଭିନ୍ନ ସଫଳ ଲୋକକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ସହ ବିଜେଡି ନେତୃତ୍ୱ ପ୍ରତି ରହିଥିବା ଆସ୍ଥାକୁ ସୁଦୃଢ଼ କରିବା ପାଇଁ ଦଳୀୟ କର୍ମୀମାନେ ପଦକ୍ଷେପ ନେବେ। ବିଜେଡି ହେଉଛି ସବୁ ବର୍ଗର ଦଳ। ସେବାକୁ ସବୁବେଳେ ବିଜେଡି ଗୁରୁତ୍ୱ ଦେଇ ଆସିଛି। ‘ଜୀବନବିନ୍ଦୁ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଦଳ ନିଜର ସାମାଜିକ ପ୍ରତିବଦ୍ଧତା ପ୍ରଦର୍ଶନ କରୁଥିବାବେଳେ ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ, ଟେକ୍ନୋଲୋଜି ଆଧାରିତ ନୂତନ କାର୍ଯ୍ୟକ୍ରମ, ଫାଇଭ-ଟି ଓ ମୋ ସରକାର ଆଦି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବ। ପ୍ରତିଷ୍ଠା ଦିବସରେ ଦଳର ସଭାପତି ନବୀନ ପଟ୍ଟନାୟକ କିଛି ନୂଆ ଘୋଷଣା କରିପାରନ୍ତି ବୋଲି ସେ ସୂଚନା ଦେଇଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ ଓ ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ କ୍ଷମତାସୀନ ବିଜେଡି ଅଚାନକ ମହାନଦୀ ଓ ପୋଲାଭରମର ଆଇନଗତ ଲଢ଼େଇକୁ ଜୋରଦାର ପାଇଁ ସଙ୍କେତ ଦେଇ କେନ୍ଦ୍ର ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି। ନାଗରିକ ସଂଶୋଧନ ବିଲକୁ ସଂସଦରେ ସମର୍ଥନ କରି ଦଳ ନିଜର ଧର୍ମନିରପେକ୍ଷ ଚେହେରାକୁ ଧୂମିଳ କରିଥିବାରୁ ମହାନଦୀ ଓ ପୋଲାଭରମ ପ୍ରସଙ୍ଗ ମାଧ୍ୟମରେ କେନ୍ଦ୍ରର ବିଜେପେି ସରକାର ସହ ମୁହାଁମୁହିଁ ହୋଇ ଲୋକଙ୍କୁ ପୁଣିଥରେ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos