ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଧାରଣାରେ ବସିଲା ବିଜେଡି

ଭୁବନେଶ୍ୱର: ପୁଣି ଜୋର ଧରିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ। ଏହାକୁ ନେଇ ଆଜି ବିଜେଡି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ଲକ ଅଫିସ୍ ଆଗରେ ଧାରଣା ଦିଆଯାଇଛି। ଭୁବନେଶ୍ୱର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ସହ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଚାଲିବ। ସବୁ ବ୍ଲକ ଅଫିସ୍ ଆଗରେ ୨ଘଣ୍ଟିଆ ଧାରଣା ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଫିସ୍ ଆଗରେ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଧାରଣା ଦିଆଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଓ ଭୁବନ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ସାମିଲ ହୋଇଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨ ହଜାର ୯୩୦ ଟଙ୍କା କରିବାକୁ ସେମାନେ ଦାବି କରିଛନ୍ତି। ଏହି ଅବସରରେ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କୁ ଦିଆଯାଇଛି।

ସେହିପରି ଭଦ୍ରକରେ ମଧ୍ୟ ବିଜେଡି କୃଷକ ସାମୁଖ୍ୟ ପକ୍ଷରୁ ଧାରଣା ଦିଆଯାଇଛି। ଏଥିରେ ସ୍ଥାନୀୟ ବିଧାୟକଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ।

Ordigital Desk
• Published: Monday, 10 July 2017
• Updated: 10 July 2017, 01:12 PM IST

Sports

Latest News

ଭୁବନେଶ୍ୱର: ପୁଣି ଜୋର ଧରିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ। ଏହାକୁ ନେଇ ଆଜି ବିଜେଡି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ଲକ ଅଫିସ୍ ଆଗରେ ଧାରଣା ଦିଆଯାଇଛି। ଭୁବନେଶ୍ୱର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ସହ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଚାଲିବ। ସବୁ ବ୍ଲକ ଅଫିସ୍ ଆଗରେ ୨ଘଣ୍ଟିଆ ଧାରଣା ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଫିସ୍ ଆଗରେ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଧାରଣା ଦିଆଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଓ ଭୁବନ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ସାମିଲ ହୋଇଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨ ହଜାର ୯୩୦ ଟଙ୍କା କରିବାକୁ ସେମାନେ ଦାବି କରିଛନ୍ତି। ଏହି ଅବସରରେ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କୁ ଦିଆଯାଇଛି।

ସେହିପରି ଭଦ୍ରକରେ ମଧ୍ୟ ବିଜେଡି କୃଷକ ସାମୁଖ୍ୟ ପକ୍ଷରୁ ଧାରଣା ଦିଆଯାଇଛି। ଏଥିରେ ସ୍ଥାନୀୟ ବିଧାୟକଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos