୧୬ରୁ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ମହାସଂଗ୍ରାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆସନ୍ତା ୧୬ରୁ ମହାନଦୀ ପାଇଁ ଆରମ୍ଭ ହେଉଛି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ମହାସଂଗ୍ରାମ। ସେହିଦିନ ସକାଳ ୯ଟାରେ ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପରେ ଦିନ ୧୦ଟା ବେଳେ ବରଗଡ଼ ଚିଖଲିରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ମହାନଦୀ ଅବବାହିକାରେ ଆସୁଥିବା ୧୫ଟି ଜିଲ୍ଲାରେ ପଥପ୍ରାନ୍ତ ସଭା, ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟି […]

BJD (1)

Rakesh Mallick
  • Published: Sunday, 13 May 2018
  • , Updated: 13 May 2018, 07:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆସନ୍ତା ୧୬ରୁ ମହାନଦୀ ପାଇଁ ଆରମ୍ଭ ହେଉଛି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ମହାସଂଗ୍ରାମ। ସେହିଦିନ ସକାଳ ୯ଟାରେ ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପରେ ଦିନ ୧୦ଟା ବେଳେ ବରଗଡ଼ ଚିଖଲିରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ମହାନଦୀ ଅବବାହିକାରେ ଆସୁଥିବା ୧୫ଟି ଜିଲ୍ଲାରେ ପଥପ୍ରାନ୍ତ ସଭା, ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯିବ। ମହାନଦୀ ଅବବାହିକାରେ ଥିବା ପୁରାତନ ଦେବଦେବୀ ପୀଠରେ ଦୀପଦାନ ହେବା ସହ ମାଆ ସମଲେଶ୍ୱରୀ ଓ କଟକର ଗଡ଼ଗଡ଼େଶ୍ୱରଙ୍କ ପୀଠରେ ଜଳ ଆଳତି ହେବ ବୋଲି ଆଜି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ମହାନଦୀ ସୁରକ୍ଷା ପ୍ରସଙ୍ଗରେ ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆୟୋଜିତ ସର୍ବଦଳୀୟ ବୈଠକ ପରେ ଚିଠା ପ୍ରସ୍ତାବ ପାରିତ ହୋଇଛି। ଏଥିରେ ହୀରାକୁଦଠାରୁ ତଳେ ଥିବା ମହାନଦୀ ଓ ତା’ର ଅବବାହିକାର ସୁରକ୍ଷା ପାଇଁ ନଦୀ କଡ଼ରେ ବ୍ୟାପକ ଜଙ୍ଗଲ ସୃଷ୍ଟି ସାଙ୍ଗକୁ ଜବର ଦଖଲ ହଟାଇବାକୁ ଦାବି ହୋଇଛି। ତା’ସହ ଟ୍ରିବୁନାଲରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ମହାନଦୀ ଓ ଏହାର ଶାଖା ନଦୀ ଉପରେ ନିର୍ମିତ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକ୍ଷମ ନକରିବାକୁ ସବୁ ସ୍ତରରେ ଦାବି ଉପସ୍ଥାପନ କରିବାକୁ କୁହାଯାଇଛି। ମହାନଦୀ ସୁରକ୍ଷା ନେଇ ଆସନ୍ତା ୨୯ ତାରିଖରେ ବୁଦ୍ଧିଜୀବୀ ଓ ବିଶେଷଜ୍ଞ ସମ୍ମିଳନୀ ଆୟୋଜନ କରାଯିବାକୁ ସ୍ଥିର ହୋଇଥିବା ବୈଠକ ଅବସରରେ ସୂଚନା ଦିଆଯାଇଛି।

Related story